Advertisment

୧୨ ବର୍ଷ ତଳେ ନିୟମ ଭାଙ୍ଗିଥିଲେ; ବନ୍ଧା ହେଲେ ରୀତା ବହୁଗୁଣା ଯୋଶୀ

ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ ଅଦାଲତ ଶୁକ୍ରବାର ରୀତାଙ୍କୁ ଆଚାର ସଂହିତା ଉଲ୍ଲଘଂନ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ୬ ମାସ ଜେଲ୍‌ ସାଙ୍ଗକୁ ତାଙ୍କ ଉପରେ ୧୧ଶହ ଟଙ୍କା ଜରିମାନା ଲଗାଯାଇଛି।

author-image
Niharika Rout
Rita Bahuguna Joshi

Rita Bahuguna Joshi

୧୨ ବର୍ଷ ତଳେ ନିର୍ଚାଚନ ସମୟରେ ଆଚାର ସଂହିତା ଉଲ୍ଲଘଂନ କରିଥିବା ବେଳେ ଏବେ ବନ୍ଧା ହେଲେ ବରିଷ୍ଠ ବିଜେପି ନେତ୍ରୀ ତଥା ସାଂସଦ ରୀତା ବହୁଗୁଣା ଯୋଶୀ ।

Advertisment

ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ ଅଦାଲତ ଶୁକ୍ରବାର ରୀତାଙ୍କୁ ଆଚାର ସଂହିତା ଉଲ୍ଲଘଂନ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ୬ ମାସ ଜେଲ୍‌ ସାଙ୍ଗକୁ ତାଙ୍କ ଉପରେ ୧୧ଶହ ଟଙ୍କା ଜରିମାନା ଲଗାଯାଇଛି। କୋର୍ଟଙ୍କ ରାୟ ପରେ ପୁଲିସ୍‌ ତୁରନ୍ତ ରୀତା ବହୁଗୁଣାଙ୍କୁ ଗିରଫ କରିଥିଲା। ତେବେ ୨୦ ହଜାର ଟଙ୍କା ଜରିମାନା ଦେବା ପରେ ତାଙ୍କୁ ଅନ୍ତରୀଣ ଜାମିନରେ ଛଡ଼ା ଯାଇଛି।

୨୦୧୨ ମସିହାରେ ରୀତା ବହୁଗୁଣା ଯୋଶୀ କଂଗ୍ରେସ ଦଳରେ ଥିଲେ। ସେ ଲକ୍ଷ୍ନୌର କୈଣ୍ଟ ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ୁଥିଲେ। ଉକ୍ତ ବର୍ଷ ନିର୍ବାଚନ ପ୍ରଚାର ସମୟ ସମାପ୍ତ ହେବା ପରେ ୧୭ ଫେବୃୟାରୀ ସନ୍ଧ୍ୟା ସମୟରେ ରୀତା ନିଜ ଅଞ୍ଚଳର ବଜରଙ୍ଗ ନଗର କ୍ଷେତ୍ରରେ ପ୍ରଚାର କରୁଥିଲେ।

Advertisment

ଏନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ମାଜିଷ୍ଟ୍ରେଟ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ରୀତା ବହୁଗୁଣା ଯୋଶୀ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ବୈଠକ କରୁଥିବା ଦେଖିବାକୁ ପାଇଥିଲେ। ପ୍ରମାଣ ସ୍ୱରୂପ ସେ ଏହାର ଫଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରିଥିଲେ। ଏନେଇ ରୀତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇ ଏହାର ଶୁଣାଣି ଚାଲୁଥିଲା। ଶେଷରେ ଗତକାଲି ଏହାର ରାୟ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହା ନିର୍ବାଚନ ପୂର୍ବରୁ ରୀତା ବହୁଗୁଣା କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

Bjp Uttar Pradesh