Advertisment

ଯାହା କରିବାର ଅଛି କର… ସରକାରୀ କର୍ମଚାରୀଙ୍କୁ ପିଟିଲେ ଆର୍‌ଜେଡି ନେତାଙ୍କ ପୁଅ

ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜଣେ ଅଫିସରଙ୍କୁ ଲୁହା ରଡ୍‌ରେ ଆର୍‌ଜେଡି ନେତାଙ୍କ ପୁଅ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
rjd-leader-son-badly-beaten-government-officer

rjd-leader-son-badly-beaten-government-officer

Advertisment

ଦାଦାଗିର ଦେଖାଇଲେ ଆର୍‌ଜେଡି ନେତାଙ୍କ ପୁଅ। ଜଣେ ସରକାରୀ କର୍ମଚାରୀଙ୍କ ଉପରେ କଲେ ମରାନ୍ତକ ଆକ୍ରମଣ। ଯାହା କରିବାର ଅଛି କର କହି ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଜଣେ ଅଫିସରଙ୍କୁ ନିର୍ଧୁମ ମାଡ ମାରିଛନ୍ତି। ବିହାରର ପାଟନାରେ ଘଟିଛି ଏଭଳି କିଛି ଘଟଣା।

Advertisment

ପାଟନ ଜିଲ୍ଲାର ଗୋପାଳଗଞ୍ଜ ବାସିନ୍ଦା ଅରବିନ୍ଦ କୁମାର ସିଂହ ଡୋଭି। ସେ ନଗର ପଞ୍ଚାୟତ କାର୍ଯ୍ୟାଳୟରେ ନିଯୁକ୍ତ ଅଛନ୍ତି। ସେ ମଙ୍ଗଳବାର ରାତି ୯ଟା୨୦ରେ ଏକ ସ୍କର୍ପିଓ ଗାଡିରେ ଗୋଲା ରୋଡ୍‌ରୁ ବୋରିଂ ରୋଡ ଆଡକୁ ଯାଉଥିଲେ। ଏତିକି ବେଳେ ହଠାତ୍‌ ଜଣେ ଯୁବକ ତାଙ୍କ ସ୍କର୍ପିଓ ଆଗକୁ ଆସି ଗାଡି ଅଟକାଇଥିଲା। ଏଥିସହ ତାଙ୍କୁ ସ୍କର୍ପିଓ ଗାଡ଼ିର ଚାବି ମାଗିଥିଲା। କିନ୍ତୁ ଚାବି ଦେବାକୁ ମନା କରିବା ସହ ଯୁବକଙ୍କୁ ଗାଡି ଆଗରୁ ହଟିବାକୁ କହିଥିଲେ ଅରବିନ୍ଦ।

ବାସ୍‌ ଏତିକିରେ ଯୁବକ ଜଣ ରାଗିଯାଇ ଅରବିନ୍ଦଙ୍କ ଉପରକୁ ଏକ ଲୁହା ରଡ୍‌ରେ ଆକ୍ରମଣ କରିଥିଲା। ଫଳରେ ତାଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଛି। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଗାଡିରେ ବସିଥିବା ଅନ୍ୟ କିଛି ଲୋକେ ତୁରନ୍ତ ପାଟନାର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।

Advertisment

ପୀଡିତଙ୍କ ଜଣେ ଭାଇଙ୍କ କହିବା ମୁତାବକ, ଆର୍‌ଜେଡି ନେତା ନାଗେନ୍ଦ୍ର ଯାଦବଙ୍କ ପୁଅ ତନୁଜ ଯାଦବ ଓ ନୟନ ଯାଦବ ପଞ୍ଚାୟତ କାର୍ଯ୍ୟାଳୟର କର୍ମଚାରୀଙ୍କୁ ମାଡ ମରିଛନ୍ତି। ଏଥିସହ 'ମୁଁ ନାଗେନ୍ଦ୍ର ଯାଦବଙ୍କ ପୁଅ ଯାହା ଉଖାଡିବାର ଅଛି ଉଖାଡ' ବୋଲି ସେମାନେ ଧମକ ମଧ୍ୟ ଦେଇଛନ୍ତି। ଏଭଳି ଅଭିଯୋଗ ଆସିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୀଡିତଙ୍କ ଅବସ୍ଥା ଗୁରୁତର ଥିବାରୁ ପୁଲିସ ତାଙ୍କ ବୟାନ ରେକର୍ଡ କରିପାରି ନାହିଁ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଲାସି ଅଭିଯାନ ଜାରି ରଖିଛି। ଅଭିଯୁକ୍ତମାନେ ଆର୍‌ଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ସମ୍ପର୍କୀୟ ବୋଲି କୁହାଯାଉଛି। 

Bihar Police RJD RJD Leader Son
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe