Advertisment

ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀଙ୍କ ମୃତ୍ୟୁ

ସେ ମସଜିଦରେ ପ୍ରାର୍ଥନା କରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି କରିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Police

Police

ଆତଙ୍କବାଦୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ପୁଲିସ୍ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଜମ୍ମୁ ଓ କଶ୍ମୀରର ବାରାମୂଲାରେ ଆଜି ଘଟିଛି ଏହି ଘଟଣା। ମୃତକଙ୍କ ନାଁ ମହମ୍ମଦ ଶଫୀ ମୀର। ସେ ଜମ୍ମୁ ଓ କଶ୍ମୀର ପୁଲିସ୍‌ରେ ଏସ୍‌ଏସ୍‌ପି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ।

Advertisment

ଆଜି ସକାଳେ ମହମ୍ମଦ ଶଫୀ ମୀର ବାରାମୂଲାର ଗାଣ୍ଟାମୂଲା ବାଲା ଅଞ୍ଚଳରେ ଥିବା ଏକ ମସଜିଦକୁ ଯାଇଥିଲେ। ସେଠାରେ ସେ ପ୍ରାର୍ଥନା କରୁଥିବା ବେଳେ ତାଙ୍କ ଉପରେ ହୋଇଥିଲା ଗୁଳିମାଡ଼। କିଛି ଆତଙ୍କବାଦୀ ତାଙ୍କୁ ଗୁଳି କରିଥିବା ସୂଚନା ମିଳିଛି। ତେବେ କେତେ ଜଣ ତାଙ୍କ ଉପରକୁ ଗୁଳି କରିଥିଲେ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

ଗତମାସରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ରାଜ୍ୟ ପୁଲିସ୍‌ର ଜଣେ ଇନ୍‌ସପେକ୍ଟର ଗଭୀର ଆହତ ହୋଇଥିଲେ। ଶ୍ରୀନଗରରେ ଏକ ମସଜିଦ ପାଖରେ ଏହି ଘଟଣା ଘଟିଥିଲା। ଇନ୍‌ସପେକ୍ଟର ମସୂର ଅହମଦ ୱାନି ମସଜିଦ୍ ପାଖ ପଡ଼ିଆରେ କିଛି ପିଲାଙ୍କ ସହିତ କ୍ରିକେଟ ଖେଳୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ। 

Advertisment
Terror Attack Police