Advertisment

ଲକ୍ଷେ ଲେଖାଏ ପାଇବେ ୪୧ ଶ୍ରମିକ

ଉଦ୍ଧାର ହୋଇଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଉତ୍ତରାଖଣ୍ଡ ସରକାର ଲକ୍ଷେ ଟଙ୍କା ଲେଖାଏ ଦେବେ। ଏହାବାଦ ସୁସ୍ଥ ହେବା ପରେ ସମସ୍ତଙ୍କୁ ନିଜ ନିଜର ରାଜ୍ୟକୁ ପଠାଇବେ ବୋଲି ଧାମି ସୂଚନା ଦେଇଛନ୍ତି।

Dhami

Dhami

Advertisment

ଦୀର୍ଘ ୧୭ ଦିନ ପରେ ଉତ୍ତରାଖଣ୍ଡ ଟନେଲରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ୱତନ୍ତ୍ର ହସ୍ପିଟାଲରେ ରଖାଯାଇଛି। ସମସ୍ତଙ୍କ ଅବସ୍ଥା ସଂପୂର୍ଣ୍ଣ ଭାବେ ଠିକ ଥିଲେ ମଧ୍ୟ ସେମାନଙ୍କୁ ମେଡିକାଲ ନୀରକ୍ଷଣରେ ରଖାଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି।

Advertisment

ଏଥିସହ ଉଦ୍ଧାର ହୋଇଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଉତ୍ତରାଖଣ୍ଡ ସରକାର ଲକ୍ଷେ ଟଙ୍କା ଲେଖାଏ ଦେବେ। ଏହାବାଦ ସୁସ୍ଥ ହେବା ପରେ ସମସ୍ତଙ୍କୁ ନିଜ ନିଜର ରାଜ୍ୟକୁ ପଠାଇବେ ବୋଲି ଧାମି ସୂଚନା ଦେଇଛନ୍ତି।

ଉଦ୍ଧାର କାର୍ଯ୍ୟ ବେଳେ ଘଟଣା ସ୍ଥଳରେ ମୁଖ୍ୟମନ୍ତ୍ରୀ ଧାମି ଉପସ୍ଥିତ ରହିଥିଲେ। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ମଧ୍ୟ ଉଦ୍ଧାର କାର୍ଯ୍ୟର ନିୟମିତ ସମୀକ୍ଷା କରୁଥିଲେ। ଉଭୟ ଉଦ୍ଧାର ହେଉଥିବା ଶ୍ରମିକମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ମଧ୍ୟ ବୁଝିଥିଲେ। ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହେବା ପରେ ଧାମି ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ତଥ୍ୟ ଦେଇଛନ୍ତି।

Advertisment

ସେ କହିଛନ୍ତି, “ଏହି ଚମତ୍କାର ରେସ୍କ୍ୟୁ ଅପରେସନରେ ସାମିଲ ଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ। ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ସବୁ କିଛି ସମ୍ଭବ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ସହ ନିୟମିତ ଯୋଡ଼ି ହୋଇ ରହିଥିଲେ। ସେ ନିୟମିତ ଭାବେ ଉଦ୍ଧାର କାର୍ଯ୍ୟର ଅପଡେଟ ନେଉଥିଲେ।

ଯେକୌଣସି ପରିସ୍ଥିତିରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସେ ମୋତେ ଡ୍ୟୁଟି ଦେଇଥିଲେ। ତାଙ୍କ ସମର୍ଥନ ବିନା ଏହା ଆଦୌ ସମ୍ଭବ ହୋଇ ପାରି ନଥାଆନ୍ତା। ସେ ଉଦ୍ଧାର ସମୟରେ ବି ମୋ ସହ କଥା ହୋଇଥିଲେ। ସମସ୍ତଙ୍କର ମେଡିକାଲ ଚେକଅପ ଯେମିତି ହେଲେ କରିବାକୁ କହିଥିଲେ। ଏଥିସହ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରକୁ ପଠାଇବା ବ୍ୟବସ୍ଥା କରିବାକୁ ମଧ୍ୟ ସେ କହିଛନ୍ତି।

ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକ ଗୋଟିଏ ଭିନ୍ନ ପରିବେଶ ଓ ପରିସ୍ଥିତିରୁ ଆସିଛନ୍ତି। ତେଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ।

ସମସ୍ତଙ୍କୁ ମେଡିକାଲ ନୀରିକ୍ଷଣରେ ରଖାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ। ଉଦ୍ଧାର ହୋଇଥିବା କୌଣସି ଶ୍ରମିକ ଗୁରୁତର ନାହାନ୍ତି। ସମସ୍ତଙ୍କୁ ଚିନୟାଲିସୌର ହସ୍ପିଟାଲକୁ ନିଆଯାଇଛି। ସମସ୍ତ ଶ୍ରମିକଙ୍କୁ ସରକାର ୧ ଲକ୍ଷ ଟଙ୍କା ଲେଖାଏ ଦେବେ।”

Uttarakhand Tunnel Collapses
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe