Fire
ଫାଟିଲା ଇଲେକ୍ଟ୍ରି ସ୍କୁଟର ବ୍ୟାଟେରି। ଆଖି ପିଛୁଳାକେ ହୁହୁ ହୋଇ ଜଳିଲା ବାଇକ୍। ଏହି ବିସ୍ଫୋରଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଅଘଟଣ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଘଟିଛି। ଏହି ଦୁର୍ଘଟଣାରେ ଘରର ଛାତ ଓ କାନ୍ଥ କ୍ଷତିଗ୍ରସ୍ତ ହୋଇଛି । ମଙ୍ଗଳବାର ରାତିରେ ଏହି ବିସ୍ଫୋରଣ ହୋଇଥିଲା।
Advertisment
ଯେଉଁ ଘରେ ଏହି ବିସ୍ଫୋରଣ ହୋଇଥିଲା, ଉକ୍ତ ଘରେ ରହୁଥିବା ୨୮ ବର୍ଷୀୟା ମହିଳା ତଥା ପଡ଼ୋଶୀରେ ରହୁଥିବା ୬୬ ବର୍ଷୀୟ ବୃଦ୍ଧ ଓ ୫୬ ବର୍ଷୀୟା ମହିଳା ଏଥିରେ ଆହତ ହୋଇଛନ୍ତି।
ଖବର ପାଇ ଦମକଳ ବାହିନୀ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ସେମାନଙ୍କୁ ବହୁ ସମୟ ଲାଗିଥିଲା। ଏହି ବିସ୍ଫୋରଣରେ ଗୁରୁତର ହୋଇଥିବା ୩ ଜଣଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବ୍ୟାଟେରିରେ ହୋଇଥିବା ବିସ୍ଫୋରଣ ପଛର କାରଣ ଜାଣିବାକୁ ତଦନ୍ତ ହେଉଥିବା କହିଛନ୍ତି ଅଧିକାରୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
