Advertisment

କାର୍‌କୁ ପିଟିଲା ବସ୍‌, ଚାଲିଗଲା ୬ ଜୀବନ

କାର୍‌ଟି ଗତକାଲି ନାଗପୁରରୁ ନାଗଭିଡ଼ ଅଞ୍ଚଳକୁ ଯାଉଥିବା ବେଳେ ସେଥିରେ ୬ ଜଣ ଥିଲେ। ମାତ୍ର କାନ୍‌ପା ଗାଁ ନିକଟରେ କାର୍‌ଟି ବିପରୀତ ଦିଗରୁ ଆସୁଥିବା ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

Accident

Accident

Advertisment

ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା କାନ୍‌ପା ଗାଁ ନିକଟରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କ ମୃତ୍ୟ ହୋଇଛି। ଏକ କାର୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାକୁ ଏହି ଦୁର୍ଘଟଣା ଘଟିଛି।

Advertisment

କାର୍‌ଟି ଗତକାଲି ନାଗପୁରରୁ ନାଗଭିଡ଼ ଅଞ୍ଚଳକୁ ଯାଉଥିବା ବେଳେ ସେଥିରେ ୬ ଜଣ ଥିଲେ। ମାତ୍ର କାନ୍‌ପା ଗାଁ ନିକଟରେ କାର୍‌ଟି ବିପରୀତ ଦିଗରୁ ଆସୁଥିବା ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଗୁରୁତର ଥିଲା ଯେ, ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନିକଟସ୍ଥ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିଲା।

Advertisment

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ କରୁଛି।

Road Accident Accident Maharashtra Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe