Advertisment

ରାସ୍ତାରେ ଓଲଟିଲା କାର୍‌, ପିଟି ଦେଲା ଟ୍ରକ୍‌; ଗୋଟିଏ ପରିବାରର ୬ ମୃତ

ମୃତକମାନେ ଏକ ପରିବାରର ହୋଇଥିବା ବେଳେ କାର୍‌ରେ ଗାଜିଆବାଦରୁ ଗଜରୌଲା ଅଭିମୁଖେ ଯାଉଥିଲେ।

Accident

Accident

Advertisment

ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ କାର୍‌ ମଧ୍ୟରେ ଦୁର୍ଘଟଣା ଘଟି ଏକ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ହେଲା ଯେ, କାର୍‌ଟି ଚେପା ଆସିବା ସହ ତାହାର ଚକ ବାହାରି ପଳାଇଛି। ମୃତକମାନେ ଏକ ପରିବାରର ହୋଇଥିବା ବେଳେ କାର୍‌ରେ ଗାଜିଆବାଦରୁ ଗଜରୌଲା ଅଭିମୁଖେ ଯାଉଥିଲେ।

Advertisment

ଏହି ଦୁର୍ଘଟଣା ଦିଲ୍ଲୀ- ଲକ୍ଷ୍ନୌ ଜାତୀୟ ରାଜପଥର ଗଡ଼ କୋତୱାଲି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। କାର୍‌ଟି ଦ୍ରୁତ ଗତିରେ ଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ତାହା ଡିଭାଇଡରରେ ପିଟି ହୋଇଥିଲା। ଏହାପରେ ଗାଡ଼ିଟି ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା। ଉକ୍ତ ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ଟି କାର୍‌କୁ ପିଟିଥିଲା।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲ ପଠାଇ ଦିଆଯାଇଛି।

Advertisment

ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟାଇବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

Uttar Pradesh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe