Advertisment

Land Scam: ୧୮୦୦ କୋଟିର ଜମିକୁ ୩୦୦ କୋଟିରେ ବିକ୍ରି: ସ୍କାନରରେ ଉପ ମୁଖ୍ୟମନ୍ତ୍ରୀଙ୍କ ପୁଅ

୧୮୦୦ କୋଟିର ଜମି କାରବାରରେ ସାଂଘାତିକ ହେରଫେର ହୋଇଥିବା ଆଇଜିଆର ରିପୋର୍ଟ ଦେଇଛନ୍ତି। ପାର୍ଥ ପାୱରଙ୍କ ଭୂମିକା ସନ୍ଦେହ ଘେରକୁ ଆସିବାରୁ ମହାରାଷ୍ଟ୍ର ସରକାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

author-image
Hemant Lenka
ajit

ପୁଅଙ୍କ ସହ ଅଜିତ ପାୱାର

ମହାରାଷ୍ଟ୍ର( Maharashatra) ରେ ଜମି ଦୁର୍ନୀତି(Land Scam)ର ସାଂଘାତିକ ଖେଳ। ଜମି ଦୁର୍ନୀତିରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର(Ajit Pawar)ଙ୍କ ପୁଅ ପାର୍ଥ ପାୱାରଙ୍କ ଭୂମିକା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ସରକାରଙ୍କ ନିକଟରେ ଇନସପେକ୍ଟର ଜେନେରାଲ ଅଫ ରେଜିଷ୍ଟ୍ରେସନ(ଆଇଜିଆର) ନିଜର ଆଭ୍ୟନ୍ତରୀଣ ରିପୋର୍ଟରେ ଜମି ଦୁର୍ନୀତିର ସାଂଘାତିକ ତଥ୍ୟ ଉପସ୍ଥାପନ କରିଛନ୍ତି।

Advertisment

୧୮୦୦ କୋଟିର ଜମି କାରବାରରେ ସାଂଘାତିକ ହେରଫେର ହୋଇଥିବା ଆଇଜିଆର ରିପୋର୍ଟ ଦେଇଛନ୍ତି। ପାର୍ଥ ପାୱରଙ୍କ ଭୂମିକା ସନ୍ଦେହ ଘେରକୁ ଆସିବାରୁ ମହାରାଷ୍ଟ୍ର ସରକାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

ଆଇଜିଆର ନିଜର ରିପୋର୍ଟ ମୁମ୍ବାଇରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି। ପୁଣେର ମୁନ୍ଧୱା ଅଞ୍ଚଳରେ ଥିବା ସରକାରୀ ଜମିର ବିକ୍ରି ଓ ପଞ୍ଜିକରଣରେ ହୋଇଥିବା ବଡ଼ଧରଣର ହେରଫେର ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ହେରଫେର ରିପୋର୍ଟ ସାମ୍ନାକୁ ଆସିବା ପରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସେହିପରି ସ୍ୱତନ୍ତ୍ର କମିଟିକୁ ଯାଞ୍ଚ କରି ୮ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

Advertisment

୧୮୦୦ କୋଟିର ଜମିକୁ ୩୦୦ କୋଟିରେ ବିକ୍ରି 

ରିପୋର୍ଟ ଅନୁସାରେ, ମୁନ୍ଧୱାରେ ଗୋଟିଏ ୪୩ ଏକର(୧୭.୫ ହେକ୍ଟର) ଜମି ରହିଛି। ରେକର୍ଡରେ ମୁମ୍ବାଇ ସରକାର ଏହାର ମାଲିକ ବୋଲି ଉଲ୍ଲେଖ ରହିଛି। କିନ୍ତୁ ପାର୍ଥ ପାୱାରଙ୍କ ସହ ଜଡ଼ିତ ଆମେଡିଆ ଏଣ୍ଟରପ୍ରାଇଜେସ ଏଲଏଲପି ନାମକ କମ୍ପାନୀକୁ ୩୦୦ କୋଟିରେ ଏହାକୁ ବିକ୍ରି କରିଦିଆଯାଇଛି। ବଜାରରେ ଉକ୍ତ ଜମିର ମୂଲ୍ୟ ପ୍ରାୟ ୧୮୦୦ କୋଟି ରହିଥିବା ବେଳେ ପାର୍ଥଙ୍କ ସହ ଜଡ଼ିତ କମ୍ପାନୀ ମାତ୍ର ୩୦୦ କୋଟିରେ ଏହାକୁ କିଣିଛି।   

ଏହି ଜମିକୁ ପ୍ରକୃତରେ ୧୫ ବର୍ଷ ପାଇଁ ଇଣ୍ଡିଆନ ବୋଟାନିକାଲ ସର୍ଭେକୁ ଲିଜ୍‌ରେ ଦିଆଯାଇଥିଲା। ପରବର୍ତ୍ତୀ ଅବସ୍ଥାରେ ବାର୍ଷିକ ୧ ଟଙ୍କା ହିସାବରେ ଲିଜ୍‌ ଅବଧିକୁ ୨୦୩୮ ଯାଏ ବୃଦ୍ଧି କରାଯାଇଛି। ସରକାର ସ୍ୱାର୍ଥ କିମ୍ବା ସରକାର ମାଲିକାନାରେ ପୂର୍ବଭଳି ଜମି ରହିଛି। 

ତଥାପି ୨୭୨ ଜଣଙ୍କ ପକ୍ଷରୁ ପାୱାର ଅଫ ଆଟର୍ଣ୍ଣି ନିଜ ପାଖରେ ରଖିଥିବା ଶୀତଲ ତେଜୱାନି ଓ ଆମେଡିଆ ଏଣ୍ଟରପ୍ରାଇଜାସ ଏଲଏଲପି ମଧ୍ୟରେ ଜମି ବିକ୍ରି ପାଇଁ ସିଧାସଳଖ ଗୋଟିଏ ଚୁକ୍ତି ହୋଇଥିଲା। ଆମେଡିଆ ଏଣ୍ଟରପ୍ରାଇଜେସ ଏଲଏଲପି ଏଠାରେ ଗୋଟିଏ ଡାଟା କେନ୍ଦ୍ର ଖୋଲିବ ବୋଲି ଯୋଜନା କରିଥିଲା।

୨୧ କୋଟିର ଷ୍ଟାମ୍ପ ଡ୍ୟୁଟିକୁ ୫୦୦ ଟଙ୍କାକୁ ହ୍ରାସ କରାଯାଇଥିଲା 

ତଦନ୍ତ ବେଳେ ଜଣାପଡ଼ିଛି ଯେ ୩୦୦ କୋଟି ଟଙ୍କାରେ ଜମି ପାଇଁ ଡିଲ ହୋଥିବା ବେଳେ ଟିକସ ସହ ଷ୍ଟାମ୍ପ ଡ୍ୟୁଟିର ପରିମାଣ ପ୍ରାୟ ୨୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଷ୍ଟାମ୍ପ ଡ୍ୟୁଟି ବାବଦରେ ମାତ୍ର ୫୦୦ ଟଙ୍କା ପୈଠ କରାଯାଇଥିଲା। 

ଡାଟା ସେଣ୍ଟର ଖୋଲା ଯିବାକୁ ଥିବାରୁ ୫% ଷ୍ଟାମ୍ପ ଡ୍ୟୁଟି ଚାର୍ଜରୁ ଏହି ଡିଲ୍‌ରୁ ବାଦ ଦିଆଯାଇଥିବା ଧରି ନିଆଯାଉ। ତଥାପି ସ୍ଥାନୀୟ ଟିକସ ଯଥା ଲୋକାଲ ବଡି ଟ୍ୟାକ୍ସ ଓ ମେଟ୍ରୋ ଟ୍ୟାକ୍ସକୁ ମିଶାଇଲେ ଷ୍ଟାମ୍ପ ଡ୍ୟୁଟି ପାଇଁ ୬ କୋଟି ଦେବା କଥା। ଅର୍ଥାତ ପଞ୍ଜିକରଣ ବେଳେ ରାଜ୍ୟ ରାଜସ୍ୱକୁ ବଡ଼ଧରଣର କ୍ଷତି ପହଞ୍ଚିଛି।

ଅଧିକାରୀ ନିଲମ୍ବିତ ଓ ଏଫଆଇଆର ରୁଜୁ 

ଆଭ୍ୟନ୍ତରୀଣ ରିପୋର୍ଟରେ କୁହାଯାଇଛି ଯେ ଯୁଗ୍ମ ସବ ରେଜିଷ୍ଟ୍ରାର ରବୀନ୍ଦ୍ର ତାରୁ ନିୟମର ଖୋଲା ଉଲ୍ଲଙ୍ଘନ କରି ଜମି ବିକ୍ରି ପଞ୍ଜିକରଣ କରାଇଥିଲେ। ସେ ବିକ୍ରି ପାଇଁ ପଞ୍ଜିକରଣ ଅନୁମତି ଦେବା ବେଳେ ସରକାରୀ ଅନୁମତି କିମ୍ବା ଏନଓସିକୁ ଯାଞ୍ଚ କରିଥିଲେ। ଏଥିପାଇଁ ରିପୋର୍ଟ ପରେ ତାରୁଙ୍କୁ ନିଲମ୍ବିତ କରାଯାଇଛି।

ଏବେ ସରକାର ଷ୍ଟାମ୍ପ ଡ୍ୟୁଟି ବାବଦରେ ଦିଆ ଯାଇ ନଥିବା ୫.୯୯ କୋଟି ଟଙ୍କା ଦେବାକୁ ନୋଟିସ କରାଯାଇଛି। ସେହିପରି ପାୱାର ଆଟର୍ଣ୍ଣି, ଜମି କିଣିଥିବା କମ୍ପାନୀ ଓ ସବ ରେଜିଷ୍ଟ୍ରାରଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ଆମେଡିଆ ଏଣ୍ଟରପ୍ରାଇଜେସ ଏଲଏଲପି ଜରିଆରେ ପାର୍ଥ ପାୱାରଙ୍କ ଲିଙ୍କ ସାମ୍ନାକୁ ଆସିଛି। ତଥାପି ଏଫଆଇଆରର ପାର୍ଥ ପାୱାରଙ୍କ ନାଁ ନାହିଁ। 

Land Scam Ajit Pawar Maharashatra