Advertisment

କାଲି ଜାମିନ ମିଳିଥିଲା, ଆଜି ଜେଲରୁ ବାହାରିଲେ ବିଧାୟକ ରେଭାନ୍ନା

କାଲି ସନ୍ଧ୍ୟାରେ ଜାମିନ ମିଳିଥିବାରୁ ଆଜି ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ଏହାର କାଗଜ ପହଞ୍ଚିଥିଲେ। ଏହାପରେ ଜେଲରୁ ରେଭାନ୍ନା ବାହାରିଛନ୍ତି।

author-image
Hemant Lenka
JDS

JDS

ସେକ୍ସ ସ୍କ୍ୟାଣ୍ଡଲ ସହ ଜଡ଼ିତ ଅପହରଣ ମାମଲାରେ ଗିରଫ ହୋଇଥିବା ଜେଡିଏସ୍‌ର କର୍ଣ୍ଣାଟକା ବିଧାୟକ ଏଚ୍‌ଡି ରେଭାନ୍ନା ଆଜି ଜେଲରୁ ମୁକୁଳିଛନ୍ତି। ହୋଲେନାରାସିପୁରର ବିଧାୟକ ରେଭାନ୍ନାଙ୍କୁ ଏହି ମାମଲାରେ କର୍ଣ୍ଣାଟକାର ଗୋଟିଏ ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଥିଲେ।

Advertisment

କାଲି ସନ୍ଧ୍ୟାରେ ଜାମିନ ମିଳିଥିବାରୁ ଆଜି ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ଏହାର କାଗଜ ପହଞ୍ଚିଥିଲେ। ଏହାପରେ ପରାପ୍ପାନା ଅଗରାହର ଜେଲରୁ ରେଭାନ୍ନା ବାହାରିଛନ୍ତି।

ଜେଲରୁ ସେ ସିଧା ସ୍ୱତନ୍ତ୍ର କାରକେଡରେ ନିଜ ବାସଭବନରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର କୋର୍ଟ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ବଳରେ ରେଭାନ୍ନାଙ୍କୁ ଜାମିନ ଦେଇଥିଲେ। ମେ’ ୪ ତାରିଖରେ ରେଭାନ୍ନାଙ୍କୁ କର୍ଣ୍ଣାଟକା ପୁଲିସର ଏସଆଇଟି ଗିରଫ କରିଥିଲା। ଏହାପରେ ତାଙ୍କୁ କେଆର ନଗର ପୁଲିସ୍‌ ଷ୍ଟେସନକୁ ଅଣାଯାଇଥିଲା।

Advertisment

ରେଭାନ୍ନାଙ୍କ ପୁଅ ପ୍ରଜ୍ଜ୍ୱଲଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କୁ ରେଭାନ୍ନା ଅପହରଣ କରିବା ପରେ ଗୋଟିଏ ଫାର୍ମ ହାଉସରେ ବନ୍ଦୀ କରି ରଖିଥିଲେ। ପୀଡ଼ିତାଙ୍କ ପୁଅ ଏନେଇ ଅଭିଯୋଗ କରିବା ପରେ ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଶେଷରେ ଯୌନ ଶୋଷଣ ଅଭିଯୋଗର ତଦନ୍ତ କରୁଥିବା ଏସ୍‌ଆଇଟି ରେଭାନ୍ନାଙ୍କୁ ମେ’ ୪ ତାରିଖରେ ଗିରଫ କରିଥିଲା।

ଗିରଫଦାରୀରୁ ବର୍ତ୍ତିବା ପାଇଁ ରେଭାନ୍ନା ତାଙ୍କ ବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ବାସଭବନରେ ରହିଥିଲେ। କିନ୍ତୁ ଏସ୍‌ଆଇଟି ଟିମ ତାଙ୍କୁ ସେଠାରୁ ଗିରଫ କରିଥିଲା।

ପୀଡ଼ିତାଙ୍କୁ ଏପ୍ରିଲ ୨୯ରେ ରେଭାନ୍ନାଙ୍କ ସମ୍ପର୍କୀୟ ସତୀଶ ବାବାନ୍ନା ଅପହରଣ କରିଥିଲେ। ଏହାପରେ ତାଙ୍କୁ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ରାଜଶେଖରଙ୍କ କାଲେନାଲ୍ଲି ସ୍ଥିତ ଫାର୍ମ ହାଉସରେ ବନ୍ଦୀ କରି ରଖାଯାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ୍‌ ଉକ୍ତ ମହିଳାଙ୍କୁ ଫାର୍ମ ହାଉସରୁ ପୁଲିସ୍‌ ଉଦ୍ଧାର କରିଥିଲା।

ଏହାପରେ ପୁଲିସ୍‌ ରେଭାନ୍ନାଙ୍କ ନାଁରେ ଆଇପିସିର ଏକାଧିକ ଦଫାରେ ମାମଲା ରୁଜୁ କରିଥିଲା। ପୁଲିସ୍‌ ଲଗାଇଥିବା ଦଫା ଜାମିନ ବିହୀନ ହୋଇଥିବାରୁ କୋର୍ଟ ମଧ୍ୟ ରେଭାନ୍ନାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ। କୋର୍ଟଙ୍କ ନିଷ୍ପତ୍ତି ପରେ ପୁଲିସ ତାଙ୍କୁ ଗିରଫ କରିଥିଲା

ଏଚ୍‌ଡି ରେଭାନ୍ନାଙ୍କ ପୁଅ ହେଉଛନ୍ତି ଜେଡିଏସ ସାଂସଦ ପ୍ରଜ୍ଜ୍ୱଳ। ଉଭୟ ବାପ-ପୁଅଙ୍କ ନାଁରେ ଯୌନ ନିର୍ଯାତନା ମାମଲା ମଧ୍ୟ ରହିଛି। ଏମାନଙ୍କର ଯୌନ କେଳେଙ୍କାରୀର ଏକାଧିକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ପୁଲିସ୍‌ ପ୍ରଜ୍ଜ୍ୱଳଙ୍କୁ ଖୋଜୁ ଥିବା ବେଳେ ସେ ଜର୍ମାନୀ ପଳାଇଛନ୍ତି।

Karnataka JDS HD Revanna