Advertisment

ରାହୁଲ ନୁହେଁ ଅମେଠିରୁ ନିର୍ବାଚନ ଲଢ଼ିବେ ରବର୍ଟ ଭଦ୍ରା!

ଅମେଠିରେ ଥିବା କଂଗ୍ରେସ କାର୍ଯ୍ୟାଳୟ ବାହାରେ ରବର୍ଟ ଭଦ୍ରାଙ୍କ ଫଟୋ ଥିବା ପୋଷ୍ଟର୍‌ ଲଗାଯାଇଛି।

Robert Vadra Poster

Robert Vadra Poster

Advertisment

ଲୋକସଭା ନିର୍ବାଚନ ପାଇଁ ଜାରି ରହିଛି ଜୋରଦାର ପ୍ରଚାର। ପ୍ରାୟ ସମସ୍ତ ଆସନରେ ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଲେଣି। ହେଲେ ଉତ୍ତରପ୍ରଦେଶର ଅମେଠିରୁ କିଏ ହେବ କଂଗ୍ରେସର ପ୍ରାର୍ଥୀକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ଆସନରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଥିଲା। କିନ୍ତୁ ଏହାରି ମଧ୍ୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଫଟୋ ଥିବା ଏକ ପୋଷ୍ଟର୍‌ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଅମେଠିରେ ଥିବା ଦଳୀୟ କାର୍ଯ୍ୟାଳୟ ବାହାରେ ରବର୍ଟ ଭଦ୍ରାଙ୍କ ଫଟୋ ଥିବା ପୋଷ୍ଟର୍‌ ଲଗାଯାଇଛି। ଏହି ପୋଷ୍ଟର୍‌ରେ ରବର୍ଟ ଭଦ୍ରାଙ୍କୁ ପ୍ରାର୍ଥୀ କରିବା ପାଇଁ କୁହାଯାଇଛି। ପୋଷ୍ଟର୍‌ରେ ‘ଅମେଠି କୀ ଜନତା କରେ ପୁକାର, ରବର୍ଟ ଭଦ୍ରା ଅବ କୀ ବାର୍‌’ ଲେଖାଯାଇଛି। ଆମେଠିର ଲୋକେ ଏଥର ରୋବର୍ଟ ଭଦ୍ରାଙ୍କୁ ଚାହୁଁଛନ୍ତି, ତେଣୁ ତାଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଏଥିରେ କୁହାଯାଇଛି।

କଂଗ୍ରେସର ଗଡ କୁହାଯାଉଥିବା ଅମେଠିରୁ ୨୦୧୯ରେ ରାହୁଲ ଗାନ୍ଧିଙ୍କୁ ପରାଜର ସାମ୍ନା କରିବାକୁ ପଡିଥିଲା। ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଏଠାରୁ ଚତ୍ମକାର ବିଜୟ ହାସଲ କରିଥିଲେ। ତେବେ ଏଥର ମଧ୍ୟ ଏହି ଦୁଇ ନେତାଙ୍କ ମଧ୍ୟରେ ଲେଢ଼ିଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଓ୍ୱାଇନାଡରେ ନିର୍ବାଚନ ସରିବା ପରେ ରାହୁଲ ଗାନ୍ଧି ଅମେଠିରେ ନାମାଙ୍କନ କରିବେ ବୋଲି ଚର୍ଚ୍ଚା ହେଉଛି।

Advertisment

ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଆମେଠିରେ ମେ ୨୦ ତାରିଖରେ ଭୋଟ୍‌ ଗ୍ରହଣ ହେବ। ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ହେଉଛି ମେ' ୩ ତାରିଖ।

Robert Vadra Congress Loksabha Election 2024 Amethi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe