Advertisment

ନିର୍ବାଚନ ପୂର୍ବରୁ ଜବତ ହେଲା ନଗଦ କୋଟିଏ ଟଙ୍କା

ଆଜି ବେଙ୍ଗାଲୁରୁ ପୁଲିସ୍‌ ୨ ଜଣ ବ୍ୟକ୍ତିଙ୍କ ଠାରୁ ନଗଦ ୧ କୋଟି ଟଙ୍କା ଜବତ କରିଛି।

Cash

Cash

Advertisment

ମେ’ ୧୦ରେ ଭୋଟ ଦେବାକୁ ଯାଉଥିବା କର୍ଣ୍ଣାଟକାରୁ ଏବେ ନୋଟ ଜବତ ହେବା ଆରମ୍ଭ ହୋଇ ଯାଇଛି। ଆଜି ବେଙ୍ଗାଲୁରୁ ପୁଲିସ୍‌ ୨ ଜଣ ବ୍ୟକ୍ତିଙ୍କ ଠାରୁ ନଗଦ ୧ କୋଟି ଟଙ୍କା ଜବତ କରିଛି। ଦୁଇ ଜଣ ଯାକ ଏତେ ଟଙ୍କା କେଉଁଠୁ ଆଣିଲେ ଓ କୁଆଡ଼େ ନେଉଥିଲେ, ସେକଥା ଜଣାପଡ଼ିଛି। ସିଟି ମାର୍କେଟ ନିକଟରେ ଗୋଟିଏ ଅଟୋ ମଧ୍ୟରୁ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ସମସ୍ତଙ୍କୁ ଚକିତ କରିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସୁରେଶ ଓ ପ୍ରବୀଣ ଅଟୋରେ ନଗଦ ୧ କୋଟି ଟଙ୍କା ନେଇ ଯାଉଥିଲେ ମଧ୍ୟ କାହାକୁ ଏ ସମ୍ପର୍କରେ କିଛି ବି ସୂଚନା ମିଳି ନଥିଲା। ତେବେ ସିଟି ମାର୍କେଟ ନିକଟରେ ହଠାତ୍‌ ସେମାନଙ୍କ ଅଟୋ ଖରାପ ହୋଇଯାଇଥିଲା। ରାସ୍ତା ଉପରେ ଗାଡ଼ି ଖରାପ ହୋଇଯିବାରୁ ଜଣେ ଟ୍ରାଫିକ ପୁଲିସ୍‌ ସେଠାରେ ପହଞ୍ଚି କ’ଣ ହୋଇଛି ବୋଲି ପ୍ରଶ୍ନ କରିଥିଲେ।

ଟ୍ରାଫିକ ପୁଲିସ୍‌କୁ ଦେଖି ଉଭୟ ବିଚଳିତ ହୋଇପଡ଼ିଥିଲେ। ସେମାନଙ୍କର ସନ୍ଦେହଜନକ ବ୍ୟବହାର ଦେଖି ଟ୍ରାଫିକ ପୁଲିସ୍‌ ଜଣଙ୍କ ତୁରନ୍ତ ଏସଜଜେପି ପାର୍କ ପୁଲିସ୍‌ ଷ୍ଟେସନକୁ ଖବର ଦେଇଥିଲେ। ଥାନାର ଗୋଟିଏ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ଅଟୋ ଭିତରୁ ୨ଟି ବ୍ୟାଗ୍‌ ମିଳିଥିଲା। ଏହି ଦୁଇ ବ୍ୟାଗ ମଧ୍ୟରେ ନଗଦ ୧ କୋଟି ଟଙ୍କା ରହିଥିଲା।

Advertisment

ଜେରା ବେଳେ ସୁରେଶ ଓ ପ୍ରବୀଣ କହିଛନ୍ତି ଯେ ଏତେ ପରିମାଣର ଟଙ୍କା ଗୋଟିଏ ଘରୋଇ କମ୍ପାନୀର। ସେମାନେ ଏହାକୁ ବିଜୟନଗରରୁ ଜୟାନଗରକୁ ନେଉଥିଲେ। ତେବେ ପୁଲିସ୍‌ ସେମାନଙ୍କୁ ଟଙ୍କା ସମ୍ପର୍କିତ କାଗଜ ମାଗିଥିଲେ ହେଁ ଉଭୟ ଦେଖାଇ ପାରି ନାହାନ୍ତି। ଫଳରେ ପୁଲିସ୍‌ ଟଙ୍କା ଜବତ କରିବା ସହ ଆୟକର ବିଭାଗକୁ ଖବର ଦେଇଛି।

ନିର୍ବାଚନ ପାଇଁ ରାଜ୍ୟରେ ଆଚରବିଧି ଲାଗୁ କରାଯାଇଛି। ତେଣୁ ବିନା କାଗଜପତ୍ରରେ ବିପୁଳ ପରିମାଣର ନଗଦ ଟଙ୍କା କାରବାର ଉପରେ ରୋକ ଲଗାଇଛି। ତଥାପି ଏତେ ପରିମାଣର ନଗଦ ଟଙ୍କା କୁଆଡ଼େ ଯାଉଥିଲା, ତା’କୁ ନେଇ ପ୍ରଶ୍ନ ଉଠିଛି।

Karnataka Bengaluru Cash For Vote
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe