Advertisment

ଟ୍ରେନ୍‌ ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ପୁଳା ପୁଳା ସୁନା ଓ ଟଙ୍କା, ମୂଲ୍ୟ ୨ କୋଟି

ରେଲୱେ ସୁରକ୍ଷା ପୁଲିସ୍‌ ଯାତ୍ରୀଙ୍କ ବ୍ୟାଗରୁ ୧.୮୯ କୋଟିର ଗହଣା ଜବତ କରିବା ସହ ୧୫ଲକ୍ଷ ଟଙ୍କାର କ୍ୟାସ୍‌ ଜବତ କରିଛି।

Gold Seized

Gold Seized

Advertisment

ଟ୍ରେନ୍‌ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ ବେଳେ ବାହାରିଲା ପୁଳା ପୁଳା ସୁନା । ତା’ ସାଙ୍ଗକୁ ମୋଟା ଅଙ୍କର ଅର୍ଥ ବି ବ୍ୟାଗରେ ପଶିଥିଲା। ଏହାଦେଖି ରେଲୱେ ପୁଲିସ୍‌ ତାଜୁବ । ଏପରି ଏକ ଘଟଣା ତାମିଲନାଡ଼ୁର ତିରୁଚିରାପଲ୍ଲୀରେ ଘଟିଛି।

Advertisment

ରେଲୱେ ସୁରକ୍ଷା ପୁଲିସ୍‌ ଯାତ୍ରୀଙ୍କ ବ୍ୟାଗରୁ ୧.୮୯ କୋଟିର ଗହଣା ଜବତ କରିବା ସହ ୧୫ଲକ୍ଷ ଟଙ୍କାର କ୍ୟାସ୍‌ ଜବତ କରିଛି। ଏହି ମାମଲାରେ ରେଲୱେ ପୁଲିସ୍‌ ଲକ୍ଷ୍ମଣନ ନାମକ ଯୁବକଙ୍କୁ ଗିରଫ କରିଛି।  ସିଏ ଚେନ୍ନାଇରୁ ତିରୁଚିରାପଲ୍ଲୀ ଯାଉଥିଲେ।

ଆରପିଏଫ ଟିମ୍‌ ତରଫରୁ ଅବୈଧ ପରିବହନ, ଯାତ୍ରୀଙ୍କ ଜିନିଷ ଚୋରି, ବଗିରେ ଅପରାଧ ଆଦି ଘଟଣାକୁ ଏଡ଼ାଇବାକୁ ‘ଅପରେସନ ସତର୍କ’ ଆରମ୍ଭ ହୋଇଛି। ଏହି ଅପରେସନ ବେଳେ ଆରପିଏଫ ତରଫରୁ ଅତର୍କିତ ଭାବେ ଯାତ୍ରୀଙ୍କ ବ୍ୟାଗ୍‌ ଯାଞ୍ଚ କରାଯାଉଛି।

Advertisment

ଏହିପରି ଯାଞ୍ଚ ସମୟରେ ଆରପିଏଫ ଟିମ୍‌ ଲକ୍ଷ୍ମଣନଙ୍କ ବ୍ୟାଗ ଯାଞ୍ଚ ବେଳେ ସେଥିରୁ ପୁଳାପୁଳା ସୁନା ପାଇଥିଲେ। କେବଳ ଏତିକି ନୁହେଁ ଉକ୍ତ ବ୍ୟାଗରୁ ୧୫ ଲକ୍ଷ କ୍ୟାସ୍‌ ବି ଜବତ ହୋଇଛି।

ଜବତ ସୁନାର ଓଜନ ୨୭୯୬ ଗ୍ରାମ ଓ ଏହାର ମୂଲ୍ୟ ୧.୮୯ କୋଟି ବୋଲି ଜଣାଯାଇଛି। ଲକ୍ଷ୍ମଣନଙ୍କ ବ୍ୟାଗରୁ ପ୍ରାୟ ୨ କୋଟିରୁ ଅଧିକ ମୂଲ୍ୟର ଟଙ୍କା ଓ ସୁନା ମିଳିଥିବା ଜଣାଯାଇଛି। ଜବତ ସୁନା ଓ ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି। 

Tamilnadu Gold Smuggling Gold Biscuits Seized
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe