Advertisment

ଟ୍ରାଫିକ ସିଗ୍ନାଲରେ ବାଇକରଙ୍କ ବ୍ୟାଗରୁ ନେଇ ଗଲେ ୪୦ ଲକ୍ଷ

ବାଇକର ଜଣଙ୍କ ଟ୍ରାଫିକ ସିଗ୍ନାଲରେ ଅଟକି ଥିବା ବେଳେ କୌଶଳକ୍ରମେ ତାଙ୍କ ବ୍ୟାଗରୁ ୩ ଜଣ ଯୁବକ ୪୦ ଲକ୍ଷ ଟଙ୍କା ଲୁଟ କରିଥିଲେ। ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପୁଲିସ୍‌ ଦୁଇ ଲୁଟେରାଙ୍କୁ ଗିରଫ କରିଛି।

CCTV

CCTV

Advertisment

ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଅଞ୍ଚଳରେ ଘଟିଛି ବଡ଼ ଘଟଣା। ଟ୍ରାଫିକ ସିଗ୍ନାଲରେ ଅଟକି ଥିବା ଜଣେ ବାଇକରଙ୍କ ଠାରୁ ୪୦ ଲକ୍ଷ ଲୁଟି ଧରା ପଡ଼ିଛନ୍ତି ୨ ଜଣ ଯୁବକ। ବାଇକର ଜଣଙ୍କ ଟ୍ରାଫିକ ସିଗ୍ନାଲରେ ଅଟକି ଥିବା ବେଳେ କୌଶଳକ୍ରମେ ତାଙ୍କ ବ୍ୟାଗରୁ ୩ ଜଣ ଯୁବକ ୪୦ ଲକ୍ଷ ଟଙ୍କା ଲୁଟ କରିଥିଲେ। ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପୁଲିସ୍‌ ଦୁଇ ଲୁଟେରାଙ୍କୁ ଗିରଫ କରିଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ୩ ଜଣ ଯୁବକ ବେଶ ସତର୍କତାର ସହ ବାଇକରଙ୍କୁ ପିଛା କରି ଟ୍ରାଫିକ ସିଗ୍ନାଲରେ ପହଞ୍ଚିଥିଲେ। ବାଇକଟି ଯେତେବେଳେ ସିଗ୍ନାଲ ପାଇଁ ଦୁଇଟି କାର ମଧ୍ୟରେ ଅଟକି ଥିଲା ୩ ଜଣ ଯାକ ଯୁବକ ଚାଲିଚାଲି ଉକ୍ତ ବାଇକ ପାଖକୁ ଆସିଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ବେଶ ଚତୁରତାର ସହ ବାଇକର ଜଣଙ୍କ କାନ୍ଧରେ ପକାଇଥିବା ବ୍ୟାଗର ଚେନ୍‌ ଖୋଲିଥିଲେ।

ଏହାପରେ ବ୍ୟାଗ ଭିତରୁ କିଛି ଜିନିଷ କାଢ଼ି ନେଇଥିଲେ। ଏହାକୁ ସେ ଆଉ ଜଣଙ୍କୁ ଏହା ପାସ୍‌ କରିଥିଲେ। ବ୍ୟାଗରୁ ଜିନିଷ କାଢ଼ିବାର କିଛି ସେକେଣ୍ଡ ମଧ୍ୟରେ ସେମାନେ ଘଟଣାସ୍ଥଳରୁ ଉଭାନ ହୋଇଯାଇଥିଲେ। ସିଗ୍ନାଲରେ ପ୍ରବଳ ଭିଡ଼ ଥିବା ବେଳେ କାର୍‌ ଓ ବାଇକ ଧାଡ଼ିରେ ରହିଥିଲା। ତଥାପି କେହି ଏହାକୁ ନୋଟିସ କରିପାରି ନଥିଲେ।

Advertisment

ଟଙ୍କା ଚୋରି ହୋଇଥିଲେ ମଧ୍ୟ ବାଇକର ଜଣଙ୍କ କିଛି ଜାଣି ପାରି ନଥିଲେ। କିଛି ସମୟରେ ସେ ଚୋରି ବିଷୟରେ ଜାଣିବା ପରେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ୍‌ ସିସିଟିଭିକୁ ଯାଞ୍ଚ କରି ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଅଭିଷେକ ଓ ଆକାଶ।

ଏମାନେ ଗୋଟିଏ ଲୁଟେରା ଗ୍ୟାଙ୍ଗର ସଦସ୍ୟ। ଲୁଟ ହୋଇଥିବା ୪୦ଲକ୍ଷ ଟଙ୍କା ମଧ୍ୟରୁ ପୁଲିସ୍‌ ୩୮ ଲକ୍ଷ ଟଙ୍କା ଅଭିଷେକ ଓ ଆକାଶଙ୍କ ପାଖରୁ ଠାବ କରାଯାଇଛି।

Delhi Loot CCTV Footage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe