Advertisment

ନୂଆ ସଂସଦ ଭବନର ଡିଜାଇନକୁ କଫିନ ସହିତ ତୁଳନା କଲା ଆରଜେଡି, ବିଜେପି ଦେଲା କଡ଼ା ଜବାବ

‘୨୦୨୪ରେ ଲୋକେ ଆରଜେଡିକୁ ଏହି କଫିନରେ ଭର୍ତ୍ତି କରି ମାଟିରେ ପୋତି ଦେବେ’

coffin and Sansad Bhavan

coffin and Sansad Bhavan

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ସଂସଦ ଭବନକୁ ଲୋକାର୍ପିତ କରିଛନ୍ତି। ହେଲେ ନୂଆ ସଂସଦ ଭବନକୁ ନେଇ ଚାଲିଥିବା ବିବାଦର ଅବସାନ ହେଉ ନାହିଁ। ଆଜି ଏଥିରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ।

Advertisment

ନୂଆ ସଂସଦ ଭବନ ଉଦ୍‌ଘାଟନ ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ପକ୍ଷରୁ କରାଯାଇଥିବା ଏକ ଟ୍ୱିଟ ବିବାଦକୁ ଆଗକୁ ବଢ଼େଇଛି। ଏହି ଟ୍ୱିଟରେ ଆରଜେଡି ନୂଆ ସଂସଦ ଭବନର ଡିଜାଇନକୁ କଫିନ୍ ସହିତ ତୁଳନା କରିଛି। ନୂଆ ସଂସଦ ଭବନର ଫଟୋ ଓ ଏକ କଫିନର ଚିତ୍ର ପୋଷ୍ଟ କରି ଆରଜେଡି ପକ୍ଷରୁ ଏହା କ’ଣ ବୋଲି ପ୍ରଶ୍ନ କରାଯାଇଛି।

ଆରଜେଡି ନେତା ଶକ୍ତି ସିଂହ ଯାଦବ କହିଛନ୍ତି ଯେ ଆମ ଟ୍ୱିଟରେ ଯେଉଁ କଫିନର ଚିତ୍ର ଦିଆଯାଇଛି, ତାହା ବର୍ତ୍ତମାନ ଦେଶର ଗଣତନ୍ତ୍ରର ସ୍ଥିତିକୁ ଦର୍ଶାଇଛି। ଅର୍ଥାତ୍ ଦେଶରେ ଗଣତନ୍ତ୍ରକୁ କଫିନ୍ ଦେଇ ଦିଆଯାଇଛି। ଦେଶ ଏହାକୁ କେବେ ଗ୍ରହଣ କରିବ ନାହିଁ। ସଂସଦ ହେଉଛି ଗଣତନ୍ତ୍ରର ମନ୍ଦିର, ଯେଉଁଠି ଆଲୋଚନା ହୁଏ। କିନ୍ତୁ ଏବେ ଉଭୟ ପରମ୍ପରା ଓ ସମ୍ବିଧାନକୁ ଉଲ୍ଲଂଘନ କରାଯାଉଛି। ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ।

Advertisment

ଆରଜେଡିର ଟ୍ୱିଟ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ଦେଶର ନୂଆ ସଂସଦ ଭବନକୁ କଫିନ ସହିତ ତୁଳନା କରିଥିବା ଲୋକଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ ବୋଲି ଦଳ କହିଛି। 

ବିଜେପି ନେତା ସୁଶୀଲ ମୋଦି କହିଛନ୍ତି, ଏହାଠୁ ଦୁର୍ଭାଗ୍ୟଜନକ ଘଟଣା ଆଉ କ’ଣ ହୋଇପାରେ। ସେମାନଙ୍କର ଏତିକି ବି ବୁଦ୍ଧି ନାହିଁ ଯେ ନୂଆ ସଂସଦ ଭବନ ଲୋକଙ୍କ ଟଙ୍କାରେ ନିର୍ମାଣ ହୋଇଛି। ସେମାନେ (ଆରଜେଡି ଓ ଅନ୍ୟ କିଛି ବିରୋଧୀ ଦଳ) ଆଜି ଉଦ୍‌ଘାଟନୀ ଉତ୍ସବକୁ ବୟକଟ କରିଛନ୍ତି, କିନ୍ତୁ ଆଗାମୀ ଦିନରେ ସଂସଦର ଅଧିବେଶନ ସେଠାରେ ହିଁ ଚାଲିବ। ତା’ହେଲେ କ’ଣ ଆରଜେଡିର ନେତାମାନେ ସଂସଦକୁ ପୂରା ବହିଷ୍କାର କରିବେ? ନୂଆ ସଂସଦ ଭବନକୁ ଜମା ଯିବେନି। ଆରେଜଡିର ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ କ’ଣ ଇସ୍ତଫା ଦେଇ ଦେବେ? ନୂଆ ସଂସଦ ଭବନକୁ ଏକ କଫିନ ସହିତ ତୁଳନା କରି ଆରଜେଡି ଭାରତୀୟ ଗଣତନ୍ତ୍ରକୁ ଅପମାନିତ କରିଛି। ସେମାନଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ୍।

ସେହିଭଳି ଆରଜେଡି ଉଦ୍ଦେଶ୍ୟରେ ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନରେ ଲୋକେ ତୁମକୁ ଏହି କଫିନରେ ଭର୍ତ୍ତି କରି ମାଟି ତଳେ ପୋତି ଦେବେ।

Bjp RJD New Parliament Building
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe