Advertisment

୧୫ କି.ମି ପର୍ଯ୍ୟନ୍ତ ରାସ୍ତା ଜାମ୍, ଫସି ରହିଛନ୍ତି ବହୁ ଲୋକ

ଏକାଧିକ ସ୍ଥାନରେ ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶର ମଣ୍ଡି ଓ କୁଲ୍ଲୁ ମଧ୍ୟରେ ଜାତୀୟ ରାଜପଥ ପ୍ରାୟ ୧୫ କିମି ପର୍ଯ୍ୟନ୍ତ ଜାମ୍ ହୋଇଯାଇଛି।

ଅଦ୍ୟତନ ହୋଇଛି
Road Jam

Road Jam

Advertisment

ଏକାଧିକ ସ୍ଥାନରେ ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶର ମଣ୍ଡି ଓ କୁଲ୍ଲୁ ମଧ୍ୟରେ ଜାତୀୟ ରାଜପଥ ପ୍ରାୟ ୧୫ କିମି ପର୍ଯ୍ୟନ୍ତ ଜାମ୍ ହୋଇଯାଇଛି। ଫଳରେ ବହୁ ସଂଖ୍ୟାରେ ଲୋକ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ପର୍ଯ୍ୟଟକ। ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ହେବା ଫଳରେ ଗତକାଲି ସନ୍ଧ୍ୟାରୁ ସେଠାରେ ଲୋକମାନେ ଅଟକି ରହିଛନ୍ତି। ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ପଥର ଖଣ୍ଡ ଗୁଡ଼ିକୁ ବିସ୍ଫୋରଣ କରି ସେଠାରୁ ହଟା ଯାଉଛି। ତେବେ ରାସ୍ତା ପୂରା ସଫା ହେବାକୁ ଆହୁରି ୭/୮ ଘଣ୍ଟା ଲାଗିଯିବ ବୋଲି ନିୟୋଜିତ ସରକାରୀ କର୍ମଚାରୀମାନେ କହୁଥିବା ଯୋଗୁ ଅଟକି ରହିଥିବା ପର୍ଯ୍ୟଟକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।

Advertisment

ସେଠାରେ ଫସି ରହିଥିବା କୌଣସି ପର୍ଯ୍ୟଟକ ଏଭଳି ଏକ ସ୍ଥିତି ପାଇଁ ପ୍ରସ୍ତୁତ ନଥିଲେ। ଏହି ପର୍ଯ୍ୟଟକଙ୍କ ମଧ୍ୟରେ ଅନେକ ସେମାନଙ୍କ ପରିବାର ଧରି ଆସିଛନ୍ତି। ସେମାନଙ୍କର ଛୋଟ ଛୋଟ ଛୁଆ ଅଛନ୍ତି। ଛୋଟ ଛୁଆଙ୍କ ପାଇଁ ଅନେକ ପର୍ଯ୍ୟଟକ ଚିନ୍ତାରେ ଅଛନ୍ତି। କେହି କେହି ପୂରା ବସ୍ ଭଡ଼ାରେ ନେଇ ଏଠାକୁ ବୁଲିବାକୁ ମଧ୍ୟ ଆସିଛନ୍ତି। ଅନେକ ଆଖପାଖ ଢାବାରେ ଅପେକ୍ଷା କରିଛନ୍ତି। କୌଣସି ପର୍ଯ୍ୟଟକ ହୋଟେଲ ରୁମ୍ ପାଇ ନାହାନ୍ତି। ବହୁତ ଲୋକ ଗତକାଲି ରାସ୍ତାରେ ରାତି ବିତାଇଥିଲେ। ରାସ୍ତାରେ ଶତାଧିକ କାର ସହିତ ବସ୍ ଓ ଅନ୍ୟାନ୍ୟ ଗାଡ଼ି ଫସି ରହିଛି।

ଅନେକ ପର୍ଯ୍ୟଟକ ଅଭିଯୋଗ କରିଛନ୍ତି ଯେ ଗତକାଲି ସନ୍ଧ୍ୟାରୁ ଭୂସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଥିବା ବେଳେ ସେମାନେ ରାତି ପ୍ରାୟ ୧୦ଟା ବା ତା’ ପରେ ସେଠାରେ ପହଞ୍ଚିଥିଲେ। ରାସ୍ତା ଅବରୋଧ ହୋଇଥିବା ନେଇ ଜାଣି ନଥିବାରୁ ସେମାନେ ଆସିଲେ। ଯଦି ପୂର୍ବରୁ ଏନେଇ ସୂଚନା ଦିଆଯାଇଥା’ନ୍ତା ତା’ହେଲେ ଲୋକେ ଏହି ରାସ୍ତା ଦେଇ ଆସିନଥା’ନ୍ତେ କି ହଇରାଣ ହୋଇନଥା’ନ୍ତେ। ସେମିତି କିଛି ବ୍ୟବସ୍ଥା ସରକାର ଲାଗୁ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

Advertisment

ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ଆହୁରି ବର୍ଷା ହେବା ନେଇ ଚେତାବନୀ ଦିଆଯାଇଥିବାରୁ, ଫସି ରହିଥିବା ଲୋକେ ଆହୁରି ଚିନ୍ତିତ ହୋଇଯାଇଛନ୍ତି।

Himachal Pradesh Traffic Jam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe