Advertisment

କାର୍‌କୁ ପିଟିଲା ବସ୍‌, ଚାଲିଗଲା ୬ ଜୀବନ

କାର୍‌ଟି ଗତକାଲି ନାଗପୁରରୁ ନାଗଭିଡ଼ ଅଞ୍ଚଳକୁ ଯାଉଥିବା ବେଳେ ସେଥିରେ ୬ ଜଣ ଥିଲେ। ମାତ୍ର କାନ୍‌ପା ଗାଁ ନିକଟରେ କାର୍‌ଟି ବିପରୀତ ଦିଗରୁ ଆସୁଥିବା ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

author-image
Niharika Rout
Accident

Accident

ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା କାନ୍‌ପା ଗାଁ ନିକଟରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟ ହୋଇଛି। ଏକ କାର୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାକୁ ଏହି ଦୁର୍ଘଟଣା ଘଟିଛି।

Advertisment

କାର୍‌ଟି ଗତକାଲି ନାଗପୁରରୁ ନାଗଭିଡ଼ ଅଞ୍ଚଳକୁ ଯାଉଥିବା ବେଳେ ସେଥିରେ ୬ ଜଣ ଥିଲେ। ମାତ୍ର କାନ୍‌ପା ଗାଁ ନିକଟରେ କାର୍‌ଟି ବିପରୀତ ଦିଗରୁ ଆସୁଥିବା ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ, ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନିକଟସ୍ଥ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିଲା।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ କରୁଛି।

Maharashtra Govt Accident Road Accident