Advertisment

ମୁଁ ପାଟନାରେ ରହୁଛି, ଦିଲ୍ଲୀରେ ସିବିଆଇ ସମନ କାହିଁକି? ହାଇକୋର୍ଟ ଗଲେ ତେଜସ୍ୱୀ

ସମନକୁ ରଦ୍ଦ କରିବା ଦାବିରେ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

author-image
Madhupriya Mistry
RJD leader Tejashwi Yadav

RJD leader Tejashwi Yadav

ମୁଁ ପାଟନାରେ ରହୁଛି, ଦିଲ୍ଲୀରେ ସିବିଆଇ ସମନ କାହିଁକି? ଏଭଳି କିଛି ପ୍ରଶ୍ନ କରି ସିବିଆଇ ସମନକୁ ବିରୋଧ କରିଛନ୍ତି ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ସିବିଆଇ କରିଥିବା ସମନକୁ ରଦ୍ଦ କରିବା ଦାବିରେ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। 

Advertisment

ନିଜ ଆବେଦନରେ ତେଜସ୍ୱୀ କହିଛନ୍ତି, ମୁଁ ଯେତେବେଳେ ପାଟନାରେ ରହୁଛି ତେବେ ସିବିଆଇ ଦିଲ୍ଲୀରେ କାହିଁକି ସମନ ଜାରି କରୁଛି। ଧାରା ୧୬୦ ଅନୁଯାୟୀ ସମନ କେବଳ ସ୍ଥାନୀୟ ଅଧିକାର କ୍ଷେତ୍ରରେ ଜାରି କରାଯାଇପାରିବ। ତାଙ୍କୁ ଦିଲ୍ଲୀରେ ହାଜର ହେବାକୁ ନୋଟିସ ଜାରି କରି ସିବିଆଇ ଏହି ଆଇନର ଉଲ୍ଲଙ୍ଘନ କରିଥିବା ସେ କହିଛନ୍ତି।  

ତେଜସ୍ୱୀ ଆହୁରି କହିଛନ୍ତି, ବର୍ତ୍ତମାନ ବିହାର ବିଧାନସଭା ଅଧିବେଶନ ଆରମ୍ଭ ହେବ। ଜଣେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଗୃହରେ ଉପସ୍ଥିତ ରହିବା ତାଙ୍କର ଦାୟିତ୍ୱ। ତେଣୁ ବିହାର ବିଧାନସଭା ଶେଷ ହେବା ଯାଏଁ ସେ ସିବିଆଇକୁ ସମୟ ମାଗିଥିଲେ। ଏନେଇ ତିନିଥର ଅନୁରୋଧ କରିବା ସତ୍ତ୍ୱେ ସିବିଆଇ ଶୁଣୁ ନାହିଁ। 

Advertisment

ଉଲ୍ଲେଖଯୋଗ୍ୟ, ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲାରେ ଫସିଛନ୍ତି ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୂରା ପରିବାର। ଏଥିରେ ତେଜସ୍ୱୀ ଯାଦବଙ୍କ ନାଁ ମଧ୍ୟ ରହିଛି। ତାଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ତିନି ଥର ସମନ କରିସାରିଲାଣି କିନ୍ତୁ ସେ ହାଜର ହେଉ ନାହାନ୍ତି। ସେପଟେ ଗତକାଲି ଲାଲୁ ପ୍ରସାଦ ଯାଦବ, ରାବ୍ରି ଦେବୀ ଓ ଝିଅ ମିସା ଭାରତୀ ସମତେ ଏହି ମାମଲାର ୧୬ ଅଭିଯୁକ୍ତ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ସେଠାରେ ସମସ୍ତଙ୍କ ଜାମିନ ମଞ୍ଜୁର ହୋଇଛି। 

Tejashwi Yadav CBI RJD