Advertisment

ବିବାହ ଉତ୍ସବରୁ ଫେରୁଥିବା କାର୍‌କୁ ପିଟିଦେଲା ବସ୍‌, ଚାଲିଗଲା ୫ ଜୀବନ

ବିବାହ ଉତ୍ସବରୁ ଫେରୁଥିବା ଏକ କାର୍‌ ସହ ଏକ ବସ୍‌ର ମୁହାଁମୁହିଁ ଧକ୍କା ହେବାକୁ ଘଟଣାସ୍ଥଳରେ ଚାଲିଯାଇଛି ୫ ଜୀବନ ।

ଅଦ୍ୟତନ ହୋଇଛି
Accident

Accident

Advertisment

ହରିୟାଣାର ରେବାଡିରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିବାହ ଉତ୍ସବରୁ ଫେରୁଥିବା ଏକ କାର୍‌ ସହ ଏକ ବସ୍‌ର ମୁହାଁମୁହିଁ ଧକ୍କା ହେବାକୁ ଘଟଣାସ୍ଥଳରେ ଚାଲିଯାଇଛି ୫ ଜୀବନ । ଏହି ଦୁର୍ଘଟଣା ରେବାଡି- ମହେନ୍ଦ୍ରଗଡ଼ ରୋଡରେ ଥିବା ସିହା ଗାଁ ନିକଟରେ ଘଟିଛି। ମୃତକମାନେ ଚାଙ୍ଗରୋଡ ଗାଁର ବୋଲି ଜଣାଯାଇଛି।

Advertisment

ଗତ ରାତିରେ ଏକ ବିବାହ ସମାରୋହରେ ଯୋଗ ଦେବାକୁ ଚାଙ୍ଗରୋଡ ଗାଁ କିଛି ଲୋକ ଏକ କାର୍‌ ଯୋଗେ ଯାଇଥିଲେ। ସେଠାରୁ ସେମାନେ ଫେରୁଥିବା ବେଳେ ନିଜ ଗାଁଠୁ ଅଳ୍ପ ଦୂରତାରେ ଥିଲେ। ଆଉ କିଛି ସମୟରେ ସମସ୍ତେ ହସଖୁସିରେ ନିଜ ନିଜ ଘରେ ପହଞ୍ଚି ଯାଇଥାନ୍ତା। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା।  ଏହି ସମୟରେ ସିହା ଗାଁ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌ କାର୍‌ଟିକୁ ଧକ୍କା ଦେଇଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଲୋକମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଯାଇଛି। 

Advertisment

ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଛି।

Accident Haryana News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe