Advertisment

କୋଲକାତା ଲଜ୍ଜା: ବଡ଼ ବୟାନ ଦେଲା ଅଭିଯୁକ୍ତ ସଞ୍ଜୟ

RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତର ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ ହେଇଛି ସଞ୍ଜୟ ରାୟ।

Kolkata Case

Kolkata Case

Advertisment

କୋଲକାତା ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟର ବଡ଼ ବୟାନ। ସିଆଲଦାହ କୋର୍ଟରେ ହଜାର କଲା ବେଳେ ଗଣମାଧ୍ୟମକୁ ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଇଛି ସଞ୍ଜୟ। ଏହି ମାମଲାରେ ତାକୁ ଫସେଇ ଦିଆଯାଇଛି। ଦୁଷ୍କର୍ମ ଓ ହତ୍ୟାରେ ସେ ସଂପୃକ୍ତ ନାହିଁ, ତାକୁ ସରକାର ଫସେଇ ଦେଇଥିବା କହିଛି ସଞ୍ଜୟ।

Advertisment

ଖାଲି ଏତିକି ନୁହେଁ ଏନେଇ ବାରମ୍ବାର ସେ କହିବାକୁ ଚାହିଁଥିଲେ ବି କହିବାକୁ ଦିଆଯାଇନି। ତାଙ୍କ ବିଭାଗ ବି ତାଙ୍କୁ ଟଙ୍କା ଦେଇ ଚୁପ୍ ରହିବାକୁ ଚାପ ପକାଇଛନ୍ତି ବୋଲି କହିଛି ସଞ୍ଜୟ।

RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତର ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ ହେଇଛି ସଞ୍ଜୟ ରାୟ। କୋଲକତା ପୋଲିସରେ ସିଭିକ୍ ଭଲିଣ୍ଟିଅର ଥିବା ସଞ୍ଜୟ ବ୍ୟତୀତ ଆଉ କାହାରିକୁ ଗିରଫ କରିନି କୋଲକାତା ପୁଲିସ କିମ୍ବା ମାମଲାରେ ଏବେ ତଦନ୍ତ କରୁଥିବା ସିବିଆଇ। ଆଉ ଏହାରି ଭିତରେ ସଞ୍ଜୟର ଏଭଳି ବୟାନ ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି।

Advertisment

ସେପଟେ ମାମଲାର ତଦନ୍ତ ରାଜ୍ୟ ବାହାରେ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। କହିଛନ୍ତି ରାଜ୍ୟରେ ତଦନ୍ତ ହେଲେ ମାମଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏନେଇ ଟିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Kolkata Doctor Murder Case Sanjay Roy Kolkata Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe