Advertisment

ଆରଏସ୍‌ଏସ୍‌ର ପୂର୍ବତନ ମୁଖ୍ୟଙ୍କ ବିଷୟରେ ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ, କେସ୍‌ ଖାଇଲେ ଦିଗବିଜୟ

କଂଗ୍ରେସ ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ କଲା ଇନ୍ଦୋର ପୁଲିସ।

ଅଦ୍ୟତନ ହୋଇଛି
Digvijaya Singh

Digvijaya Singh

Advertisment

କଂଗ୍ରେସ ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କ ବିରୋଧରେ ମାମଲା ରୁଜୁ କଲା ଇନ୍ଦୋର ପୁଲିସ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସ୍‌ଏସ୍) ପୂର୍ବତନ ମୁଖ୍ୟ ଏମ୍‌ଏସ୍ ଗୋଲୱାଲକରଙ୍କୁ ଚରିତ୍ରକୁ ନେଇ ଏକ ବିବାଦୀୟ ପୋଷ୍ଟ ସୋଶାଲ ମିଡିଆରେ କରିବା ପରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

Advertisment

ଏହାର ପ୍ରତିବାଦ ଜଣାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚହ୍ୱାନ। ମିଛ କଥା ପ୍ରଚାର କରି ଅରାଜକତା ସୃଷ୍ଟି କରିବା ନିମନ୍ତେ ଦିଗବିଜୟ ଏପରି କରୁଥିବା ଅଭିଯୋଗ କରିଛନ୍ତି ଶିବରାଜ ସିଂହ ଚହ୍ୱାନ। ସେ କହିଛନ୍ତି, ପୂର୍ବତନ ଅରଏସ୍‌ଏସ୍ ମୁଖ୍ୟ ଗୋଲୱାଲକର ଜୀବନକାଳ ଭିତରେ ସମାଜରେ ବିଭେଦତା ହଟାଇବା ଓ ସାମାଜିକ ଭାତୃତ୍ୱ ବଢ଼ାଇବାକୁ କଠିନ ପରିଶ୍ରମି କରୁଥିଲେ।

ଏକ ବହିରେ ଉଲ୍ଲେଖ ଥିବା ଏକ ତଥ୍ୟକୁ ଦିଗବିଜୟ ସୋଶାଲ ମିଡିଆରେ ସେୟା କରି ବିଜେପି ତାଙ୍କ ଦଳର ସ୍ୱରକୁ ଚାବି ପାରିବ ନାହିଁ ବୋଲି ଉଲ୍ଲେଖ କାରିବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ଗତକାଲି ରାତିରେ ଟ୍ୱିଟରେ ଦିଗବିଜୟ ଏହି ବିବାଦୀୟ ପୃଷ୍ଠାକୁ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟ ପଢ଼ିବା ପରେ ଅନେକ ଲୋକ ଗୋଲୱାଲକରଙ୍କ ଉପରେ ଖରାପ ଟିପଣୀ କରିଛନ୍ତି।

Advertisment

ଗୁରୁଜୀ ଭାବେ ବେଶ ଜଣାଶୁଣା ଗୋଲୱାଲକର ଦୀର୍ଘ ସମୟ ପାଇଁ (୧୯୪୦-୭୩) ଆରଏସ୍‌ଏସ୍‌ର ମୁଖ୍ୟ ରହିଥିଲେ।

ସେପଟେ ‘ଫଟୋସପ୍‌’ ବ୍ୟବହାର କରି ଏକ ଫଟୋ ପ୍ରସ୍ତୁତି ପରେ ସୋଶାଲ ମିଡିଆରେ ଏହାକୁ ଛଡ଼ା ଯାଉଥିବା ବରିଷ୍ଠ ଆରଏସ୍‌ଏସ୍ କାର୍ଯ୍ୟକର୍ତ୍ତା ତଥା ପ୍ରସାରଣ ବିଭାଗ ମୁଖ୍ୟ ସୁନିଲ ଆମ୍ୱେକର ଅଭିଯୋଗ କରିଛନ୍ତି। ଏଥିରେ ଦିଆଯାଇଥିବା ତଥ୍ୟ ଭିତ୍ତିହୀନ ଓ ଗୁରୁଜୀ କେବେବି ଏଭଳି ମତ ଦେଇ ନ ଥିବା ସ୍ପଷ୍ଟ କରିଛନ୍ତି।

ଶନିବାର ରାତିରେ ଆରଏସ୍‌ଏସ୍ କାର୍ଯ୍ୟକର୍ତ୍ତା ତଥା ଓକିଲ ରାଜେଶ ଯୋଶୀ ଏନେଇ ଏକ ଏତଲା ଦେବା ପରେ ଇନ୍ଦୋର ପୁଲିସ ଦିଗବିଜୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଫେସ୍‌ବୁକ୍‌ ଓ ଟ୍ୱିଟରରେ ଏହି ବିବାଦୀୟ ପୋଷ୍ଟ କରାଯାଇ ଗୁରୁଜୀ ଦଳୀତ, ମୁସଲିମ୍, ହିନ୍ଦୁଙ୍କ ଭିତରେ ଅରାଜକତା ସୃଷ୍ଟି କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଛି। ଏତଲା ପରେ ଦିଗବିଜୟଙ୍କ ବିରୋଧରେ ଆଇପିସିର ଦଫା ୧୫୩-ଏ, ୪୬୯, ୫୦୦, ୫୦୫ ଲାଗିଥିବା ଟୁକୋଜଙ୍ଗ ଥାନା ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଘଟଣାର ତଦନ୍ତ ଚାଲିଥିବାରୁ ସତ୍ୟାସତ୍ୟ ଜଣାପଡ଼ିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଇନ୍ଦୋର ପୁଲିସ କମିଶନର ମକରନ୍ଦ ଦେଶମୁଖ କହିଛନ୍ତି।

ସେପଟେ ଏନେଇ ମଧ୍ୟପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଚେୟାରମ୍ୟାନ କେକେ ମିଶ୍ର କହିଛନ୍ତି ଯେ, ଦିଗବିଜୟ ଏକ ଇଂରାଜୀ ପୁସ୍ତକରେ ଉଲ୍ଲେଖ ଥିବା ତଥ୍ୟକୁ ସୋଶାଲ ମିଡିଆରେ ସେୟାର କରିଛନ୍ତି। ଦିଗବିଜୟ ବହୁ ଯାଞ୍ଚ ପରେ ସବୁକିଛି ଲେଖନ୍ତି। ଆଇନ ଏନେଇ କିଛି କରିପାରିବନି।

Madhya Pradesh Congress Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe