Advertisment

ଧରା ପଡ଼ିଲା କୁଖ୍ୟାତ ଆତଙ୍କବାଦୀ ରିଜୱାନ, ମୁଣ୍ଡରେ ଥିଲା ୩ ଲକ୍ଷର ପୁରସ୍କାର

ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ତାକୁ ଆଜି ଭୋରରୁ ମାଡ଼ି ବସିଛି। ରିଜୱାନ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

Rizwan Abdul

Rizwan Abdul

Advertisment

ଶେଷରେ ଧରା ପଡ଼ିଲା କୁଖ୍ୟାତ ISIS ଆତଙ୍କବାଦୀ ରିଜୱାନ ଅବଦୁଲ ହାଜି ଅଲ୍ଲି । ସେ NIAର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ସାମିଲ ଥିଲା। ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ତାକୁ ଆଜି ଭୋରରୁ ମାଡ଼ି ବସିଛି। ରିଜୱାନ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

Advertisment

ଆତଙ୍କବାଦୀ ରିଜୱାନ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳ ବାସିନ୍ଦା। ସେ ପୁଣେର ISIS ମଡ୍ୟୁଲର ଜଣେ କୁଖ୍ୟାତ ଆତଙ୍କବାଦୀ ଥିଲା। ପୁଣେର ISIS ମଡ୍ୟୁଲର ବହୁ କୁଖ୍ୟାତ ଆତଙ୍କବାଦୀଙ୍କୁ NIA ଓ ପୁଣେ ପୁଲିସ୍‌ ଗିରଫ କରି ସାରିଲାଣି। ମାତ୍ର ପୁଲିସ୍‌ ଆଖିରେ ଧୁଳି ଦେଇ ବହୁ ଦିନ ହେବ ରିଜୱାନ ଫେରାର ହେବାରେ ସକ୍ଷମ ହେଉଥିଲା।

ଏହି ସଙ୍ଗଠନର ଆତଙ୍କବାଦୀମାନେ ଦିଲ୍ଲୀ ଓ ମୁମ୍ବାଇର ବହୁ ଭିଭିଆଇପି ଅଞ୍ଚଳରେ ଆତଙ୍କୀ ହମଲା ନିମନ୍ତେ ରେକି କରିଥିଲେ। ଏହାପରଠୁ ସେ NIA ଟାର୍ଗେଟରେ ଥିଲେ।

Advertisment

ଗତ ବର୍ଷ ଜୁଲାଇ ମାସରେ NIA ମହାରାଷ୍ଟ୍ରର ପୁଣେରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ, ISIS ପତ୍ରିକା ଆଦି ଜବତ କରିଥିଲା। ଏହି ମାମଲାରେ ପୁଲିସ୍‌ ପ୍ରଥମେ ୧୩ ଜଣଙ୍କ ନାମରେ ଚାର୍ଜଶିଟ୍‌ ଫାଇଲ୍‌ କରିଥିଲା। ଏହାପରେ ଚଳିତ ବର୍ଷ ମାର୍ଚ୍ଚରେ ଉକ୍ତ ମାମଲାରେ ଆଉ ୩ ଜଣଙ୍କ ନାମରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ହୋଇଥିବା ବେଳେ ସେଥିରେ ରିଜୱାନଙ୍କ ନାମ ବି ସାମିଲ ଥିଲା। ଏହାପରଠୁ ତାଙ୍କୁ ଗିରଫ କରିବାକୁ NIA ଜାଲ ବିଛାଉଥିବା ବେଳେ ଆଜି ଭୋରରୁ ସଫଳ ହୋଇଛି।

ଶେଷରେ ଦିଲ୍ଲୀ ପୁଲିସ୍‌ ସହ ମିଳିତ ଭାବେ NIA ତାଙ୍କୁ ବାନ୍ଧିବାରେ ସଫଳ ହୋଇଛି। ଏବେ ସ୍ପେଶାଲ ସେଲ୍‌ ତାକୁ ପଚରାଉଚରା କରୁଥିବା ବେଳେ ଅଧିକ ତଥ୍ୟ ସଂଗ୍ରହ ଯୋଗାଡ଼ କରିବାରେ ଲାଗି ପଡ଼ିଛି। ରିଜୱାନଙ୍କୁ ଗିରଫ କରିବା ସମୟରେ ପୁଲିସ୍‌ ତାଙ୍କ ନିକଟରୁ ବହୁ ମାରଣାସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି।

Delhi Nia Terrorists
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe