Advertisment

ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା: ‍ପୋଲ ତଳକୁ ବସ୍‌ ଖସି ୧୫ ମୃତ, ୨୦ ଗୁରୁତର

ବସ୍‌ଟି ହାଥିନୀ ନଦୀ ଉପରେ ଯାଉଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ମଧ୍ୟପ୍ରଦେଶର ଖରଗୋନ ଅଞ୍ଚଳରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ହାଥିନୀ ନଦୀ ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି।

Advertisment

ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍‌ଟିରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ବସ୍‌ଟି ହାଥିନୀ ନଦୀ ଉପରେ ଯାଉଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ଭାରସାମ୍ୟ ହରାଇ ପୋଲ ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଥିଲା। ଏହାଦେଖି ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ତୁରନ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲା। ସେଠାରେ ଡାକ୍ତର ୧୫ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨୦ ଜଣଙ୍କ ଚିକିତ୍ସା ଚାଲିଛି। ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି।

Advertisment

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏହାବାଦ ଗୁରୁତର ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ଲେଖା ମିଳିବ ବୋଲି ଘୋଷଣା ହୋଇଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଦୁର୍ଘଟଣାର କାରଣ ଜଣାପଡ଼ିନି। ଦ୍ରୁତ ଗତି ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

Accident Deadbody Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe