Advertisment

ବର ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌; ୬ ମୃତ, ୧୧ ଗୁରୁତର

ହସଖୁସିରେ କନିଆ ଘର ଅଭିମୁଖେ ଆଗେଇ ଚାଲିଥିଲେ ବର ଯାତ୍ରୀ। ମାତ୍ର ଏହି ହସ ବେଶି ସମୟ ରହିଲାନି। ମାଡ଼ି ଆସିଲା ଯମ ଆଉ ଆଖି ପିଛୁଳାକେ ହସଖୁସିର ପରିବେଶ କାନ୍ଦ ବୋବାଳି ଆଉ ଚିତ୍କାରରେ ଫାଟି ପଡ଼ିଲା।

author-image
Niharika Rout
Accident

Accident

ବାଜା, ରୋଷଣୀରେ ଦୁଲୁକୁଥିଲା ରାସ୍ତା। ତାଳେ ତଳେ ନାଚଗୀତରେ ନିଜକୁ ହଜାଇ ଦେଇଥିଲେ ବର ଯାତ୍ରୀ । ହସଖୁସିରେ କନିଆ ଘର ଅଭିମୁଖେ ଆଗେଇ ଚାଲିଥିଲେ ବର ଯାତ୍ରୀ। ମାତ୍ର ଏହି ହସ ବେଶି ସମୟ ରହିଲାନି। ମାଡ଼ି ଆସିଲା ଯମ ଆଉ ଆଖି ପିଛୁଳାକେ ହସଖୁସିର ପରିବେଶ କାନ୍ଦ ବୋବାଳି ଆଉ ଚିତ୍କାରରେ ଫାଟି ପଡ଼ିଲା।

Advertisment

ବର ଯାତ୍ରୀଙ୍କ ଉପରେ ମାଡ଼ିଗଲା କ୍ଷୀପ୍ର ବେଗରେ ଆସୁଥିବା ଏକ ଟ୍ରକ୍‌ । ଆଉ ତା’ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ଆଖି ବୁଜିଲେ ୬ ବର ଯାତ୍ରୀ। ଏହି ଦୁର୍ଘଟଣାରେ ୧୧ ବର ଯାତ୍ରୀ ଗୁରୁତର ହୋଇଛନ୍ତି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ମଧ୍ୟ ପ୍ରଦେଶ ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଛି।

ନର୍ମଦାପୁରରୁ ଆସୁଥିବା ବରଯାତ୍ରୀ ରୋଷଣୀ କରି ଯାଉଥିବା ବେଳେ ସୁଲତାନପୁରରେ ଏହି ଦୁର୍ଘଟଣା ଘଟିଛି। ବରଯାତ୍ରୀ ରାସ୍ତା ଉପରେ ନାଚଗୀତରେ ମସଗୁଲ ଥିବା ବେଳେ କ୍ଷୀପ୍ର ବେଗରେ ମାଡ଼ି ଆସୁଥିବା ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

Advertisment

ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିଥିଲେ। ପୁଲିସ୍‌ ପହଞ୍ଚି ଆହତଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରୁ ସେମାନଙ୍କୁ ଭୋପାଳସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଦୁର୍ଘଟଣା ଖବର ପାଇ ତୁରନ୍ତ ଜିଲ୍ଲାପାଳ ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

Accident Madhya Pradesh