Advertisment

ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱାସନା- ପ୍ରଥମେ କାର୍ଯ୍ୟକୁ ଫେରନ୍ତୁ, ପରେ କିଛି ବି ହେଲେ ଆମକୁ ଜଣାନ୍ତୁ

ସୁରକ୍ଷାକୁ ନେଇ ଏମ୍ସ ରେସିଡେଣ୍ଟ ଡାକ୍ତରମାନେ କରିଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ।

Doctors Protest

Doctors Protest

Advertisment

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ଘଟଣାକୁ ନେଇ ଏମ୍ସ ରେସିଡେଣ୍ଟ ଡାକ୍ତରମାନେ କରିଥିବା ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଡାକ୍ତରମାନଙ୍କୁ କାର୍ଯ୍ୟରୁ ଫେରିଯିବାକୁ ଆହ୍ୱାନ କରିଛନ୍ତି।

Advertisment

ଆଇନ ତା ବାଟରେ କାର୍ଯ୍ୟ କରୁଛି। ଡାକ୍ତରମାନଙ୍କୁ ସେମାନଙ୍କ କାର୍ଯ୍ୟ ଜାରି ରଖିବା ଉଚିତ୍ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଥିସହ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନ୍ଦୋଳନରେ ଥିବା ଡାକ୍ତରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ସୁପ୍ରିମକୋର୍ଟ।

ପ୍ରକାଶ ଥାଉକି, ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ହଜାର ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ସୁରକ୍ଷା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏନେଇ ନାଗପୁର ଏମ୍ସ ରେସିଡେଣ୍ଟ ଡାକ୍ତରମାନେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ସେମାନେ ଆନ୍ଦୋଳନରେ ଥିବାରୁ ସେମାନଙ୍କ କାଜୁଆଲ ଛୁଟି କାଟି ଦିଆଯାଉଛି ଏବଂ ହସ୍ପିଟାଲରେ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରିଥିଲେ। 

Advertisment

ଆଜି ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପାରଦିବାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଏ ଉପରେ ଶୁଣାଣି କରିଛନ୍ତି।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି, "ସମସ୍ତ ଡାକ୍ତରମାନେ ସେମାନଙ୍କ କାର୍ଯ୍ୟକୁ ଫେରିଯାଆନ୍ତୁ... ଆମେ କିଛି ସାଧାରଣ ଆଦେଶ ପାସ୍ କରିବୁ। ଡାକ୍ତରମାନଙ୍କ ଉପରେ ପ୍ରତିକୂଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆମେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବୁ। ଥରେ ସେମାନେ କାର୍ଯ୍ୟକୁ ଫେରିଗଲେ, ପୁନର୍ବାର ସବୁକିଛି ଠିକ୍ ଚାଲିବ। ଯଦି ସେମାନେ କାର୍ଯ୍ୟକୁ ନ ଫେରନ୍ତି, ତେବେ ସରକାରୀ ସ୍ୱାସ୍ଥ୍ୟ ସୁବିଧା ଢାଞ୍ଚା ଚାଲିବ କିପରି...?"

ଯଦି ଏହା ପରେ ଅସୁବିଧା ହୁଏ, ତେବେ ଆମ ପାଖକୁ ଆସନ୍ତୁ, କିନ୍ତୁ ପ୍ରଥମେ ସେମାନଙ୍କୁ ଡ୍ୟୁଟି ରିପୋର୍ଟ ଦିଅନ୍ତୁ ବୋଲି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ କହିଛନ୍ତି।

ଏହି ଶୁଣାଣି ସମୟରେ ମଧ୍ୟ ସର୍ବୋଚ୍ଚ ଅଦାଲତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ରେସିଡେଣ୍ଟ ଡାକ୍ତରଙ୍କ ଦୀର୍ଘ ସମୟ ଡ୍ୟୁଟି ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ସରକାରୀ ଡାକ୍ତରଖାନାଗୁଡିକରେ ଏକ ପୁରୁଣା ଢାଞ୍ଚା ରହିଛି ଏବଂ ଜୁନିୟର ଡାକ୍ତରମାନେ କେବଳ ଯେ ଯୌନ ଉତ୍ପୀଡନର ସମ୍ମୁଖୀନ ହେଉଛନ୍ତି ତାହା ନୁହେଁ, ସେମାନେ ମଧ୍ୟ ବିଭିନ୍ନ ପ୍ରକାର ହଇରାଣର ଶିକାର ହେଉଛନ୍ତି। 48 କିମ୍ବା 36 ଘଣ୍ଟା ଡ୍ୟୁଟି ଭଲ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Supreme Court AIIMS Kolkata Doctor Rape Case Doctors Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe