/odisha-reporter/media/media_files/2025/10/28/horse-2025-10-28-14-13-21.jpg)
୧୫ କୋଟିର ଘୋଡ଼ା ଓ ୨୩ କୋଟିର ମଇଁଷି
ରାଜସ୍ଥାନର ପୁଷ୍କରରେ କାର୍ତ୍ତିକ ମାସରେ ଆୟୋଜିତ ହେଉଥିବା ଗୃହପାଳିତ ପ୍ରାଣୀ ମେଳାର ମୁଖ୍ୟ ଆକର୍ଷଣ ହେଉଛି ଏଠାକୁ ଆସୁଥିବା ଦାମୀ ଦାମୀ ଗୃହପାଳିତ ପ୍ରାଣୀ। ଏବର୍ଷ ମଧ୍ୟ ଏହି ମେଳାକୁ ହଜାର ହଜାର ଗୃହପାଳିତ ପ୍ରାଣୀ ଆସିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ୧୫ କୋଟି ଟଙ୍କାର ଏକ ଘୋଡ଼ା ଓ ୨୩ ଏବଂ ୨୫ କୋଟି ଟଙ୍କାର ଦୁଇଟି ପୋଢ଼ ବା ଅଣ୍ଡିରା ମଇଁଷି।
ଯେଉଁ ଘୋଡ଼ାଟିର ଦାମ୍ ୧୫ କୋଟି ଟଙ୍କା, ତା’ ନାଁ ହେଉଛି ଶାହବାଜ। ତାକୁ ଅଢ଼େଇ ବର୍ଷ ହୋଇଛି। ତା’ର ମାଲିକ ହେଉଛନ୍ତି ଚଣ୍ଡିଗଡ଼ର ଗ୍ୟାରୀ ଗିଲ। ଶାହବାଜ ଅନେକ ପ୍ରଦର୍ଶନୀରେ ବିଜୟୀ ହୋଇଛି। ତାକୁ କିଣିବା ପାଇଁ ଲୋକେ ୯ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ଦେଇଛନ୍ତି। ଏହି ଘୋଡ଼ାର କେବଳ ବ୍ରିଡିଂ ମୂଲ୍ୟ ହେଉଛି ୨ ଲକ୍ଷ ଟଙ୍କା। ମାରୱାଡି ବ୍ରିଡ୍ର ଘୋଡ଼ା ଶାହବାଜକୁ ଦେଖିବା ପାଇଁ ମେଳାରେ ଲୋକଙ୍କ ଭିଡ଼ ଜମୁଛି।
#WATCH | Ajmer, Rajasthan: Horse from Chandigarh, priced at Rs 15 crore, draws attention at Pushkar Cattle Fair.
— ANI (@ANI) October 27, 2025
Owner of the horse, Gary Gill says, "... Shahbaz, a two-and-a-half-year-old horse, has won multiple shows and belongs to a prestigious lineage. His covering fee is Rs… pic.twitter.com/UT4JM3DrPX
ଶାହବାଜ ଭଳି ଏହି ମେଳାରେ ବାଦଲ ମଧ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ବାଦଲ ବି ଏକ ଘୋଡ଼ା। ତା’ର ବୟସ ଅଧିକ ହୋଇଥିଲେ ହେଁ ତା’ର ବର୍ତ୍ତମାନର ବଜାର ଦର ୧୧ କୋଟି ଟଙ୍କା। ୨୮୫ଟି ଛୁଆର ବାପା ହୋଇସାରିଥିବା ବାଦଲକୁ ୧୧ କୋଟି ଟଙ୍କା ଦେଇ କିଣି ନେବାକୁ ଜଣେ ବ୍ୟକ୍ତି ତା’ର ମାଲିକଙ୍କୁ ଅଫର ଦେଇଥିଲେ। କିନ୍ତୁ ତା’ ମାଲିକ ବିକ୍ରି କରିବାକୁ ମନା କରି ଦେଇଥିଲେ।
ପୁଷ୍କର ଗୃହପାଳିତ ପ୍ରାଣୀ ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ରାଣା। ଏହା ଏକ ପୋଢ଼ ବା ଅଣ୍ଡିରା ମଇଁଷି। ଏହାର ମୂଲ୍ୟ ୨୫ ଲକ୍ଷ। ସେ ଉଜ୍ଜୈନରୁ ଆସିଛି। ତା’ର ଓଜନ ୬୦୦ କେଜି। ତା’ର ଲମ୍ବ ୮ ଫୁଟ୍ ହୋଇଥିବା ବେଳେ ଉଚ୍ଚତା ୫.୫ ଫୁଟ। ତାକୁ ପ୍ରାୟ ସାଢ଼େ ୩ ବର୍ଷ ହୋଇଛି। ପ୍ରତିଦିନ ସେ ୧୫୦୦ ଟଙ୍କାର ଖାଦ୍ୟ ଖାଏ। ତା’ର ଖାଦ୍ୟ ମଧ୍ୟରେ ରହିଛି ବେସନ, ଅଣ୍ଡା, ତେଲ, ଦୁଗ୍ଧ, ଘିଅ ଓ ଲିଭର ଟନିକ୍।
ସେହିପରି ୨୩ କୋଟି ମୂଲ୍ୟର ପୋଢ଼ ବା ଅଣ୍ଡିରା ମଇଁଷିର ନାଁ ହେଉଛି ଅନମୋଲ। ସେ ରାଜସ୍ଥାନରୁ ଆସିଛି। ତାଙ୍କୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଅନମୋଲ ଏକ ରାଜା ଭଳି ବଞ୍ଚୁଛି ବୋଲି ତା’ର ମାଲିକ କହିଛନ୍ତି। ଅନମୋଲ ପ୍ରତିଦିନ ଦୁଗ୍ଧ, ଦେଶୀ ଘିଅ ଓ ଡ୍ରାଏ ଫ୍ରୁଟ୍ ଖାଏ।
ଚଳିତ ବର୍ଷ ଅକ୍ଟୋବର ୨୩ରୁ ଆରମ୍ଭ ହୋଇଛି ପୁଷ୍କର ଗୃହପାଳିତ ପ୍ରାଣୀ ମେଳା। ଏହା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲଇବ। ଚଳିତ ଥର ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମେଳାରେ ୩,୦୨୧ଟି ଗୃହପାଳିତ ପ୍ରାଣୀ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ A2 କ୍ଷୀର ଦେଉଥିବା ଗିର ଗାଈ ମଧ୍ୟ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
