Advertisment

ରାସ୍ତା ଅତ୍ୟନ୍ତ କଦର୍ଯ୍ୟ… କହି ଗଡକରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇରୁ ରାଣୀପେଟା ମଧ୍ୟରେ ଥିବା ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
MK stalin and Nitin gadkari

MK stalin and Nitin gadkari

'ରାସ୍ତାଘାଟ ଅତ୍ୟନ୍ତ କଦର୍ଯ୍ୟ। କାର୍‌ରେ ଯିବା ମୁସକିଲ। ତେଣୁ ମୋତେ ଟ୍ରେନ୍‌ରେ ଯିବାକୁ ପଡ଼ିଲା।' ଏଭଳି କିଛି କହି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ।

Advertisment

ଚେନ୍ନାଇରୁ ରାଣୀପେଟା ମଧ୍ୟରେ ଥିବା ଜାତୀୟ ରାଜପଥର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଛି। ଏଠି କାର୍‌ କିମ୍ବା ବସ୍‌ରେ ଯାତାୟତ କରିବା ଅସମ୍ଭବ। ଅଳ୍ପ ଦିନ ତଳେ ଏଠାକାର କିଛି ଅଞ୍ଚଳକୁ ଗସ୍ତ କରିବା ପାଇଁ ମୋତେ ଟ୍ରେନ୍‌ରେ ଯିବାକୁ ପଡ଼ିଲା ବୋଲି ଏମ୍‌.କେ ଷ୍ଟାଲିନ୍‌ ଚିଠିରେ ଉଲ୍ଲେଖ କରିଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, 'ଏହି ରାସ୍ତାରେ ଚେନ୍ନାଇ ସହର ଓ ତା’ର ବିଭିନ୍ନ ବନ୍ଦର ଏବଂ ବନ୍ଦରରୁ କାଞ୍ଚିପୁରମ୍‌, ଭେଲୋର୍‌, ରାଣୀପେଟ୍‌, ହୋସୁର୍‌ ଏବଂ କୃଷ୍ଣଗିରି ଆଦି ଶିଳ୍ପାଞ୍ଚଳକୁ ଯାତାୟାତ କରାଯାଏ। କିନ୍ତୁ ଏ ସଂକ୍ରାନ୍ତରେ ସଂସଦରେ ଡିଏମ୍‌କେ ସାଂସଦ ଦୟାନିଧି ମାରାନ୍‌ କରିଥିବା ଅନୁରୋଧ ଉପରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଉତ୍ତର ଥିଲା ଅତି ସାଧାରଣ ଓ ଅଗମ୍ଭିର।'

Advertisment

ଷ୍ଟାଲିନ୍‌ କହିଛନ୍ତି, ଠିକାଦାରୀ ସମସ୍ୟା ଯୋଗୁଁ ୪ ନମ୍ବର ଜାତୀୟ ରାଜପଥର ଶ୍ରୀପେରୁମ୍ବୁଦୁର୍‌ରୁ ୱାଲାଜପେଟ୍‌ ପର୍ଯ୍ୟନ୍ତ ଚାଲିଥିବା ୬ ଥାକିଆ (ସିକ୍ସ‌-ଲେନିଙ୍ଗ୍‌) କାର୍ଯ୍ୟ ବନ୍ଦ ‌ରହିଥିବାରୁ ରାସ୍ତାଘାଟର ଏଭଳି କଦର୍ଯ୍ୟ ଅବସ୍ଥା ହୋଇଛି।

ରାଜପଥର ନିମ୍ନ ଧରଣର ରକ୍ଷଣ‌ାବେକ୍ଷଣ ଯୋଗୁଁ ୨୦୨୦ ଡିସେମ୍ବର ମାସରେ ମାଡ୍ରାସ ହାଇକୋର୍ଟ ଶ୍ରୀପେରୁମ୍ବୁଦୁର ଓ ଚେନ୍ନାସମୁଦ୍ରମ୍‌ ଟୋଲ୍‌ ପ୍ଲାଜା ୫୦% ହ୍ରାସ କରିଥିଲେ। ରାସ୍ତାର କଦର୍ଯ୍ୟ ଅବସ୍ଥା ଓ ସେଥିଯୋଗୁଁ ଲୋକେ ସମ୍ମୁଖୀନ ହେଉଥିବା ଅସୁବିଧା ଏନ୍‌ଏଚ୍‌ଏଆଇର ସୁଖ୍ୟାତିରେ ଦୁର୍ନାମ ଆଣିଛି। ନଚେତ ଆମ ରାଜ୍ୟରେ ଏନ୍‌ଏଚ୍‌ଏଆଇ ଅତି ଚମତ୍କାର କାର୍ଯ୍ୟ କରୁଛି ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଗଡକରୀଙ୍କୁ ଲେଖିଥିବା ଚିଠିରେ କହିଛନ୍ତି। ଏଥିସହ ଏହି ରାଜପଥ ଉପରେ ଦୃଷ୍ଟି ଦେବାକୁ ସେ ଗଡକରୀଙ୍କୁ ଅନୁରୋଧ କରିଛନ୍ତି।

Tamilnadu Nitin Gadkari