Advertisment

Hawala Scam: ଦରମା ୧୦ ହଜାର, କିନ୍ତୁ ଆକାଉଣ୍ଟରେ ୩୦୦ କୋଟିର ନେଣଦେଣ: ଧରାପଡ଼ିଲେ ରାପିଡୋ ଡ୍ରାଇଭର

ପ୍ରଦୀପଙ୍କ ଆକାଉଣ୍ଟ ସହ ଜଡ଼ିତ ତଥ୍ୟକୁ ବ୍ୟବହାର କରି ପ୍ରଦୀପ ଏଣ୍ଟରପ୍ରାଇଜେସ ନାମକ ଗୋଟିଏ ଜାଲ କମ୍ପାନୀ ତିଆରି କରାଯାଇଥିଲା। କାଗଜପତ୍ରରେ କମଲେଶ ଟ୍ରେଡିଂ ଓ ରୌନକ ଟ୍ରେଡର୍ସ ନାଁରେ ମଧ୍ୟ ୨ଟି ଅତିରିକ୍ତ କମ୍ପାନୀ ମଧ୍ୟ ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି।

author-image
Hemant Lenka
Rapido

ସ୍କାମ

ହାୱାଲା ଚ୍ୟାନେଲ, ନକଲି ବ୍ୟାଙ୍କ ଟ୍ରାଞ୍ଜାକସନ, ବେଆଇନ କ୍ରିକେଟ ବେଟିଂ ଓ ଷ୍ଟକ ମାର୍କେଟ କାରବାରରେ ସାମିଲ ଥିବା ଗୋଟିଏ ରାକେଟର ପର୍ଦ୍ଦାଫାସ ହୋଇଛି। ଅହମଦାବାଦରେ ଚାଲିଥିବା ଏହି ରାକେଟ ପର୍ଦ୍ଦାଫାସ ହେବା ପରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଜଣେ ରାପିଡୋ ଡ୍ରାଇଭରଙ୍କ ବ୍ୟାଙ୍କ ଆକାଉଣ୍ଟରେ ହେଉଥିବା ନେଣଦେଣ ଉପରେ ପ୍ରଥମେ ତଦନ୍ତକାରୀ ସଂସ୍ଥା ସନ୍ଦେ ପ୍ରକାଶ କରିଥିଲା।

Advertisment

ସେ ମାସିକ ୧୦ ହଜାରରୁ ୧୨ ହଜାର ଟଙ୍କା ପାଉଥିବା ବେଳେ ତାଙ୍କ ଆକାଉଣ୍ଟରେ ୩୦୦ କୋଟିର ନେଣଦେଣ ହୋଇଥିବା ଜଣାପଡ଼ିଥିଲା। ବାସ ଏହାପରେ ୫୫୦ କୋଟି ଟଙ୍କାର ବେଆଇନ କାରବାରରେ ଲିପ୍ତ ଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)Ed ରାପିଡୋ ଡ୍ରାଇଭରଙ୍କ ଆକାଉଣ୍ଟରେ ୩୦୦ କୋଟିରୁ ଅଧିକ ଟଙ୍କାର ନେଣଦେଣ ସମ୍ପର୍କରେ ଜାଣିବା ପରେ ଅଧିକ ତଦନ୍ତ କରିଥିଲା।

ଏହାପରେ ସଂଗଠିତ ଅପରାଧ ସିଣ୍ଡିକେଟର ପର୍ଦ୍ଦାଫାସ କରିବା ପାଇଁ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଥିଲା। ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ରାପିଡୋ ଡ୍ରାଇଭର ଭାବେ ସେବା ଯୋଗାଉଥିବା ପ୍ରଦୀପ ଓଡେ ନାମକ ନାମକ ବ୍ୟକ୍ତିଙ୍କ ଅସ୍ୱାଭାବିକ ଭାବେ ମୋଟା ଅଙ୍କର ନେଣଦେଶ ହେଉଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ। ବିପୁଳ ପରିମାଣର ଟଙ୍କା ତାଙ୍କ ଆକାଉଣ୍ଟରେ ନିୟମିତ ଜମା ହେବା ସହ ଏହାକୁ ଅନ୍ୟତ୍ର ପଠା ଯାଉଥିଲା। 

Advertisment

ଏହାର ଖୋଳତାଡ଼ ବେଳେ ଇଡି ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ପ୍ରଦୀପଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବେଆଇନ କ୍ରିକେଟ ବେଟିଂ ଓ ଷ୍ଟକ ମାର୍କେଟକୁ ହେରଫେର କରି ଆୟ ହେଉଥିବା ଟଙ୍କାକୁ ଅନ୍ୟତ୍ର ପଠାଇବା ପାଇଁ ବ୍ୟବହାର କରାଯାଉଛି। ପ୍ରାଥମିକ ତଥ୍ୟ ପରେ ଇଡିର ସହାୟକ ନିର୍ଦ୍ଦେଶକ ଅହମଦାବାଦ କ୍ରାଇମବ୍ରାଞ୍ଚ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ ଦାଖଲ କରିଥିଲେ। 

କ୍ରାଇମବ୍ରାଞ୍ଚ ପ୍ରଦୀପକଙ୍କୁ ଉଠାଇ ଆଣି ଜେରା ଆରମ୍ଭ କରିଥିଲା। ଏହି ସମୟରେ ପ୍ରଦୀପ ସ୍ୱୀକାର କରିଥିଲେ ଯେ ସେ କିରଣ ପାରମର ନାମକ ଜଣେ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ବଳରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିବାକୁ ଦେଇଛନ୍ତି। ସେହିପରି ପ୍ରତିଟି ଚେକରେ ଦସ୍ତଖତ କରିବା ପାଇଁ ମଧ୍ୟ ପ୍ରଦୀପ ୪୦୦ ଟଙ୍କା ପାଉଥିଲେ। 

ପ୍ରଦୀପଙ୍କ ଆକାଉଣ୍ଟ ସହ ଜଡ଼ିତ ତଥ୍ୟକୁ ବ୍ୟବହାର କରି ପ୍ରଦୀପ ଏଣ୍ଟରପ୍ରାଇଜେସ ନାମକ ଗୋଟିଏ ଜାଲ କମ୍ପାନୀ ତିଆରି କରାଯାଇଥିଲା। କାଗଜପତ୍ରରେ କମଲେଶ ଟ୍ରେଡିଂ ଓ ରୌନକ ଟ୍ରେଡର୍ସ ନାଁରେ ମଧ୍ୟ ୨ଟି ଅତିରିକ୍ତ କମ୍ପାନୀ ମଧ୍ୟ ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି। ଅଧିକାରୀମାନେ କହିଛନ୍ତି ଯେ ୨୦୨୪ରେ ଏହି ସଂସ୍ଥାଗୁଡ଼ିକ ପଞ୍ଜିକରଣ ହୋଇଥିଲା। କିନ୍ତୁ ସେମାନେ କୌଣସି ବ୍ୟବସାୟ କରୁ ନଥିଲେ।

କେବଳ ସେମାନେ ଠକେଇ କରୁଥିଲେ। ସଂସ୍ଥାଗୁଡ଼ିକ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟରେ ନିୟମିତ ଟଙ୍କା ଜମା ହେଉଥିଲା। ମୋଟ ୫୫୦ କୋଟି ଟଙ୍କା ସଂସ୍ଥାଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। 

୮୦.୫୦ କୋଟି, ୫୨.୧୧ କୋଟି ଓ ୨୨.୮୬ କୋଟି ଟଙ୍କା ୩ଟି ଭିନ୍ନ କମ୍ପାନୀକୁ ପଠା ଯାଇଥିଲା। ଅନଲାଇନ କ୍ରିକେଟ ବେଟିଂ ଅପରେସନରୁ ଆୟ ହେଉଥିବା ଟଙ୍କାକୁ ଏହି ଆକାଉଣ୍ଟଗୁଡ଼ିକ ଜରିଆରେ ବ୍ୟବହାର କରାଯାଉଥିଲା।

ପୁଲିସ୍‌ ରାକେଟର ପର୍ଦ୍ଦାଫାସ କରିଥିବା ବେଳେ ଘଟଣାରେ ସାମିଲ ଥିବା ଲୋକଙ୍କୁ ଧରିବାକୁ ଉଦ୍ୟମ କରିଛି। କିଛି ବଡ଼ବଡ଼ ଲୋକଙ୍କ ନାଁ ସାମ୍ନାକୁ ଆସିଥିବାରୁ ଇଡି ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇନାହିଁ। 

Ed