Advertisment

ଜମି ଡିଲ୍‌ ମାମଲା: କ୍ଲିନଚିଟ୍‌ ପରେ ଫେସବୁକରେ ଲମ୍ବା ପୋଷ୍ଟ କଲେ ରବର୍ଟ ଭଦ୍ରା

ସରକାରଙ୍କ କ୍ଲିନଚିଟ୍‌ ପରେ ରବର୍ଟ ଭଦ୍ରା ଫେସବୁକରେ ଲମ୍ବା ପୋଷ୍ଟ କରି ମାମଲାର ତଦନ୍ତ ବେଳେ ତାଙ୍କ ସହ କ’ଣ ସବୁ ଘଟିଥିଲା, ସେସବୁ ବିଷୟରେ ସମସ୍ତଙ୍କୁ କହିଛନ୍ତି।

author-image
Hemant Lenka
Robert Vadra

Robert Vadra

ଜମି ଡିଲ୍‌ ମାମଲାରେ ହରିଆଣା ସରକାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ କ୍ଲିନଚିଟ ଦେଇଛନ୍ତି। ହରିଆଣା ସରକାର ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କୁ କହିଛନ୍ତି ଯେ ରବର୍ଟ ଭଦ୍ରାଙ୍କ ଡିଏଲଏଫ କରିଥିବା ଜମି କାରବାରରେ କୌଣସି ପ୍ରକାରର ନିୟମ ଉଲ୍ଲଙ୍ଘନ ହୋଇଥିବାର ପ୍ରମାଣ ମିଳିନାହିଁ।

Advertisment

ସରକାରଙ୍କ କ୍ଲିନଚିଟ୍‌ ପରେ ରବର୍ଟ ଭଦ୍ରା ଫେସବୁକରେ ଲମ୍ବା ପୋଷ୍ଟ କରି ମାମଲାର ତଦନ୍ତ ବେଳେ ତାଙ୍କ ସହ କ’ଣ ସବୁ ଘଟିଥିଲା, ସେସବୁ ବିଷୟରେ ସମସ୍ତଙ୍କୁ କହିଛନ୍ତି। ଏଥିସହ ରାଜନୀତିରେ ପ୍ରତିଶୋଧ ତରିକା ଦେଶ ପାଇଁ ଅତ୍ୟନ୍ତ ବିଷାକ୍ତ ବୋଲି ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, “ମୁଁ ସବୁବେଳେ ସଚ୍ଚୋଟତାର ସହ କାମ କରିଛି। ସବୁବେଳେ କଠିନ ପରିଶ୍ରମ କରିଛି ଓ ସମୟ ଅନୁସାରେ ବିକଶିତ ହୋଇଛି। କିନ୍ତୁ ବିଜେପିର ମିଥ୍ୟା ଆରୋପ କେବେ ହେଲେ ବନ୍ଦ ହୋଇନି। ସେମାନଙ୍କର ଏଜେନ୍ସିଗୁଡ଼ିକ ମୋ କମ୍ପାନୀରେ ରେଡ କରିଥିଲେ।

Advertisment

ଏପରି କି ମୁଁ କାଳେ କାନ୍ଥ ଭିତରେ କିଛି ଲୁଚାଇ ରଖିଥିବି ସେଥିପାଇଁ ସେଗୁଡ଼ିକ ମଧ୍ୟ ଭାଙ୍ଗିଥିଲେ। ସେମାନେ ମୋତେ ଅନେକ ଦିନ ଧରି ଜେରା କରିଛନ୍ତି, ୧୦୦ରୁ ଅଧିକ ନୋଟିସ କରିଛନ୍ତି, ବେଆଇନ ଟିକସ ମାଗିଛନ୍ତି, ସେମାନେ ମୋର ସମ୍ପତ୍ତିକୁ ଜବତ କରି ଦେଇଥାଆନ୍ତେ, ସେମାନେ ୨୦ ହଜାରରୁ ଅଧିକ ଦସ୍ତାବିଜ ନେଇଯାଇଛନ୍ତି ଓ ଦଶନ୍ଧି ଧରି ମୋତେ ଗୋଟିଏ ପରେ ଗୋଟିଏ ଟିକସ ନୋଟିସ ପଠାଇଛନ୍ତି।

ମୁଁ ତଦନ୍ତରେ ପୂର୍ବଭଳି ତଦନ୍ତରେ ସହଯୋଗ କରିବି। ମୁଁ ସତ କ’ଣ ଜାଣିଥିଲେ ମଧ୍ୟ ସେମାନେ ମାଗୁଥିବା ସବୁ ତଥ୍ୟ ଦେବି। ଆମେ ସବୁବେଳେ ଆଇନ ଅନୁସାରେ ବ୍ୟବସାୟ କରିଛୁ ଓ ଟିକସ ଦେଇଛୁ। ହରିଆଣା ସରକାରଙ୍କ ପକ୍ଷରୁ କୋର୍ଟକୁ ଦିଆଯାଇଥିବା ରିପୋର୍ଟରେ ଆଶାର କିରଣ ଦେଖି ଖୁସି ଲାଗୁଛି।

ମୋର ବ୍ୟବସାୟିକ ନେଣଦେଣରେ କୌଣସି ପ୍ରକାରର ଭୁଲ କାମ ହୋଇ ନଥିବା ସରକାରୀ ରିପୋର୍ଟରେ ରହିଛି। ମୋ ସାଙ୍ଗରେ ଦୀର୍ଘବର୍ଷ ହେଲା ଘଟିଥିବା ଘଟଣା ଆଉ କାହା ସାଙ୍ଗରେ ନ ଘଟୁ। ରାଜନୀତିର ପ୍ରତିଶୋଧ ତରିକା ଦେଶ ପାଇଁ ଅତ୍ୟନ୍ତ ବିଷାକ୍ତ।”

ବୁଧବାର ହରିଆଣା ସରକାର ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କୁ କହିଛନ୍ତି ଯେ ଭଦ୍ରାଙ୍କ ସ୍କାଏଲାଇଟ ହସ୍ପିଟାଲିଟୀ କୌଣସି ପ୍ରକାରର ନିୟମ ଉଲ୍ଲଙ୍ଘନ କରି ଡିଏଲଏଫକୁ ଜମି ଦେବାର ପ୍ରମାଣ ନାହିଁ। ତେବେ ହରିଆଣା ପୁଲିସ୍‌ ଏହି ଡିଲ୍‌ରେ ହୋଇଥିବା ଆର୍ଥିକ କାରବାର ରେକର୍ଡ ଯାଞ୍ଚ କରୁଛି।

Bjp Congress Priyanka Gandhi Vadra Facebook Robert Vadra