ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଖଣି ଜମି ଉପରୁ ରୟାଲଟି ଆଦାୟ କରି ପାରିବେ ରାଜ୍ୟ ସରକାର

ଖଣି ଜମି ଉପରେ କମ୍ପାନୀଗୁଡ଼ିକରୁ ରୟାଲଟି ଆଦାୟ ଟ୍ୟାକ୍ସ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Supreme Court

ସୁପ୍ରିମକୋର୍ଟ

Debibandita Barick
  • Published: Thursday, 25 July 2024
  • Updated: 25 July 2024, 02:54 PM IST

Sports

Latest News

ଖଣି ଜମି ଉପରେ ରୟାଲଟି ଆଦାୟ ଅଧିକାରକୁ ନେଇ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଖଣି ଜମି ଉପରୁ ରାଜ୍ୟଗୁଡ଼ିକର ରୟାଲଟି ଆଦାୟ କରିବାର ଅଧିକାର ରହିଛି, ଏହା ଟ୍ୟାକ୍ସ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଖଣିଜ ସମ୍ପଦଭରା ରାଜ୍ୟ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିବଙ୍ଗ, ଛତିଶଗଡ଼, ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ଫାଇଦା ପାଇପାରିବେ। ଏଣିକି ଏହି ସବୁ ରାଜ୍ୟଗୁଡିକ ଖଣି ଜମି ଉପରେ ମାଇନିଂ କମ୍ପାନୀଗୁଡିକରୁ ଅତିରିକ୍ତ କର ଆଦାୟ କରିପାରିବେ। 

ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ୯ ଜଣିଆ ଖଣ୍ଡ ପୀଠ ଏହି ମାମଲା ଉପରେ ରାୟ ପ୍ରଦାନ କରିଥିଲେ। ୮ ଜଣ ବିଚାରପତି ରୟାଲ୍ଟି ଆଦାୟ ସପକ୍ଷରେ ଯାଇ ଥିବାବେଳେ ଜଷ୍ଟିସ ବିଭି ନାଗାରତ୍ନ ବିପକ୍ଷରେ ମତ ଦେଇଥିଲେ।

ସପକ୍ଷରେ ଥିବା ୮ ଜଣ ବିଚାରପତି କହିଛନ୍ତି ଯେ, ଖଣିଜ ସମ୍ପଦ ଥିବା ଜମି ଉପରେ ଟ୍ୟାକ୍ସ ଲଗାଇବାର ଅଧିକାର ରାଜ୍ୟ ପାଖରେ ଅଛି। ରୟାଲ୍ଟି ଆଦାୟ ମଧ୍ ଟ୍ୟାକ୍ସ ସହ ସମାନ ନୁହେଁ। ରାଜ୍ୟ ସରକାର ଖଣି କମ୍ପାନୀଗୁଡ଼ିକରୁ ଅତିରିକ୍ତ ରୟାଲଟି ଆଦାୟ କରିପାରିବେ।   

Also Read

ବେଞ୍ଚ ଆହୁରି କହିଛନ୍ତି ଯେ, ରୟାଲ୍ଟି ଆଦାୟ ଲିଜଦାତା ଓ ଲିଜଧାରକ ମଧ୍ୟରେ ହୋଇଥିବା ଚୁକ୍ତିନାମା ଏବଂ ସାଧାରଣତଃ ଜମିରୁ ବାହାର କରା ଯାଇଥିବା ଖଣିଜ ଉପରେ ନିର୍ଭର କରେ। ତେଣୁ ଏଥିପାଇଁ ରୟାଲଟି ଦେୟ ସର୍ବସାଧାରଣ ଉଦ୍ଦେଶ୍ୟରେ ନୁହେଁ, ବରଂ ଏକ ବିଶେଷ ବ୍ୟବହାର ପାଇଁ ଶୁଳ୍କ ଆଦାୟ। ତେଣୁ ଏଥିପାଇଁ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ରୟାଲଟିକୁ ଟିକସ ଭାବରେ ବିବେଚନା କରାଯାଇପାରିବ ନାହିଁ ଅଦାଲତ କହିଛନ୍ତି।

ସେପଟେ ଏହାକୁ ବିରୋଧ କରିଥିବା ଜଷ୍ଟିସ ନାଗାରତ୍ନ କହିଛନ୍ତି, ‘ରାଜ୍ୟମାନଙ୍କୁ ଖଣି ଜମି ଉପରେ ଅତିରିକ୍ତ କର ଆଦାୟ କରିବାକୁ ଅନୁମତି ଦେବା ଦ୍ୱାରା ରାଜସ୍ୱ ଆଦାୟ ଉଦ୍ଦେଶ୍ୟରେ ରାଜ୍ୟ ମଧ୍ୟରେ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା ହୋଇପାରେ। ଜାତୀୟ ବଜାରକୁ ଶୋଷଣ କରା ଯାଇପାରେ... ଖଣିଜ ବିକାଶ ଉଦ୍ଦେଶ୍ୟରେ ଏହା ସଙ୍ଘୀୟ ବ୍ୟବସ୍ଥାକୁ ମଧ୍ୟ ଉଲ୍ଲଙ୍ଘନ କରିପାରେ।’ 

ଖଣି ଅଧିକାର କର କ’ଣ?
ଦୀର୍ଘ ତିନି ଦଶନ୍ଧି ହେଲା ଖଣିଜମି ଉପରୁ ରୟାଲ୍ଟି ଆଦାୟକୁ ନେଇ ବିବାଦ ଲାଗି ରହିଛି। ତାମିଲନାଡ଼ୁ ସରକାର ଓ ଭାରତ ସିମେଣ୍ଟ ଏବଂ ପଶ୍ଚିମବଙ୍ଗ ସରକାର ଏବଂ ଅନ୍ୟ ଏକ କମ୍ପାନୀ ମଧ୍ୟରେ ରୟାଲଟି ଆଦାୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ୮୦ରୁ ଅଧିକ ଆବେଦନ ଦାଖଲ କରାଯାଇଛି।

ଶେଷରେ ଏହି ମାମଲାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କୁ ହସ୍ତାନ୍ତର କରା ଯାଇଥିଲା। ଆଜି ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରି ଖଣି ଜମି ଉପରେ ଅତିରିକ୍ତ ଆଦାୟ ଟ୍ୟାକ୍ସ ନୁହେଁ ବୋଲି ହକହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story