Advertisment

ହ୍ୟାକର୍ସ ନେଇ ଗଲେ ୧୨.୪୮ କୋଟି, ବ୍ୟାଙ୍କ ଉପରେ ଫାଇନ ଲଗାଇଲା ଆରବିଆଇ

ବ୍ୟାଙ୍କ ନିୟମକୁ ଅନୁପାଳନ କରି ନଥିବାରୁ ସାଇବର ଅପରାଧୀମାନେ ବ୍ୟାଙ୍କର ସିଷ୍ଟମକୁ ହ୍ୟାକ୍‌ କରି ୧୨.୪୮ କୋଟି ଟଙ୍କା ଲୁଟି ନେଇଥିଲେ। ଏହାପରେ ଆରବିଆଇ ସାଇବର ଅଡିଟ କରିବା ସହ ହାଇଦ୍ରାବାଦ ପୁଲିସ୍‌ ମଧ୍ୟ ଘଟଣାର ତଦନ୍ତ କରିଥିଲା।

author-image
Hemant Lenka
Bank

Bank

ସାଇବର କ୍ରାଇମ ପାଇଁ ପ୍ରଥମଥର ଆରବିଆଇ କୌଣସି ବ୍ୟାଙ୍କ ଉପରେ ଆର୍ଥିକ ଜୋରିମାନା ଲଗାଇଛି। ଏପି ମହେଶ କୋପୋରେଟିଭ ଅର୍ବାନ ବ୍ୟାଙ୍କ ସାଇବର ସିକ୍ୟୁରିଟିର ବ୍ୟବସ୍ଥା କରି ନଥିବାରୁ ଆରବିଆଇ ୬୫ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି।

Advertisment

ଏହି ବ୍ୟାଙ୍କ ନିୟମକୁ ଅନୁପାଳନ କରି ନଥିବାରୁ ସାଇବର ଅପରାଧୀମାନେ ବ୍ୟାଙ୍କର ସିଷ୍ଟମକୁ ହ୍ୟାକ୍‌ କରି ୧୨.୪୮ କୋଟି ଟଙ୍କା ଲୁଟି ନେଇଥିଲେ। ଏହାପରେ ଆରବିଆଇ ସାଇବର ଅଡିଟ କରିବା ସହ ହାଇଦ୍ରାବାଦ ପୁଲିସ୍‌ ମଧ୍ୟ ଘଟଣାର ତଦନ୍ତ କରିଥିଲା।

ଏହି ସମୟରେ ସାଇବର ସୁରକ୍ଷାରେ ବ୍ୟାପକ ତ୍ରୁଟି ଥିବା ଜଣା ପଡ଼ିଥିଲା। ଏଥିପାଇଁ ହ୍ୟାକର୍ସମାନେ ବ୍ୟାଙ୍କ ସିଷ୍ଟମରେ ପ୍ରବେଶ କରି ୧୨.୪୮ କୋଟି ଟଙ୍କା ଲୁଟ କରିବାକୁ ସକ୍ଷମ ହୋଇଥିଲେ। ୨୦୨୨ ଜାନୁଆରୀ ୨୪ରେ ବ୍ୟାଙ୍କରୁ ଲୁଟ ହୋଇଥିଲା। ମହେଶ ଏପି ବ୍ୟାଙ୍କ ପ୍ରଥମେ ସାଇବର ଚୋରି ନେଇ ଅଭିଯୋଗ କରିଥିଲା।

Advertisment

ଜଣେ କେହି ହ୍ୟାକର ବ୍ୟାଙ୍କ ସିଷ୍ଟମ ଭିତରେ ପଶିବା ସହ ଏଠାରୁ ୧୨.୪୮ କୋଟି ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି ଯେ ହ୍ୟାକର୍ସମାନେ ପ୍ରଥମେ ବ୍ୟାଙ୍କର କିଛି କର୍ମଚାରୀଙ୍କୁ ଇ-ମେଲ ପଠାଇଥିଲେ। ଏହି ଇ-ମେଲ ଗୁଡ଼ିକରେ ବେଶ ଚତୁରତାର ସହ ମାଲୱାରେ ବା ହ୍ୟାକ ପାଇଁ ବ୍ୟବହୃତ ସଫ୍ଟୱେରକୁ ଖଞ୍ଜା ଯାଇଥିଲା।

ବ୍ୟାଙ୍କ କର୍ମଚାରୀମାନେ ଇ-ମେଲ ଗୁଡ଼ିକ ଖୋଲିବା କ୍ଷଣି ସାଇବର ଅପରାଧୀମାନେ ବ୍ୟାଙ୍କ ସିଷ୍ଟମର ପୂରା ଆସେସ ପାଇ ଯାଇଥିଲେ। ଏହାପରେ ସେମାନେ ୧୨.୪୮ କୋଟି ଟଙ୍କା ଲୁଟ କରି ନେଇଥିଲେ। ସାଇବର କ୍ରାଇମ ପୁଲିସ୍‌ ଏହି ଘଟଣାରେ ୨ ନାଜେରୀୟ ନାଗରିକଙ୍କ ସମେତ ୬ ଜଣଙ୍କୁ ଗିରଫ ମଧ୍ୟ କରିଥିଲା।

ପୁଲିସ୍‌ ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ ସାଇବର ଅପରାଧକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇ ନଥିଲା। ଏହାପରେ ହାଇଦ୍ରାବାଦ ପୁଲିସ୍‌ କମିଶନର ସିଭି ଆନନ୍ଦ ଆରବିଆଇ ଗଭର୍ଣ୍ଣରଙ୍କୁ ଚିଠି ଲେଖି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ତ୍ରୁଟି ସମ୍ପର୍କରେ ଅବଗତ କରାଇଥିଲେ। ବ୍ୟାଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରିବାକୁ ସେ ଅନୁରୋଧ କରିଥିଲେ। ଏହି ଚିଠିକୁ ଆଧାର କରି ଆରବିଆଇ ସାଇବର ଅଡିଟ କରିଥିଲା। ଏହାପରେ ବ୍ୟାଙ୍କ ଉପରେ ୬୫ ଲକ୍ଷର ଜୋରିମାନା ଲାଗୁ କରାଯାଇଛି।

RBI Cyber Crime Cyber Fraud