Advertisment

ବିଦାୟୀ ସଭାରେ ହାଇକୋର୍ଟ ବିଚାରପତିଙ୍କ ବକ୍ତବ୍ୟ; ମୁଁ RSS ସଦସ୍ୟ ଥିଲି ଆଉ ଅଛି

ବିଦାୟୀ ଭାଷଣରେ RSSକୁ କୃତଜ୍ଞତା ଜଣାଇଛନ୍ତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ।

ଅଦ୍ୟତନ ହୋଇଛି
Chitta Ranjan Dash

Chitta Ranjan Dash

Advertisment

ବିଦାୟୀ ଭାଷଣରେ RSSକୁ କୃତଜ୍ଞତା ଜଣାଇଛନ୍ତି କଲିକତା ହାଇକୋର୍ଟ ବିଚାରପତି ତଥା ଓଡ଼ିଆ ପୁଅ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ(RSS) ତାଙ୍କୁ ତାଙ୍କ ବ୍ୟକ୍ତିତ୍ୱର ରୂପ ଦେବାରେ ଏବଂ ତାଙ୍କ ଭିତରେ ସାହସ ଏବଂ ଦେଶପ୍ରେମ ସୃଷ୍ଟି କରିବାରେ ସାହାଯ୍ୟ କରିଥିବା କହିଛନ୍ତି।

Advertisment

ବିଦାୟୀ ଭାଷଣରେ ଜଷ୍ଟିସ ଦାଶ କହିଛନ୍ତି, "ଆଜି ମୁଁ କିଛି ମୋର କିଛି ଅକୁହା କଥା କହିବି। ମୁଁ ଏକ ସଂଗଠନ ପ୍ରତି ବହୁତ କୃତଜ୍ଞ। ମୋ ପିଲାଦିନରୁ ଯୁବାବସ୍ଥା ପର୍ଯ୍ୟନ୍ତ ସେ ସଂଗଠନ ସହ ଜଡିତ ରହିଛି। ମୁଁ ସେ ସଂଗଠନରୁ ସାହସୀ, ସଚ୍ଚୋଟତା ଏବଂ ସମସ୍ତଙ୍କ ପ୍ରତି ସମଭାବ, ଯେଉଁଠି ବି କାମ କର ସେ କାମ ପ୍ରତି ପ୍ରତିବଦ୍ଧତା ସର୍ବୋପରି ଦେଶପ୍ରେମ ଭାବ ଶିଖିଛି। ସ୍ୱୀକାର କରୁଛି ଯେ ମୁଁ ଆରଏସଏସର ସଦସ୍ୟ ଥିଲି ଆଉ ଏବେ ବି ଅଛି। 

ଜଷ୍ଟିସ ଦାଶ ଆହୁରି କହିଛନ୍ତି, ସେ ବିଚାରପତି ହେବା ପରେ ନିଜକୁ ସଂଗଠନଠାରୁ ଦୂରେଇ ରଖିଥିଲେ ଏବଂ ସମସ୍ତ ପ୍ରକାର ମକଦ୍ଦମାର ନିରପେକ୍ଷ ଭାବରେ ବିଚାର କରିଛନ୍ତି।

Advertisment

"ମୁଁ ମୋ କାମ ପାଇଁ ପ୍ରାୟ 37 ବର୍ଷ ଧରି ସଂଗଠନ (RSS)ଠାରୁ ନିଜକୁ ଦୂରେଇ ରଖିଛି। ମୋର କ୍ୟାରିୟରର କୌଣସି ଅଗ୍ରଗତି ପାଇଁ ମୁଁ ମୋ ସଂଗଠନର ସଦସ୍ୟତାକୁ ବିନିଯୋଗ କରି ନାହିଁ, କାରଣ ଏହା ଆମର ନୀତି ବିରୁଦ୍ଧ ଅଟେ। ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିଛି, ସେ କମ୍ୟୁନିଷ୍ଟ ହୁଅନ୍ତୁ କି ବିଜେପି କିମ୍ବା କଂଗ୍ରେସ ହେଉ କି ଟିଏମସି ବ୍ୟକ୍ତି। ମୋର କୌଣସି ରାଜନୈତିକ ବ୍ୟକ୍ତିତ୍ୱଙ୍କ ବିରୁଦ୍ଧରେ ପକ୍ଷପାତିତା ନାହିଁ। ସମସ୍ତେ ମୋ ସାମ୍ନାରେ ସମାନ ଥିଲେ।"

ଜଷ୍ଟିସ ଦାଶ କହିଛନ୍ତି, "ମୁଁ ଦୁଇଟି ନୀତି ଉପରେ ନ୍ୟାୟ ଦେବାକୁ ଚେଷ୍ଟା କରିଥିଲି, ଗୋଟିଏ ହେଉଛି ସହାନୁଭୂତି ଏବଂ ଦ୍ୱିତୀୟଟି ହେଉଛି ନ୍ୟାୟ ପାଇଁ ଆଇନକୁ ନଇଁବାକୁ ପଡ଼ିପାରେ, କିନ୍ତୁ ଆଇନ ପାଇଁ ନ୍ୟାୟକୁ ନୁହେଁ।"

ଜଷ୍ଟିସ ଦାଶ 1986ରେ ଆଡଭୋକେଟ୍ ଭାବରେ ନାମ ଲେଖାଇଥିଲେ। 1999ରେ ଓଡିଶା ନ୍ୟାୟିକ ସେବାରେ ପ୍ରବେଶ କରିଥିଲେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଅତିରିକ୍ତ ଜିଲ୍ଲା ତଥା ସେସନ ଜଜ୍ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର (ପ୍ରଶାସନ) ଭାବରେ ନିଯୁକ୍ତ ହୋଇଥିଲେ।

ସେ ଅକ୍ଟୋବର 10, 2009ରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ। ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ କରିବା ପରେ 20 ଜୁନ 2022ରେ କଲିକତା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲେ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ।

Rss Calcutta High Court Judge Chitta Ranjan Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe