Advertisment

ପ୍ରତାପ ଷଡ଼ଙ୍ଗୀଙ୍କ ଫୁଲିଲା ମୁହଁ, ମୁକେଶଙ୍କ ମୁଣ୍ଡ ବୁଲାଉଛି: ହେଲ୍‌ଥ ଅପଡେଟ୍‌ ଦେଲା ହସ୍ପିଟାଲ

ଆର୍‌ଏମ୍‌ଏଲ୍‌ ହସ୍ପିଟାଲର କହିବା ମୁତାବକ, ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ସ୍ୱାସ୍ଥ୍ୟ ଏବେବି ସୁଧୁରିନି।

Pratap and Mukesh

Pratap and Mukesh

Advertisment

ସଂସଦ ପରିସରେ ହୋଇଥିବା ଧକ୍କା କାଣ୍ଡକୁ ନେଇ ଥମୁନି ରାଜନୀତି। ଏହି ଘଟଣାରେ ଦୁଇ ଜଣ ବିଜେପି ସାଂସଦ ଆହତ ହୋଇଛନ୍ତି। ତେବେ ଦୁଇ ଦିନ ପରେ ସେମାନଙ୍କ ଅବସ୍ଥା କିଳଭି ରହିଛି। ସେ ନେଇ ସାଂସଦଙ୍କ ହେଲ୍‌ଥ୍‌ ଅପ୍‌ଡେଟ୍‌ ଜାରି କରିଛି ରାମ ମନୋହର ଲୋହିଆ ହସ୍ପିଟାଲ।

Advertisment

ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କ ସ୍ୱାସ୍ଥ୍ୟ ଏବେବି ସୁଧୁରିନି। ପ୍ରତାପ ଷଡ଼ଙ୍ଗୀଙ୍କ ଗାଲ ହାଡ଼ ଫୁଲିବା ସହ ନୀଳ ପଡ଼ି ଯାଇଛି। ସେହିପରି ମୁକେଶ ରାଜପୁତଙ୍କ ମୁଣ୍ଡ ଏବେବି ବୁଲାଉଛି। ସେ ସ୍ଥିର ନାହାନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ଏକ୍ସ-ରେ ବାହାର କରାଯାଇଛି। ରିପୋର୍ଟ ଆସିବା ପରେ ହାଡ଼ ଭାଙ୍ଗିଛି କି ନାହିଁ ତାହା ସ୍ପଷ୍ଟ ହେବ। ତାଙ୍କ ଗାଲରେ ରକ୍ତ ଜମାଟ ବାନ୍ଧିଛି ବୋଲି ହସ୍ପିଟଲ ପକ୍ଷରୁ କୁହାଯାଇଛି।

ସେହିପରି ଏହି ଘଟଣାର ଦୁଇ ଦିନ ପରେ ବି ସାଂସଦ ମୁକେଶ ରାଜପୁତଙ୍କ ମୁଣ୍ଡା ବୁଲାଉଛି। ସେ ଅସ୍ୱସ୍ତିକର ଅନୁଭବ କରୁଛନ୍ତି। ଡାକ୍ତରୀ ଟିମ୍‌ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ପ୍ରକୃତରେ ଧକ୍କା ପରେ ମୁକେଶଙ୍କ ବ୍ଲଡ୍‌ ପ୍ରେସର ବଢ଼ି ଯାଇଥିଲା। ମାତ୍ର ଏବେ ତାହା ସ୍ଥିର ଥିବା ଡାକ୍ତର କହିଛନ୍ତି।

Advertisment

ଗୁରୁବାର ସଂସଦ ପରିସରେ ଆମ୍ବେଦର ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ସେମାନେ ବିରୋଧୀ ସଂସଦ ଭିତରକୁ ପ୍ରବେଶ କରିବାକୁ ଯାଉଥିଲେ। ଏତିକି ବେଳେ ପ୍ରବେଶ ପଥର ପାହାଚରେ ବିଜେପି ସାଂସଦମାନେ ବିକ୍ଷୋଭ କରୁଥିଲେ। ଦୁଇ ପକ୍ଷ ସାଂସଦ ଗୋଟିଏ ସ୍ଥାନରେ ପହଞ୍ଚିବାରୁ ମୁହାଁମୁହିଁ ସ୍ଥିତି ହୋଇଥିଲା।

ରାହୁଲ ଗାନ୍ଧି କୁଆଡ଼େ ୬୯ ବର୍ଷୀୟ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟତୀତ ବିଜେପିର ଅନ୍ୟ ଜଣେ ସାଂସଦ ମୁକେଶ ରାଜପୁତ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ବିଜେପି ସାଂସଦଙ୍କ ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍‌ ରାହୁଲ ଗାନ୍ଧିଙ୍କ ନାଁରେ ମାମଲା କରିଥିଲା। ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। 

Pratap Sarangi Parliament RML Hospital Mukesh Rajput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe