Advertisment

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କ ମୃତ୍ୟୁ

ଘଟଣାକୁ ନେଇ ଲେବାନନ୍ ପ୍ରଧାନମନ୍ତ୍ରୀ ନଜୀବ ମିକାତି ଇସ୍ରାଏଲକୁ ଦାୟୀ କରିଛନ୍ତି।

ଅଦ୍ୟତନ ହୋଇଛି
Died journalist's File Photo

Died journalist's File Photo

Advertisment

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଖବର ସଂଗ୍ରହ ସମୟରେ ଗଲା ସାମ୍ୱାଦିକଙ୍କ ଜୀବନ। ଘମାଘୋଟ ଯୁଦ୍ଧ ମଧ୍ୟରେ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ଘଟଣା ସ୍ଥଳରେ ଥିବା ଜଣେ ରଏଟର୍ସ ଭିଡିଓ ସାମ୍ୱାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ହସ୍ତଗତ ହୋଇଛି।

Advertisment

ଗତକାଲି ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ଦିଗରୁ ରକେଟ୍ ମାଡ ସମୟରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ଅଲ୍ ଜଜିରା ଏବଂ ଏଜେନ୍ସି ଫ୍ରାନ୍ସ-ପ୍ରେସ ସମେତ ସାମ୍ବାଦିକଙ୍କ ଗୋଷ୍ଠୀ ଇସ୍ରାଏଲ ସୀମା ନିକଟ ଆଲମା ଅଲ-ଶାବ ନିକଟରେ କାମ କରୁଥିଲେ। ଏହି ସ୍ଥାନରେ ଇସ୍ରାଏଲ ସେନା ଏବଂ ଲେବାନନ୍ ମିଲିସିଆ ହିଜବୁଲ୍ହା ମଧ୍ୟରେ ସଙ୍ଘର୍ଷ ଚାଲିଥିଲା। ହଠାତ୍ ରକେଟ୍ ମାଡରେ ସାମ୍ୱାଦିକଙ୍କ ମୃତ୍ୟୁ ଘଟିଛି।

ଘଟଣାକୁ ନେଇ ଲେବାନନ୍ ପ୍ରଧାନମନ୍ତ୍ରୀ ନଜୀବ ମିକାତି ଇସ୍ରାଏଲକୁ ଦାୟୀ କରିଛନ୍ତି। ଗତକାଲି ମଧ୍ୟ ଇସ୍ରାଏଲ ରକେର୍ଟ ମାଡରେ ହମାସ ବନ୍ଧକ ରଖିଥିବା 13 ଜଣ ଇସ୍ରାଏଲ ନାଗରିକଙ୍କ ସମେତ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଇଥିଲା।

Advertisment

ଅନ୍ୟପଟେ ସାମ୍ୱାଦିକଙ୍କ ମୃତ୍ୟୁକୁ ନେଇ ଇସ୍ରାଏଲର ୟୁଏନ ରାଷ୍ଟ୍ରଦୂତ ଗିଲାଦ ଏର୍ଡାନ୍ କହିଛନ୍ତି, "ସେମାନଙ୍କ କାମ କରୁଥିବା କୌଣସି ସାମ୍ବାଦିକଙ୍କୁ ଆଘାତ କିମ୍ୱା ହତ୍ୟା କରିବାକୁ ଆମେ କଦାପି ଚାହିଁବୁ ନାହିଁ। କିନ୍ତୁ ଆପଣମାନେ ଜାଣନ୍ତି, ଆମେମାନେ ଆମ କାର୍ଯ୍ୟ କରୁଛି, ଏମିତି ସମୟରେ ବେଳେ ବେଳେ ଏମିତି ଘଟିଯାଏ। ଇସ୍ରାଏଲ ଘଟଣାର ତଦନ୍ତ କରିବ।"

ସେପଟେ, ରଏଟର୍ସ ଏକ ବିବୃତ୍ତିରେ କହିଛି ଯେ, ଲାଇଭ ଭିଡିଓ ସିଗନାଲ ଯୋଗାଉଥିବା ବେଳେ ସାମ୍ବାଦିକ ଇସାମ ଅବଦାଲ୍ଲାଙ୍କ ମୃତ୍ୟୁ ଘଟିଛି। ଏକ ପାହାଡ ଉପରେ କ୍ୟାମେରା ପଡିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଆମ କ୍ୟାମେରା ଥରି ଉଠିଥିଲା, ହଠାତ୍ ପରିବେଶ ଧୂଆଁମୟ ହୋଇଯାଇ ଥିବାବେଳେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। 

ଆମ ଭିଡିଓଗ୍ରାଫର ଇସାମ ଅବଦୁଲ୍ହାଙ୍କ ମୃତ୍ୟୁ ଖବର ଶୁଣି ଆମେ ଦୁଃଖରେ ମ୍ରିୟମାଣ ହୋଇପଡିଛୁ। ଇସାମର ପରିବାର ସହ ଆମେ ଅଛୁ ବୋଲି ରଏଟର୍ସ କହିଛି। ସେହିପରି ରଏଟର୍ସର ଅନ୍ୟ ଦୁଇ ଜଣ ସାମ୍ୱାଦିକ  ମଧ୍ୟ ଯୁଦ୍ଧରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେବା ପରେ ଘରକୁ ଫେରିଥିବା ସଂସ୍ଥା ପକ୍ଷରୁ ରିପୋର୍ଟ କରାଯାଇଛି।

Palestine Israel-Palestine Conflict Hamas Israel-Palestine War War Journalist Death News Reuters Journalist Killed Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe