Advertisment

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା: ଇସ୍ତଫା ଦେଲେ ମେଡିକାଲ କଲେଜର ଅଧ୍ୟକ୍ଷ

ନ୍ୟାୟ ଦାବିରେ ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

RG Kar Medical College

RG Kar Medical College

Advertisment

ଇସ୍ତଫା ଦେଲେ ପଶ୍ଚିମବଙ୍ଗ କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଅଧ୍ୟକ୍ଷ। ଏହି ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାରିଆଡେ ଆନ୍ଦୋଳନ ତେଜିବାରେ ଲାଗିଛି। ନ୍ୟୟ ଦାବିରେ ଜୁନିୟର ଡାକ୍ତରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାରି ଭିତରେ ଉକ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ ସନ୍ଦିପ ଘୋଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ପ୍ରଥମେ ଆର.ଜି କର ମେଡିକାଲ କଲେଜର ଡାକ୍ତରମାନେ ବିରୋଧ ଆରମ୍ଭ କରିଥିଲେ। ଏହାପରେ ଅନ୍ୟ ସ୍ଥାନର ଡାକ୍ତରମାନେ ଏଥିରେ ଯୋଗ ଦେଇଥିଲେ। ବର୍ତ୍ତମାନ AIIMSର ଡାକ୍ତରମାନେ ମଧ୍ୟ ଏହି ଧର୍ମଘଟରେ ଯୋଗ ଦେଇଛନ୍ତି।

ମୃତ ଟ୍ରେନିଂ ଡାକ୍ତରୀ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ ସହ ଘଟଣାର ତଦନ୍ତ କରି ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ସହ ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବାକୁ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ସଂଘ। ରେସିଡେଣ୍ଟ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଛି।

Advertisment

ସେପଟେ ପୁଲିସ ଏହି ମାମଲାରେ ତଦନ୍ତ ପୂରା କରି ନେଇଛି। ସଂଜୟ ରାୟ ନାମକ ଅଭିଯୁକ୍ତକୁ ପୁଲିସ ଗିରଫ ମଧ୍ୟ କରିସାରିଛି। ପୋଷ୍ଟମର୍ଟମର ଅନ୍ତିମ ରିପୋର୍ଟକୁ କେବଳ ପୁଲିସ ଅପେକ୍ଷା କରିଛି। ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଶୁଣାଣି ଆରମ୍ଭ ହେବ।

କହିରଖୁ ଯେ, ପଶ୍ଚିମବଙ୍ଗ ସରକାରଙ୍କ ଅଧିନରେ ଥିବା ଏହି ହସ୍ପିଟାଲରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ଜଣେ ସିଭିକ୍ ଭଲ୍ୟୁଣ୍ଟାର ଭାବେ କାମ କରୁଥିଲା। ସେହି କାରଣରୁ ହସ୍ପିଟାଲ ଭିତରକୁ ତା'ର ଅବାଧ ପ୍ରବେଶ ଥିଲା। ସଞ୍ଜୟ ୪ ଥର ବିବାହ କରିଥିବା ବେଳେ ତା'ର ବ୍ୟବହାରରେ ଅତିଷ୍ଠ ହୋଇ ତିନି ଜଣ ପତ୍ନୀ ତାକୁ ଛାଡ଼ପତ୍ର ଦେଇଛନ୍ତି।

ଘଟଣା ଦିନ ସଂଜୟ ଅଶ୍ଳୀଳ ଫିଲ୍ମ ଦେଖିବା ପରେ ଏଭଳି ପିଶାଚିକ କାଣ୍ଡ ଘଟାଇଥିବା ପୁଲିସ ଜାଣିବାକୁ ପାଇଛି। ଅପରପକ୍ଷେ ଏହି ଘଟଣାରେ ପଶ୍ଚିମବଙ୍ଗ ସରକାର ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟଙ୍କୁ ପଦରୁ ହଟାଇଦେଇଛନ୍ତି। ଏଥିସହ ଫିଜିଓଲଜି ପ୍ରଫେସର ଡକ୍ଟର ବୁଲବୁଲ ମୁଖପାଧ୍ୟାୟଙ୍କୁ ନୂଆ ସୁପରିଟେଣ୍ଡେଣ୍ଟ କମ୍ ଭାଇସ୍-ପ୍ରିନ୍ସିପାଲ ଭାବେ ନିଯୁକ୍ତ କରିଛନ୍ତି।

West Bengal Kolkata Doctor Rape And Murder Case Principal Resigned
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe