Advertisment

Murder: ହୋଲିରେ ମହିଳାଙ୍କ ଉପରେ ପଡ଼ିଗଲା ରଙ୍ଗ, ଯୁବକଙ୍କୁ ପିଟିପିଟି ହତ୍ୟା: ରାଜଧାନୀରେ ବ୍ୟାପକ ପୋଡ଼ାଜଳା

ପୁଲିସର କହିବା କଥା ଯେ ହୋଲି ବେଳେ କିଛି ଛୋଟ ପିଲା ଭୁଲବଶତଃ ଜଣେ ମହିଳାଙ୍କ ଉପରେ ରଙ୍ଗ ଭର୍ତ୍ତି ବେଲୁନ ପକାଇ ଦେଇଥିଲେ। ଛାତ ଉପରେ ଛୋଟ ପିଲାମାନେ ରଙ୍ଗ ଖେଳୁଥିବା ବେଳେ ରଙ୍ଗ ଭର୍ତ୍ତି ବେଲୁନ ରାସ୍ତାରେ ଯାଉଥିବା ଆଉ ଗୋଟିଏ ସଂପ୍ରଦାୟର ମହିଳାଙ୍କ ଉପରେ ପଡ଼ି ଯାଇଥିଲା।

Car

ପୋଡ଼ାଜଳା

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ପ୍ରବଳ ଉତ୍ତେଜନା। ପୋଡ଼ାଜଳା ସାଙ୍ଗକୁ ଭଙ୍ଗାରୁଜା ଓ ରାସ୍ତାରୋକ ରାଜଧାନୀକୁ ଅଶାନ୍ତ କରି ଦେଇଛି। ଗୁରୁବାର ହୋଲି ବେଳେ ଉତ୍ତର ନଗର ଅଞ୍ଚଳରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ପିଟିପିଟି ହତ୍ୟା(Murder) କରାଯାଇଥିଲା। ଏହାକୁ ନେଇ ପ୍ରବଳ ବିକ୍ଷୋଭ ଦେଖିବାକୁ ମିଳିଛି। ଶତାଧିକ ଲୋକ ନ୍ୟାୟ ପାଇଁ ଉତ୍ତର ନଗର ପୁଲିସ ଷ୍ଟେସନ ଘେରାଉ କରି ନ୍ୟାୟ ଦାବି କରିଛନ୍ତି।

Advertisment

ବିକ୍ଷୋଭକାରୀମାନେ ପୋଡ଼ାଜଳା କରିବାରୁ ତୀବ୍ର ‌ଉତ୍ତେଜନା ଦେଖିବାକୁ ମିଳିଛି। ପୁଲିସର କହିବା କଥା ଯେ ହୋଲି ବେଳେ କିଛି ଛୋଟ ପିଲା ଭୁଲବଶତଃ ଜଣେ ମହିଳାଙ୍କ ଉପରେ ରଙ୍ଗ ଭର୍ତ୍ତି ବେଲୁନ ପକାଇ ଦେଇଥିଲେ। ଛାତ ଉପରେ ଛୋଟ ପିଲାମାନେ ରଙ୍ଗ ଖେଳୁଥିବା ବେଳେ ରଙ୍ଗ ଭର୍ତ୍ତି ବେଲୁନ ରାସ୍ତାରେ ଯାଉଥିବା ଆଉ ଗୋଟିଏ ସଂପ୍ରଦାୟର ମହିଳାଙ୍କ ଉପରେ ପଡ଼ି ଯାଇଥିଲା। ଏହାକୁ ନେଇ ମହିଳା ଜଣଙ୍କ ପ୍ରବଳ ପାଟିତୁଣ୍ଡ କରିଥିଲେ। ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। 

ସାମନ୍ୟ ରଙ୍ଗ ଖେଳରୁ ଆରମ୍ଭ ହୋଇଥିବା ଯୁକ୍ତିତର୍କ ମାତ୍ର କିଛି ସମୟ ମଧ୍ୟରେ ହିଂସାତ୍ମକ ରୂପ ଧାରଣ କରିଥିଲା। ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ସମ୍ପର୍କରେ ୨୬ ବର୍ଷୀୟ ତରୁଣ ନାମକ ଯୁବକଙ୍କୁ କିଛି ଜଣା ନଥିଲା। ସେ ବନ୍ଧୁମାନଙ୍କ ସହ ରଙ୍ଗ ଖେଳି ଘରକୁ ଆସୁଥିବା ବେଳେ ମହିଳାଙ୍କ ପରିବାର ଲୋକ ତାଙ୍କୁ ଲୁହାରଡ ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା।

Advertisment

ତରୁଣଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଆକ୍ରମଣକାରୀମାନେ ତରୁଣଙ୍କୁ ମାଡ଼ ମାରିବା ସହ ତଳେ ପକାଇ ଦେଇଥିଲେ। ସେ ତଳେ ପଡ଼ିଥିବା ବେଳେ ତାଙ୍କ ଛାତିରେ ପଥର ଛେଚି ଦେଇଥିଲେ। ତରୁଣଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର କ୍ରୋଧ ପ୍ରକାଶ ପାଇଛି।

ହିନ୍ଦୁ ସଂଗଠନ ସହାୟତାରେ ଶତାଧିକ ଲୋକ ମାର୍ଚ୍ଚ ୬ରେ ଉତ୍ତମ ନଗର ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଆଜି ମଧ୍ୟ ୫୦୦ରୁ ଅଧିକ ଲୋକ ଉତ୍ତମ ନଗର ଅଞ୍ଚଳରେ ବିକ୍ଷୋଭ କରିବା ସହ ପୋଡ଼ାଜଳା କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସ୍ଥିତିକୁ ଦେଖି ଉକ୍ତ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ତଥାପି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। 

ଶୁକ୍ରବାର ସନ୍ଧ୍ୟାରେ ବଜରଙ୍ଗ ଦଳର କର୍ମୀମାନେ ଅଭିଯୁକ୍ତଙ୍କ ଘରେ ପଶି ଜିନିଷପତ୍ର ବାହାରକୁ ଫିଙ୍ଗି ଦେଇଥିଲେ। ଏହାପରେ ବାହାରେ ଥିବା ବାଇକ ସହ ସବୁ ଜିନିଷରେ ନିଆଁ ଲଗାଇ ଦେଇଛନ୍ତି। ଖବର ପାଇ ପୁଲିସ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ପୁଲିସ୍‌ କହିଛି ଯେ ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଜଣେ ନାବାଳକଙ୍କୁ ଅଟକ ରଖାଯାଇଛି। ଅନ୍ୟ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଦଙ୍ଗା ନିୟନ୍ତ୍ରକାରୀ ବଳ ଓ ଦିଲ୍ଲୀ ପୁଲିସକୁ ମୁତୟନ କରାଯାଇଛି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe