Advertisment

୧୫ ବର୍ଷ ହେଲା ରାସ୍ତା କାମ ହେଉନି, ସ୍କୁଲ ଯିବା ବନ୍ଦ କରିଦେଲେ ପିଲା

ପରିବାର ଲୋକମାନେ ସ୍କୁଲ ବିଲଡିଂ ସମ୍ମୁଖରେ ବିକ୍ଷୋଭ କରି ତତ୍କାଳ ଭାବେ ୨.୫ କିମି ରାସ୍ତାର ମରାମତି କରିବାକୁ ଦାବି କରିଛନ୍ତି।

Protest

Protest

Advertisment

ଦୀର୍ଘ ୧୫ ବର୍ଷ ହେଲା ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ବାରମ୍ବାର ଅଭିଯୋଗ କରି ମଧ୍ୟ କିଛି ବି ଫରକ ପଡ଼ିଲା ନାହିଁ। ଶେଷରେ ଅଭିନବ ଉପାୟରେ ଏହାର ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକ।

Advertisment

ଉତ୍ତର ପ୍ରଦେଶର ହାଥସ ଜିଲ୍ଲା ବିଲଖୋରା ଗାଁର ଲୋକମାନେ ସେମାନଙ୍କର ପିଲାମାନଙ୍କ ସ୍କୁଲ ଯିବା ବନ୍ଦ କରି ଦେଇ ବିପର୍ଯ୍ୟସ୍ତ ରାସ୍ତାର ପ୍ରତିବାଦ କରିଛନ୍ତି। ପରିବାର ଲୋକମାନେ ସ୍କୁଲ ବିଲଡିଂ ସମ୍ମୁଖରେ ବିକ୍ଷୋଭ କରି ତତ୍କାଳ ଭାବେ ୨.୫ କିମି ରାସ୍ତାର ମରାମତି କରିବାକୁ ଦାବି କରିଛନ୍ତି।

ବିକ୍ଷୋଭର ନେତୃତ୍ୱ ନେଉଥିବା ପୁନିତ ଚୌଧୁରୀ କହିଛନ୍ତି, “ସହରକୁ ଯିବା ପାଇଁ ତିଆରି କରାଯାଇଥିବା ମୁଖ୍ୟ ରାସ୍ତାକୁ ଏହା ସଂଯୋଗ କରୁଛି। ଆମେ ଏହାର ମରାମତି ପାଇଁ ସମସ୍ତଙ୍କୁ ଅନୁରୋଧ କରିଛୁ। କିନ୍ତୁ ଏଯାଏ କିଛି ବି ହେଇନି।

Advertisment

ତେଣୁ ଆମେ ବାଧ୍ୟ ହୋଇ ଏପରି ପଦକ୍ଷେପ ଗ୍ରହଣ କରିଛୁ। ଗୋଟିଏ ସପ୍ତାହ ହେଲାଣି ଗାଁରେ ଥିବା ସମସ୍ତ ୩ ସ୍କୁଲ ବନ୍ଦ ରହିଛି। ରାସ୍ତା ମରାମତି ନ ହେବା ଯାଏ ଆମେ ଆନ୍ଦୋଳନରୁ ହଟିବୁ ନାହିଁ। ଆମ ପିଲାମାନଙ୍କ ପାଠପଢ଼ା ପ୍ରଭାବିତ ହେଲେ ମଧ୍ୟ ଆମେ ବିକ୍ଷୋଭ ଜାରି ରଖିବୁ।”

ଖରାପ ରାସ୍ତା ବିରୋଧରେ ପିଲାମାନେ ମଧ୍ୟ ବିକ୍ଷୋଭରେ ବସିଛନ୍ତି। ଜଣେ ଛାତ୍ର କହିଛନ୍ତି, ରାସ୍ତା ଏତେ ଖରାପ ଯେ କେହି ବି ସହରକୁ ଠିକ ଭାବେ ଯାଇ ପାରୁ ନାହାନ୍ତି। ଏହା ଆମ ଭବିଷ୍ୟତର କଥା ହୋଇଥିବାରୁ ଆମେ ମଧ୍ୟ ବିକ୍ଷୋଭକୁ ସମର୍ଥନ କରୁଛୁ ବୋଲି ସେ କହିଛନ୍ତି।

ରବିବାର ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ଓ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହାପରେ ଗାଁ ଲୋକମାନେ ସ୍ଥାନୀୟ ଜନପ୍ରତିନିଧିଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଘଟଣା ସମ୍ପର୍କରେ ସବ ଡିଭିଜନାଲ ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର କହିଛନ୍ତି, “ଗାଁ ଲୋକମାନେ ଯେଉଁ ରାସ୍ତାର ମରାମତି ପାଇଁ ଦାବି କରୁଛନ୍ତି, ସେଇଟା PWD ଅଧୀନରେ ଆସୁନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷ୍ନୌରେ ଥିବା ବରିଷ୍ଠ ଅଧିକାରୀଙ୍କୁ ଏ ସମ୍ପର୍କରେ ଚିଠି କରାଯାଇଛି। ଆମେ ଗାଁ ଲୋକଙ୍କ ଯୋଗାଯୋଗରେ ଅଛୁ। ଖୁବଶୀଘ୍ର ଘଟଣାର ସମାଧାନ ହେବ।”

Road Strike Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe