Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ପାଗଳ’ କହି ଅଡ଼ୁଆରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ

ମଙ୍ଗଳବାର ମୁର୍ଶିଦାବାଦରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଚୌଧୁରୀ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ସମ୍ପର୍କରେ ମତ ରଖିଥିଲେ।

Adhir ranjan

Adhir ranjan

Advertisment

ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପାଗଳ ମୋଦି’ କହି ବିବାଦ ସୃଷ୍ଟି କରିଛନ୍ତି। ବିବାଦ ବଢ଼ୁଥିବାରୁ ଶ୍ରୀ ଚୌଧୁରୀ ଆଜି ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି।

Advertisment

ମଙ୍ଗଳବାର ମୁର୍ଶିଦାବାଦରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଚୌଧୁରୀ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ସମ୍ପର୍କରେ ମତ ରଖିଥିଲେ। ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ “ହଠାତ୍‌ ବଜାରରେ ପ୍ରଚଳିତ ୨ ହଜାରା ଟଙ୍କିଆ ନୋଟକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ସେ(ପ୍ରଧାନମନ୍ତ୍ରୀ ମୋଦି) ଆଉ ମୋଦି ନୁହନ୍ତି। ସେ ପାଗଳ ମୋଦି। ଲୋକମାନେ ତାଙ୍କୁ ପାଗଳ ମୋଦି କହି ଡାକୁଛନ୍ତି।”

ଏହାକୁ ନେଇ ବିବାଦ ବଢ଼ିଥିବା ବେଳେ ସୋଶାଲ ମିଡିଆରେ ତାଙ୍କୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଛି। ବିବାଦ ବଢ଼ିବାରୁ ଆଜି ସେ ନିଜ ବୟାନ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, “ଲୋକମାନଙ୍କ ଭାବନକୁ ମୁଁ ଉପସ୍ଥାପନ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ଲୋକମାନେ କେମିତି ପ୍ରତିକ୍ରିୟା ଦେଉଛନ୍ତି, ସେକଥା ମୁଁ କେବଳ କହିଛି।”

Advertisment

ଅନ୍ୟପକ୍ଷରେ କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭେଟଘାଟକୁ ନେଇ ମଧ୍ୟ ଶ୍ରୀ ଚୌଧୁରୀ ମତ ରଖିଛନ୍ତି। ସେ କହିଛନ୍ତି, “ମୋଦିଙ୍କୁ ନେଇ ଏବେ ଲୋକମାନେ ହତାଶ ହୋଇଗଲେଣି। ଲୋକମାନେ କହିଲେଣି ମୋଦି ଜଣେ ପାଗଳ ମୋଦି। ଲୋକମାନେ ମୋଦିଙ୍କ ବିରୋଧରେ ଯାଉଥିବାରୁ ଆପ୍‌ ଓ ଟିଏମସି ଭଳି ଦଳ ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛନ୍ତି।

ବିଜେପି ବିରୋଧୀ ମେଣ୍ଟ ପାଇଁ କୋଲକାତାରେ କୌଣସି ମିଟିଂର ଆବଶ୍ୟକ ନାହିଁ। ଉଭୟ ଦିଦି ଓ କେଜ୍ରିୱାଲଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। କିନ୍ତୁ ଆପଣମାନେ ଯଦି ଭଲ ଭାବେ ତର୍ଜମା କରିବେ, ତା’ହେଲେ ଜାଣିପାରିବେ ଯେ ଉଭୟ କଂଗ୍ରେସକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। କଂଗ୍ରେସକୁ ଖତମ କରିବା ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ। ସେମାନେ କେବେ ହେଲେ ବିଜେପି ବିରୋଧରେ ଲଢ଼ିବାକୁ ଚାହାନ୍ତି ନାହିଁ।”

Congress PM Modi 2000 Notes RS 2000
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe