/odisha-reporter/media/post_attachments/uploadimage/library/16_9/16_9_0/same_sex_1698851117.jpg)
same sex
ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରି ଦେଇଥିବା ରାୟକୁ ପୁନଃ ସମୀକ୍ଷା କରିବାକୁ ଆଜି ଆବେଦନ ଦାଖଲ କରାଯାଇଛି। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ଆବେଦନ କରିଥିବା ଉଦିତ ସୁଦ ନାମକ ଜଣେ ଆବେଦନକାରୀ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ ନିଜେ ଦେଇଥିବା ରାୟର ଏହା ବିରୋଧାଚରଣ କରୁଛି ଓ ସଂପୂର୍ଣ୍ଣ ଭାବେ ଅଯୋଗ୍ୟତାପୂର୍ଣ୍ଣ ବୋଲି ପିଟିସନରେ କୁହାଯାଇଛି।
ସୁପ୍ରିମକୋର୍ଟ ତାଙ୍କ ରାୟରେ ସମଲିଙ୍ଗୀ ସଂପ୍ରଦାୟ ଭୋଗୁଥିବା ପକ୍ଷପାତିତାକୁ ସ୍ୱୀକାର କରିଛନ୍ତି। କିନ୍ତୁ ପକ୍ଷପାତିତାର କାରଣକୁ ବିଲୋପ କରି ନାହାନ୍ତି। ସମଲିଙ୍ଗୀ ଦମ୍ପତିଙ୍କୁ ସମାନ ଅଧିକାର ପ୍ରଦାନ କରିବାକୁ ପ୍ରତ୍ୟାଖ୍ୟାନ କରି ଆଇନ ପ୍ରଣୟକାରୀ ସଂସ୍ଥା ସେମାନଙ୍କୁ ମଣିଷ ଠାରୁ କମ ବୋଲି ବିବେଚନା କରିଛନ୍ତି।
ସମିଲିଙ୍ଗୀ ସଂପ୍ରଦାୟର ଲୋକମାନେ ଗୋଟିଏ ବଡ଼ ସମସ୍ୟା ବୋଲି ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ ହୋଇଛି। ବିବାହର ଅର୍ଥ ଗୋଟିଏ ବାଧ୍ୟତାମୂଳକ ସାମାଜିକ ଚୁକ୍ତି ବୋଲି ଅଧିକାଂଶ ରାୟରେ ଅଣଦେଖା କରାଯାଇଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
ମାରଥନ ଶୁଣାଣି କରିବା ପରେ ଅକ୍ଟୋବର ୧୭ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି କହିଥିଲେ। ସମଲିଙ୍ଗୀ ବିବାହ ଏକ ମୌଳିକ ଅଧିକାର ନୁହେଁ।
ଆଇନରେ ପରିବର୍ତ୍ତନ ଆଣିବା ସଂସଦର ଅଧିକାର। ବିବାହକୁ ନେଇ ଆଇନରେ ପରିବର୍ତ୍ତନ କରିବା କୋର୍ଟଙ୍କ ଅଧିକାର ପରିସରଭୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
