Advertisment

ସର୍ଭିସ୍ ବନ୍ଧୁକରୁ ଫୁଟିଲା ଗୁଳି; ଯବାନ ମୃତ, ଜଣେ ଆହତ

ରାୟପୁର ରେଲୱେ ଷ୍ଟେସନରେ ଘଟିଛି ଏହି ଅଘଟଣ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଛତିଶଗଡର ରାୟପୁର ରେଲୱେ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭୁଲ୍ ବଶତଃ ଗୁଳି ଫୁଟି ଜଣେ ରେଲୱେ ପ୍ରୋଟେକ୍ସନ ସ୍ପେଶାଲ ଫୋର୍ସ (RPSF) ଯବାନଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି।  

Advertisment

ଆଜି ସକାଳ ପ୍ରାୟ 6ଟା ସମୟରେ ଏହି ଅଘଟଣ ଘଟିଛି। RPSFର କନଷ୍ଟେବଳ ଦିନେଶ ଚନ୍ଦ୍ର (30) ଏସ୍-2 ବଗିରୁ ଓହ୍ଲାଉଥିଲେ। ଏହି ସମୟରେ ତାଙ୍କ ପକେଟରେ ଥିବା ସର୍ଭିସ୍ ବନ୍ଧୁକରୁ ଅଚାନକ ଗୁଳି ଫୁଟିଥିଲା। ଗୋଟିଏ ଗୁଳି ଦିନେଶଙ୍କ ଛାତିରେ ବାଜିଥିଲା।

ଏଥିରେ ତାଙ୍କ ପାଖରେ ଥିବା ଜଣେ ଯାତ୍ରୀ ମହମ୍ମଦ ଦନିଶ ମଧ୍ୟ ଆହତ ହୋଇଥିଲେ। ଉଭୟଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଦିନେଶ ଚନ୍ଦ୍ରଙ୍କର ମୃତ୍ୟୁ ଘଟିଛି।

Advertisment

ରିପୋର୍ଟ ଅନୁସାରେ, ଦିନେଶଙ୍କ ଘର ରାଜସ୍ଥାନରେ। ସେ ରାୟପୁର ରେଲୱେ ଷ୍ଟୋସନରେ ପୋଷ୍ଟ ହୋଇଥିଲେ। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

Firing Raipur Railway Station RPSF RPSF Jawan Killed