Advertisment

ରାମନବମୀ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ, ବ୍ୟାପକ ପୋଡ଼ାଜଳା

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବହୁ ପୋଡ଼ାଜଳା କ୍ଷୟକ୍ଷତି ହୋଇଛି।

author-image
Tapas Behera
fire

fire

ଆଜି ରାମନବମୀ ଉତ୍ସବ ମଧ୍ୟରେ ପଶ୍ଚିମବଙ୍ଗର ହାୱଡ଼ାରେ ବ୍ୟାପକ ହିଂସା ଉପୁଜିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବହୁ ପୋଡ଼ାଜଳା କ୍ଷୟକ୍ଷତି ହୋଇଛି। ଅନେକ ଗାଡିରେ ନିଆଁ ଲଗାଯିବା ସହ ପରସ୍ପରକୁ ପଥରମାଡ଼ ହୋଇଛି। ଦୋକାନ ବଜାର ବ୍ୟାପକ ଭଙ୍ଗାରୁଜା ହେବା ସହ ଲୁଟ୍‌ ଓ ମାରପିଟ ହୋଇଛି। ହିଂସାକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ରାମ ନବମୀ ଶୋଭାଯାତ୍ରା କାଜିପାରା ଅଞ୍ଚଳ ପାର ହେଉଥିଲା ବେଳେ ଏହି ହିଂସା ଉପୁଜିଥିଲା। ହିଂସା ସମୟରେ କିଛି ପୋଲିସ ଗାଡି ସମେତ ଅନେକ କାର ନଷ୍ଟ ହୋଇଛି। ଅରାଜକକାରୀଙ୍କୁ ଦମନ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲୁହବୁହା ଗ୍ୟାସଓ ଗୁଳି ଚଳାଇବାକୁ ପଡିଥିଲା।

Advertisment

କେନ୍ଦ୍ରର ନୀତି ବିରୋଧରେ କୋଲକାତାରେ ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନ କରୁଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଦଙ୍ଗାକାରୀମାନେ ଦେଶର ଶତ୍ରୁ । ଆଜିର ହିଂସା ପଛରେ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି। ଯେଉଁମାନେ ଆଜିର ହିଂସା ସହ ଜଡିତ ସେମାନଙ୍କୁ ରକ୍ଷା କରାଯିବ ନାହିଁ। ମୁଁ ଦଙ୍ଗାକାରୀଙ୍କୁ ସମର୍ଥନ କରେ ନାହିଁ ଏବଂ ସେମାନଙ୍କୁ ଦେଶର ଶତ୍ରୁ ବୋଲି ମନେ କରେ । ବିଜେପି ସର୍ବଦା ହାୱାଡ଼ାକୁ ଟାର୍ଗେଟ କରିଛି। ସେମାନଙ୍କ ନିଶାନାରେ ପାର୍କ ସର୍କସ ଏବଂ ଇସଲାମପୁର ମଧ୍ୟ ରହିଛି । ସମସ୍ତେ ସତର୍କ ରହିବା ଆବଶ୍ୟକ ବୋଲି ସେ ଚେତାବନୀ ଦେଇଛନ୍ତି। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଏହି ଅଭିଯୋଗକୁ ଅସ୍ୱୀକାର କରି ହିଂସା ପାଇଁ ଟିଏମସି ସରକାରଙ୍କୁ ଦାୟୀ କରିଛନ୍ତି। ହିଂସା ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରଶାସନ ଦାୟୀ ବୋଲି ଶ୍ରୀ ଅଧିକାରୀ କହିଛନ୍ତି।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ଯେଉଁମାନେ ସନାତନ ସଂସ୍କୃତିରେ ବିଶ୍ୱାସ କରନ୍ତି ସେମାନେ ରାମଙ୍କ ଜନ୍ମ ବାର୍ଷିକୀ ପାଳନ କରନ୍ତି । ସେ ଦିନ ଛୁଟି ଘୋଷଣା କରିବା ପରିବର୍ତ୍ତେ ଏହା ମିଥ୍ୟା କହି ଟିଏମସି ବିରୋଧ କରିଛି। ତେବେ ଏହାପୂର୍ବରୁ ମମତା ବାନାର୍ଜୀ ଲୋକମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ଶୋଭାଯାତ୍ରା କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେଉଁମାନେ ଆଜି ରାମ ନବମୀ ପାଇଁ ଶୋଭାଯାତ୍ରା କରୁଛନ୍ତି, ଦୟାକରି ତାହା କରନ୍ତୁ, କିନ୍ତୁ ଶାନ୍ତିପୂର୍ଣ୍ଣ ଭାବରେ କରନ୍ତୁ। ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଉତ୍ତେଜିତ ହୁଅନ୍ତୁ ନାହିଁ। ଏହାସତ୍ତ୍ୱେ ପଶ୍ଚିମବଙ୍ଗରେ ଦଙ୍ଗା ସୃଷ୍ଟି ହୋଇଥିଲା। ସ୍ଥିତି ଉତ୍ତେଜିତ ଥିବାରୁ ପୁଲିସ ପ୍ରଶାସନ ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଛି।

Advertisment
India