Advertisment

ବିଶ୍ୱକର୍ମା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ: ୫% ସୁଧରେ ମିଳିବ ୧ ଲକ୍ଷ ଟଙ୍କା

ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।

Vishwakarma Scheme

Vishwakarma Scheme

Advertisment

କୌଳିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ ଆସିବାକୁ ଥିବା 'ବିଶ୍ୱକର୍ମ ଯୋଜନା'କୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଯୋଜନା ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।

Advertisment

ସେ ଘୋଷଣା କରିବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ମଞ୍ଜୁରୀ ମିଳିଛି। ଆସନ୍ତା ବିଶ୍ୱକର୍ମା ଜୟନ୍ତୀଠାରୁ 'ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା' ଆରମ୍ଭ ହେବ। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିକୁ ବାଛିଥିବା ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।

ସୁନା କାରିଗର, କମାର, ବାରିକ, ମୋଚୀ ଓ ଅନ୍ୟ କୌଳିକ ବୃତ୍ତିକୁ ପେଶା ଭାବେ ଗ୍ରହଣ କରୁଥିବା ଲୋକ ଏହି ଯୋଜନା ଅଧୀନରେ ରହିବେ। ସେମାନଙ୍କୁ ସରକାର ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବେ। ଏହି ଯୋଜନା ପାଇଁ ୧୩ ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି।

Advertisment

ଆଜିର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ୩୦ ଲକ୍ଷ କୌଳିକ ବୃତ୍ତିଧାରୀ ଓ ସେମାନଙ୍କ ପରିବାରକୁ ଫାଇଦା ଦେବ। ଏହି ଯୋଜନା ଅଧୀନରେ ୫ ବର୍ଷ ପାଇଁ ୧୩ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ପ୍ରଥମ ଦଫାରେ ୧୮ଟି କୌଳିକ ବୃତ୍ତିଧାରୀ ଏହି ଯୋଜନାରେ ଲାଭବାନ ହେବେ। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରମାଣପତ୍ର, ପରିଚୟପତ୍ର, ପ୍ରଥମ ଦଫାରେ ୧ ଲକ୍ଷ ଟଙ୍କା ଓ ଦ୍ୱିତୀୟ ଦଫାରେ ୨ ଲକ୍ଷ ଟଙ୍କାର ଋଣ ଦିଆଯିବ।

ଏଥିପାଇଁ ମାତ୍ର ୫% ସୁଧ ଦେବାକୁ ହେବ। ଏହି ଯୋଜନାରେ ଦକ୍ଷତାର ବିକାଶ, ଟୁଲକିଟ ଇନସେନଟିଭ, ଡିଜିଟାଲ ନେଣଦେଣ ପାଇଁ ଇନସେନଟିଭ ଓ ମାର୍କେଟିଂ ସହାୟତା ମଧ୍ୟ ପ୍ରଦାନ କରାଯିବ।”

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ବଢ଼େଇ, ବୁଣାକାର, ଡଙ୍ଗା ତିଆରି କରୁଥିବା ଲୋକ, ଲୁହା କାରିଗର, ସୁନା କାରିଗର, ତାଲା ତିଆରି କରୁଥିବା ଲୋକ, କୁମ୍ଭାର, ମୋଚୀ, ମୂର୍ତ୍ତିକାର ଓ ରାଜମିସ୍ତ୍ରୀ ପ୍ରମୁଖ ରହିଛନ୍ତି।

PM Narendra Modi Cabinet Meeting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe