Advertisment

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇପାରିବେ ନାହିଁ: ବମ୍ବେ ହାଇକୋର୍ଟ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜଣେ ବ୍ୟକ୍ତିଙ୍କୁ ରାତି ୩ଟା ଯାଏ ଜେରା କରିବା ଉପରେ ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ...

ଅଦ୍ୟତନ ହୋଇଛି
Bombay HC

Bombay HC

Advertisment

ଶୋଇବାର ଅଧିକାର ହେଉଛି ମାନବର ଏକ ମୌଳିକ ଆବଶ୍ୟକତା, ଏଥିରୁ ବଞ୍ଚିତ କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଇଡି ଜଣେ ବ୍ୟକ୍ତିଙ୍କୁ ବିଳମ୍ବିତ ରାତି ଯାଏ ଜେରା କରିବା ଆବେଦନ ଉପରେ ଶୁଣାଣି କରି ଏପରି ଟିପ୍ପଣୀ ଦେଇଛନ୍ତି ବମ୍ବେ ହାଇକୋର୍ଟ।ହାଇକୋର୍ଟ ଇଡିକୁ 'ଆର୍ଥ ଟାଇମ୍' ଅର୍ଥାତ୍ ସମୟକୁ ଧ୍ୟାନରେ ରଖି ଜେରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଖବର ଅନୁସାରେ, ଗାନ୍ଧିଧାମର ଜଣେ ୬୪ ବର୍ଷୀୟ ରାମ କୋଟୁମାଲ ଇସ୍ରାନି ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ତାଙ୍କ ଆବେଦନ ଅନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ଅର୍ଥ ଘୋଟାଲା ମାମଲାରେ ତାଙ୍କୁ ଅଗଷ୍ଟ ୭, ୨୦୨୩ରେ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ସେ ମଧ୍ୟ ନିର୍ଦ୍ଦେଶ ଅନୁସାରେ, ସକାଳ ୧୦.୩୦ରୁ ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହୋଇଥିଲେ। 

ଏହାପରେ ତାଙ୍କଠାରୁ ମୋବାଇଲ ଫୋନ ନେଇଯାଇଥିଲେ, ଏପରିକି ଶୌଚାଳୟ ଯିବା ସମୟରେ ମଧ୍ୟ ତାଙ୍କୁ ଇଡି ଅଧିକାରୀମାନେ ପିଛା କରି ଯାଉଥିଲେ ବୋଲି ଇସ୍ରାନିଙ୍କ ଓକିଲେ କୋର୍ଟରେ କହିଛନ୍ତି। ସେ ଆହୁରି କହିଥିଲେ ଯେ, ଏସବୁ ପରେ ମଧ୍ୟ ଇସ୍ରାନିଙ୍କୁ ଜେରା କରାଯାଇ ନଥିଲା। 

Advertisment

ରାତି ପ୍ରାୟ ୧୦.୩୦ ମିନିଟରେ ଜେରା କରିଥିଲେ ଇଡି ଏବଂ ମଧ୍ୟ ରାତ୍ର ୩ଟାରେ ଜେରା ସରିବା ପରେ ସକାଳ 5ଟାରେ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ଗିରଫଦାରୀ ବେଆଇନ ଘୋଷିତ ହୋଇଛି। କିନ୍ତୁ ଇଡିର ଏପରି କାର୍ଯ୍ୟାନୁଷ୍ଠାନ ଜଣେ ବ୍ୟକ୍ତିଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ସମ୍ବିଧାନର ଧାରା ୨୧ ଅନୁସାରେ ଶୋଇବାରୁ ବଞ୍ଚିତ କରିବା ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଇସ୍ରାନିଙ୍କ ଓକିଲ ଯୁକ୍ତି ବାଢିଥିଲେ। 

ଏହାପରେ ଇଡି ପକ୍ଷରୁ ହାଜର ହୋଇଥିବା ଓକିଲ କହିଥିଲେ, ବିବୃତ୍ତି ରେକର୍ଡ ସମୟରେ ଇସ୍ରାନିଙ୍କର କୌଣସି ଆପତ୍ତି ନଥିଲା। ତେଣୁ ଅଧିକାରୀମାନେ ଜେପା କରିଥିଲେ।

ଆଜି ବିଚାରପତି ଜଷ୍ଟିସ୍ ରେବତୀ ମୋହିତ-ଡେରେ ଏବଂ ମଞ୍ଜୁଶା ଦେଶପାଣ୍ଡେଙ୍କୁ ନେଇ ଗଠିତ ଏହି ମାମଲା ଉପରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, "ଅସମୟରେ ବିବୃତ୍ତି ରେକର୍ଡ କରିବା ଦ୍ୱାରା ନିଶ୍ଚିତ ଭାବରେ ଜଣେ ବ୍ୟକ୍ତି ନିଦରୁ ବଞ୍ଚିତ ହେବ। ଏହା ମୌଳିକ ଅଧିକାରର ଉଲ୍ଲଂଘନ। ଇଡିର ଏପରି କାର୍ଯ୍ୟକୁ ଆମେ ନାପସନ୍ଦ କରୁଛୁ।"

ନିଦ୍ରାର ଅଭାବ ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ, ମାନସିକ ଦକ୍ଷତା, ଜ୍ଞାନଗତ କୌଶଳ ଇତ୍ୟାଦିକୁ ଖରାପ କରିପାରେ। ତଦନ୍ତକାରୀ ସଂସ୍ଥା ଆଗକୁ ଏପରି ଅଭ୍ୟାସରୁ ନିବୃତ୍ତି ରହିବ ବୋଲି ଆମେ ଆଶା କରୁଛୁ ବୋଲି ଖଣ୍ଡପୀଠ କହିଛନ୍ତି। 

Bombay High Court Enforcement Directorate Right To Sleep
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe