Advertisment

ଅଢ଼େଇ କୋଟି ଦିଅ, ଇଭିଏମ୍‌ରେ ବଢ଼ାଇ ଦେବି ଭୋଟ୍‌: ଯବାନ ଗିରଫ

ଏକ ଚିପ୍‌ ଜାରିଆରେ ଇଭିଏମ୍‌ ମେସିନ୍‌କୁ ହ୍ୟାକ୍‌ କରିବେ ବୋଲି ଦାବି କରିଥିଲେ ଯବାନ। ଏଥିସହ ଭୋଟ୍‌ ବଢ଼ାଇ ଦେବି ବୋଲି କହି ନେତାଙ୍କୁ ୨.୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ।

author-image
Madhupriya Mistry
Tampering with EVM

Tampering with EVM

ଇଭିଏମ୍‌ରେ କାରସାଦି କରି ଭୋଟ ବଢ଼ାଇ ଦେବାକୁ ଅଫର୍‌ ଦେଲେ ସେନା ଯବାନ। ଏଥିପାଇଁ ସେ ନେତାଙ୍କୁ ମାଗିଲେ ଅଢ଼େଇ କୋଟି। ଇଭିଏମ୍‌ ସୁରକ୍ଷାରେ ନିୟୋଜିତ ଯବାନଙ୍କ ଏପରି କାରନାମା ପଦାକୁ ଆସିବା ପରେ ତାଙ୍କୁ ବାନ୍ଧିଛି ପୁଲିସ। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗର ସହରରେ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।

Advertisment

ଇଲେକ୍ଟ୍ରୋନିକ ଭୋଟିଂ ମେସିନ ତଥା ଇଭିଏମ୍‌କୁ ହ୍ୟାକ୍‌ କରିବା ପାଇଁ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀର ନେତା ଅମ୍ବାଦାସ ଦାନବେଙ୍କ ଭାଇଙ୍କୂ ଜଣେ ଯବାନ ୨.୫ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ମୁମ୍ବାଇ ପୁଲିସ ଉକ୍ତ ଯବାନଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ସୂଚନା ଦେଇ ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟ ବିଧାନ ପରିଷଦରେ ବିରୋଧୀ ଦଳର ନେତା ଅମ୍ବାଦାସ ଦାନବେ ପୁଲିସରେ ଲିଖିତ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

୪୧ ବର୍ଷୀୟ ଅଭିଯୁକ୍ତ ଯବାନ ମାରୁତି ଧାକାନେଙ୍କୁ ମଙ୍ଗଳବାର ପୁଲିସ ଗିରଫ କରିଛି। ସେ ଏକ ଚିପ୍‌ ଜାରିଆରେ ଇଭିଏମ୍‌ ମେସିନ୍‌କୁ ହ୍ୟାକ୍‌ କରିବେ ବୋଲି ଦାବି କରିଥିଲେ। ଏଥିସହ ଭୋଟ୍‌ ବଢ଼ାଇ ଦେବି ବୋଲି କହି ନେତାଙ୍କୁ ୨.୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଚିପ୍ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଅଧିକ ଭୋଟ୍ ପାଇବାରେ ସାହାଯ୍ୟ କରିପାରିବ ବୋଲି ଯବାନ ଜଣକ କହିଥିବା ଶିବସେନା ନେତା ନିଜ ଅଭିଯୋଗରେ କହିଛନ୍ତି।

Advertisment

ସେପଟେ ଏହି ମାଲରେ ପୁଲିସ କହିଛି ଯେ ଅଭିଯୁକ୍ତ ନିଜ ଋଣ ପରିଶୋଧ କରିବାକୁ ଯାଇ ଏଭଳି କାଣ୍ଡ ଘଟାଇଛି। ସେ ଇଭିଏମ୍ ବିଷୟରେ କିଛି ଜାଣନ୍ତି ନାହିଁ। ପୁଲିସର ସୂଚନାନୁସାରେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୪ଟା ବେଳେ ଅଭିଯୁକ୍ତ ଜଣକ ଶିବସେନା (ୟୁବିଟି) ନେତା ଅମ୍ବାଦାସଙ୍କ ସାନଭାଇ ରାଜେନ୍ଦ୍ର ଦାନବେଙ୍କୁ ବସ୍‌ଷ୍ଟାଣ୍ଟ ନିକଟରେ ଥିବା ଏକ ହୋଟେଲରେ ଭେଟିଥିଲେ। ଯବାନ ଜଣକ ତାଙ୍କୁ ୨.୫ କୋଟି ଟଙ୍କା ମାଗିଥିଲେ। ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ୧.୫ କୋଟି ଟଙ୍କାରେ ଡିଲ୍‌ ଶେଷ ହୋଇଥିଲା।

ପରେ ଅମ୍ବାଦାସ ନାଦବେ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ଏହାକୁ ଆଧାର କରି ସାଧା କପଡାରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଯବାନ ଜଣକ ରାଜେନ୍ଦ୍ର ଦାନବେଙ୍କ ଠାରୁ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା। ଅଭିଯୁକ୍ତଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ଜବତ ହୋଇଛି। ଆଇପିସି ଧାରା ୪୨୦ ଓ ୫୧୧ ଅନୁଯାୟୀ ଯବାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ କହିବା ମୁତାବକ, ଅଭିଯୁକ୍ତ ଜଣକ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ପଠାର୍ଡିର ବାସିନ୍ଦ। ଜାମ୍ମୁ କାଶ୍ମୀରର ଉଦାମପୁରରେ ସେ ପୋଷ୍ଟ ହୋଇଥିଲେ।

Maharashtra Loksabha Election 2024 EVM Tampering Army Soldier Arrested