Advertisment

ଆରଜି କର୍‌ର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଗିରଫ

ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।

sandip ghosh

sandip ghosh

Advertisment

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ବିବାଦରେ ସନ୍ଦୀପ ଗୋଟିଏ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି।

Advertisment

ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଆଜି ସିବିଆଇ ସନ୍ଦୀପଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋଲକାତା ସ୍ଥିତ ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଛି। ସମ୍ଭବତଃ ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ।

ଘଟଣାର ତଦନ୍ତ ବେଳେ ଜଣେ ସିବିଆଇ ଅଧିକାରୀଙ୍କୁ ସନ୍ଦୀପ ଘୋଷଙ୍କ ବିରୋଧରେ ଆସିଥିବା ଅନିୟମତତାର ପ୍ରମାଣ ସମ୍ପର୍କରେ ପଚରା ଯାଇଥିଲା। ଏହି ସମୟରେ ସନ୍ଦୀପଙ୍କ ବିରୋଧରେ ବହୁତ କିଛି ପ୍ରମାଣ ରହିଛି ବୋଲି ଅଧିକାରୀ ଜଣଙ୍କ କହିଥିଲେ। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ସନ୍ଦୀପ ଘୋଷଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ଏହାପରେ ସିବିଆର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ତାଙ୍କ ନାଁରେ ଏତଲା ଦାଏର କରାଯାଇଥିଲା।

Advertisment

ମେଡିକାଲ କଲେଜର ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତର ଅଲୀ ପ୍ରଥମେ ସନ୍ଦୀଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆଣିଥିଲେ। ଆରଜି କର ମେଡିକାଲ କଲେଜରେ ସନ୍ଦୀପ ପ୍ରିନ୍ସିପାଲ ହେବା ଦିନ ଠାରୁ ନିଜର ମନମାନୀ କରିବା ସହ ଆର୍ଥିକ ହେରଫେର କରିଚାଲିଥିଲେ। ତେଣୁ ଏହାର ତଦନ୍ତ ଇଡି ଦ୍ୱାରା କରିବାକୁ ସେ ଦାବି କରିଥିଲେ। ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା ସହ ସିବିଆଇ ସନ୍ଦୀପଙ୍କ ଆର୍ଥିକ ଦୁର୍ନୀତିର ମଧ୍ୟ ଖୋଳତାଡ଼ କରୁଥିଲା।

ଅଗଷ୍ଟ ୯ରେ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମଳିଥିଲା। ଏହାକୁ ନେଇ ପୂରା ଦେଶରେ ହଟଚମଟ ଦେଖାଯାଇଥିଲା। ଘଟଣାର ଦୁଇ ଦିନ ପରେ ସନ୍ଦୀପ ଘୋଷ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ।

କିନ୍ତୁ ପଶ୍ଚିମବଙ୍ଗ ସରକାର ତୁରନ୍ତ କଲିକତା ନ୍ୟାଶନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦେଇଥିଲେ। ଏହାକୁ ଡାକ୍ତର ଶିକ୍ଷାର୍ଥୀମାନେ ବିରୋଧ କରିଥିଲେ। କଲିକତା ହାଇକୋର୍ଟ ମଧ୍ୟ ଏପରି ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଏଥିଯୋଗୁ ସନ୍ଦୀପ ଘୋଷଙ୍କୁ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦିଆଯାଇଥିଲା।

ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାରୁ କୋଲକାତା ପୁଲିସ୍‌ ଅଗଷ୍ଟ ୨୦ରେ ତାଙ୍କ ବିରୋଧରେ ମାମଲା କରିଥିଲା। ଏହାର ତଦନ୍ତ ପାଇଁ ମମତା ବାନାର୍ଜୀ ସରକାର ଏସଆଇଟି ଗଠନ କରିଥିଲେ। ହେଲେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ନେଇଥିଲା।

Kolkata Doctor Rape And Murder Case Ex-principal Sandip Ghosh Sandip Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe