Advertisment

ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କ କଟିଲା ଚାଲାଣ

ନିଜ ଘରକୁ ଯିବା ବେଳେ ରାଜପଥରେ ଘଣ୍ଟା ପ୍ରତି ୨୦୦ କିମିରୁ ୨୧୫ ବେଗରେ ରୋହିତଙ୍କ କାର୍‌ ଦୌଡି ଥିଲା।

Rohit Sharma Fined

Rohit Sharma Fined

Advertisment

ମହଙ୍ଗା ପଡିଲା ଦ୍ରୁତ ଗତିରେ ଗାଡ଼ି ଚଲାଇବା। ଦଣ୍ଡିତ ହେଲେ ହିଟ୍‌ ମ୍ୟାନ୍‌। ଭାରତୀୟ କ୍ରିକେଟର ଅଧିନାୟକ ରୋହିତ ଶର୍ମାଙ୍କ କଟିଲା ଚାଲାଣ। ମୁମ୍ବାଇ-ପୁଣେ ଏକ୍ସପ୍ରେସ ଓ୍ୱେରେ ଦ୍ରୁତ ଗତିରେ ଗାଡି ଚଳାଇବାରୁ ତାଙ୍କ ନାଁରେ ତିନୋଟି ଚାଲାଣ କଟିଛି।

Advertisment

ଗତ ୧୪ ତାରିଖରେ ଖେଳା ଯାଇଥଇବା ଓଡିଆଇ ବିଶ୍ୱକପ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା ଭାରତ। ବାଂଲାଦେଶ ବିପକ୍ଷରେ ମ୍ୟାଚ୍‌ ପୂର୍ବରୁ ଦଳକୁ ବିଶ୍ରାମା ନେବା ପାଇଁ ୫ ଦିନ ସମୟ ଦିଆଯାଇଥିଲା। ତେବେ ଅଧିନାୟକ ରୋହିତ ଶର୍ମା ଟିମ୍‌ ସହ ନଯାଇ ନିଜର ନୀଳ ରଙ୍ଗର ଲମ୍ବରଗିନି କାର୍‌ ଯୋଗେ ମୁମ୍ବାଇ ବାସଭବନକୁ ଯାଇଥିଲେ। ଏହି ସମୟରେ ମୁମ୍ବାଇ-ପୁନେ ହାଇଓ୍ୱେ ଉପରେ ଦ୍ରୁତ ଗତିରେ କାର୍‌ ଚଳାଇଥିଲେ ରୋହିତ ଶର୍ମା।

ନିଜ ଘରକୁ ଯିବା ବେଳେ ରାଜପଥରେ ଘଣ୍ଟା ପ୍ରତି ୨୦୦ କିମିରୁ ୨୧୫ ବେଗରେ ରୋହିତଙ୍କ କାର୍‌ ଦୌଡି ଥିଲା। ଫଳରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ମହାରାଷ୍ଟ୍ର ଟ୍ରାଫିକ ପକ୍ଷରୁ ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଚାଲାଣ କଟାଯାଇଛି। ରୋହିତ ଶର୍ମାଙ୍କ ବେପରୁଆ ଗାଡି ଚାଳନାକୁ ମହାରାଷ୍ଟ୍ର ଟ୍ରାଫିକ ପକ୍ଷରୁ ନିନ୍ଦା ମଧ୍ୟ କରାଯାଇଛି।

Advertisment

ଜଣେ ଟ୍ରାଫିକ ଅଧିକାରୀ କହିଛନ୍ତି, ବିଶ୍ୱକପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଚାଲିଥିବା ବେଳେ ଭାରତୀୟ ଅଧିନାୟକ ହାଇଓ୍ୱେ ଉପରେ ଏଭଳି ଗାଡି ଚଳାଇବା ଠିକ୍‌ ନୁହେଁ। ସେ ଟିମ୍‌ ବସ୍‌ରେ ଯିବା କଥା। ତାଙ୍କର ଏଭଳି କାର୍ ଚଳାଇବା ଆଦୌ ଠିକ୍‌ ନୁହେଁ।

ସୂଚନା ମୁତାବକ, ଆରମ୍ଭରୁ ହିଁ ହିଟ୍‌ ମ୍ୟାଚ୍‌ ରୋହିତଙ୍କ କାର୍‌ ପ୍ରତି ବେଶ୍‌ ରୁଚି ରହିଛି। ତାଙ୍କ ପାଖରେ ଅନେକ ଲଗ୍‌ଜୁରୀ କାର୍‌ ରହିଛି। ବେଳେ ବେଳେ ସେ ନିଜେ କାର୍‌ ଡ୍ରାଇଭ କରୁଥିବା ମଧ୍ୟ ନଜର ଆସନ୍ତି।

Mumbai Police Rohit Sharma Indian Cricket Captain Traffic Rule
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe