Advertisment

'ମୁହଁ ବନ୍ଦ କରିବାକୁ ପୁଲିସ ଯାଚିଥିଲା ଟଙ୍କା', ଅଭୟା ବାପା-ମା'ଙ୍କ ସାଙ୍ଘାତିକ ଅଭିଯୋଗ

କୋଲକାତା ପୁଲିସ ଆରମ୍ଭରୁ ମାମଲାକୁ ଦବାଇବାକୁ ଚେଷ୍ଟା କରିଥିଲା ବୋଲି ପୀଡିତାଙ୍କ ବାପା-ମା' ଅଭିଯୋଗ ଆଣିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Kolkata Rape Case

Kolkata Rape Case

କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେବି ଚର୍ଚ୍ଚାରେ ରହିଛି। ପୀଡିତାଙ୍କୁ ନ୍ୟାୟ ଦାବିରେ ଜଳୁଛି ଦେଶ। ଲଗାତର ଜାରି ରହିଛି ବିକ୍ଷୋଭ। ଏହାରି ଭିତରେ କୋଲକାତା ପୁଲିସକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭୟାଙ୍କ ବାପା-ମା'। ମୁହଁ ବନ୍ଦ କରିବାକୁ ପୁଲିସ କୁଆଡେ ତାଙ୍କୁ ଟଙ୍କା ଯାଚିଥିବା ସେମାନେ ଅଭିଯୋଗ କରିଛନ୍ତି।

Advertisment

ପୀଡିତାଙ୍କ ବାପା-ମା'ଙ୍କ ଅଭିଯୋଗ ମୁତାବକ, କୋଲକାତା ପୁଲିସ ଆରମ୍ଭରୁ ମାମଲାକୁ ଦବାଇବାକୁ ଚେଷ୍ଟା କରିଥିଲା। ମୃତଦେହକୁ ପରିବାର ସଦସ୍ୟଙ୍କୁ ଦେଖିବାକୁ ଅନୁମତି ଦିଆଯାଇନଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିବା ବେଳେ ତାଙ୍କୁ ପୁଲିସ ଷ୍ଟେସନରେ ଅପେକ୍ଷା କରିବାକୁ ପଡିଥିଲା। ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯିବା ପରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ସେମାନଙ୍କୁ ମୁହଁ ବନ୍ଦ ରଖିବାକୁ ଟଙ୍କା ଯାଚିଥିଲେ। ତେବେ ଟଙ୍କା ନେବାକୁ ତୁରନ୍ତ ପରିବାର ଲୋକେ ମନା କରି ଦେଇଥିବା ସେମାନେ ଖୁଲାସା କରିଛନ୍ତି।

ପୀଡିତାଙ୍କ ପରିବାର ଲୋକେ କହିଛନ୍ତି ସେମାନେ ଆମକୁ ଧଳା କାଗଜରେ ସାଇନ କରିବାକୁ କହିଥିଲେ, କିନ୍ତୁ ଆମେ ମନା କରି ଦେଇଥିଲୁ। କାଗଜପତ୍ର ଚିରି ଦେଇଥିଲୁ। ସେଠାରେ ୪୦୦ ପୁଲିସ କର୍ମଚାରୀ ଥିଲେ।  ଝିଅର ମୃତଦେହକୁ ଦେଖିବାକୁ ଚାହୁଁଥିଲୁ ହେଲେ, ତାକୁ ଶୀଘ୍ର ଶୀଘ୍ର ସତ୍କାର କରି ଦିଆଯାଇଥିଲା। କୋଲକାତା ପୁଲିସର ଡିସି ନର୍ଥ ସେମାନଙ୍କୁ ଟଙ୍କା ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଡିସି ସେଣ୍ଟ୍ରାଲ ଏହି ପ୍ରସଙ୍ଗରେ ପ୍ରତିଦିନ ମିଛ କହୁଛନ୍ତି । କିଏ ଆମକୁ ଉତ୍ତର ଦେବ? ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ଗତକାଲି କୋଲକାତାରେ ଜୁନିଅର ଡାକ୍ତରଙ୍କ ହୋଇଥିବା ଲାଇଟ୍‌ ବନ୍ଦ ପ୍ରଦର୍ଶନରେ ପୀଡିତାଙ୍କ ବାପା-ମା' ସାମିଲ ହୋଇଥିଲେ। ନିଜ ଝିଅକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ। ଗତ ଅଗଷ୍ଟ ୧୦ ତାରିଖରୁ ହିଁ ପୂରା ପଶ୍ଚିମବଙ୍ଗରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ବିଭିନ୍ନ ବର୍ଗର ଲୋକମାନେ ପୀଡିତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି। କଲିକତା ହାଇକୋର୍ଟ ଏହି ମାମଲାର ତଦନ୍ତ ସିବିଆଇକୁ ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ପୁଲିସ ଗିରଫ କରିସାରିଛି। ଏଥିସହ ଆର୍‌ଜି କର କଲେଜର ପୂର୍ବତନ ପ୍ରିନ୍ସିପାଲ ମଧ୍ୟ ଗିରଫ ହୋଇସାରିଛନ୍ତି।

Kolkata Police Kolkata Rape-Murder Case Bribery