Advertisment

ସ୍ପେଡେକ୍ସ ମିଶନ: ମହାକାଶରେ ଯୋଡ଼ାଯିବ ଦୁଇଟି ସ୍ପେସ୍‌କ୍ରାଫ୍ଟ

ମହାକାଶରେ ଦୁଇଟି ସ୍ପେସ୍‌କ୍ରାଫ୍ଟକୁ ଯୋଡ଼ାଯିବ। ସ୍ପେଡେକ୍ସ ମିଶନ ଜରିଆରେ ଏହି ଐତିହାସିକ ପଦକ୍ଷେପ ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛି ଇସ୍ରୋ।

author-image
Madhupriya Mistry
ଅଦ୍ୟତନ ହୋଇଛି
Spadex Mission

Spadex Mission

ମହାକାଶରେ ଆଉ ଏକ କୀର୍ତ୍ତିମାନ ରଚିବାକୁ ପ୍ରସ୍ତୁତ ହେଉଛି ଭାରତ। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ। ପରୀକ୍ଷାମୂଳକ ଇନ୍-ସ୍ପେଶ ଡକିଂ କରିବ ଇସ୍ରୋ। ମହାକାଶରେ ଦୁଇଟି ସ୍ପେସ୍‌କ୍ରାଫ୍ଟକୁ ଯୋଡ଼ାଯିବ। ସ୍ପେଡେକ୍ସ ମିଶନ ଜରିଆରେ ଏହି ଐତିହାସିକ ପଦକ୍ଷେପ ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛି ଇସ୍ରୋ।

Advertisment

PSLV-C60 ରକେଟ୍‌ ସାହାଯ୍ୟରେ ଲଞ୍ଚ ହେବ ସ୍ପେସକ୍ରାଫ୍ଟ। ୨୨୦ କେଜି ବିଶିଷ୍ଟ ଦୁଇଟି ସ୍ପେସ୍‌କ୍ରାଫ୍ଟ ନେଇ ମହାକାଶକୁ ଯିବ PSLV-C60 ରକେଟ୍‌। ଆଉ ମହାକାଶରେ ହିଁ ଦୁଇଟି ସ୍ପେସ୍‌କ୍ରାଫ୍ଟକୁ ଯୋଡାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ଟେକ୍ନୋଲଜି ଆଗାମୀ ଚନ୍ଦ୍ର ମିଶିନ ଏବଂ ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ଲାଗି ସହାୟକ ହେବ ବୋଲି କୁହାଯାଉଛି। ସ୍ପେଡେକ୍ସ ମିଶନ ଲାଗି PSLV-C60କୁ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ପହଞ୍ଚା ଯାଇସାରିଛି।

Advertisment

ମହାକାଶ ଯାନ ନିର୍ମାଣ ମଧ୍ୟ ଶେଷ ହୋଇସାରିଛି। ଆସନ୍ତା ୩୦ରେ ସ୍ପେଡେକ୍ସ ଲଞ୍ଚ କରିପାରେ ଇସ୍ରୋ। ଏହି ମିଶନରେ ସଫଳତା ମିଳିଲେ ଭାରତ ଆମେରିକା, ରୁଷ ଏବଂ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ ଜ୍ଞାନକୌଶଳରେ ସଫଳତା ଲାଭ କରିଥିବା ଚତୁର୍ଥ ଦେଶ ଭାବେ ଗଣାହେବ। ୨୦୩୫ ସୁଦ୍ଧା ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ପାଇଁ ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ISRO Spadex Mission