Advertisment

ମାତ୍ର ୬ ବର୍ଷ ତଳେ ହୋଇଥିଲେ ଅଫିସର, ଏବେ ଘରୁ ମିଳିଲା ପୁଳାପୁଳା ଟଙ୍କା ଓ ସୁନା ଗହଣା

ନୂପୁରଙ୍କ ଘରୁ ନଗଦ ୯୨ ଲକ୍ଷ ଟଙ୍କା ଓ ପ୍ରାୟ ୧ କୋଟି ଟଙ୍କାର ସୁନା ଅଳଙ୍କାର ମିଳିଛି। ସେହିପରି ତାଙ୍କ ଭଡ଼ା ଘରୁ ଅଧିକାରୀମାନେ ଆଉ ୧୦ ଲକ୍ଷ ଟଙ୍କା ଜବତ କରିଛନ୍ତି।

author-image
Hemant Lenka
Nupur

Nupur

ଭିଜିଲାନ୍ସ ଜାଲରେ ମହିଳା ସରକାରୀ କର୍ମଚାରୀ। ୨୦୧୯ରେ ପ୍ରଶାସନିକ ସେବା ପରୀକ୍ଷାରେ ପାସ୍‌ କରିବା ପରେ ହୋଇଥିଲେ ସରକାରୀ ଅଫିସର। ହେଲେ ୬ ବର୍ଷର ଚାକିରି ମଧ୍ୟରେ ଆୟ କରିଛି ଅପାମ ସମ୍ପତ୍ତି। ଭିଜିଲାନ୍ସ ରେଡ ବେଳେ ଲେଡି ଅଫିସରଙ୍କୁ ଘରୁ ମିଳିଛି ପୁଳାପୁଳା ନଗଦ ଟଙ୍କା ଓ ମେଞ୍ଚା ମେଞ୍ଚା ସୁନା ଅଳଙ୍କାର। ୨ କୋଟି ଟଙ୍କା ଓ ସୁନା ଅଳଙ୍କାର ଘରୁ ମିଳିବା ପରେ ଭିଜିଲାନ୍ସ ପକ୍ଷରୁ ଆସାମ ସିଭିଲ ସର୍ଭିସ (ଏସିଏସ୍‌) ଅଫିସର ନୂପୁର ବୋରାଙ୍କୁ ଗିରଫ କରାଯାଇଛି।

Advertisment

ଗୋଲାଘାଟର ମୂଳବାସିନ୍ଦା ନୂପୁର ବୋରା ୨୦୧୯ରେ ଆସାମ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ କାମରୁପ ଜିଲ୍ଲାର ଗୋରୋଇମାରିରେ ସର୍କଲ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ସେ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପରେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ଭିଜିଲାନ୍ସ ସେଲ ପକ୍ଷରୁ ହୋଇଥିଲା ରେଡ୍‌।

ରେଡ ବେଳେ ନୂପୁରଙ୍କ ଗୁହାଟୀ ସ୍ଥିତ ଘରୁ ନଗଦ ୯୨ ଲକ୍ଷ ଟଙ୍କା ଓ ପ୍ରାୟ ୧ କୋଟି ଟଙ୍କାର ସୁନା ଅଳଙ୍କାର ମିଳିଛି। ସେହିପରି ବାରପେଟାରେ ଥିବା ତାଙ୍କ ଭଡ଼ା ଘରୁ ଅଧିକାରୀମାନେ ଆଉ ୧୦ ଲକ୍ଷ ଟଙ୍କା ଜବତ କରିଛନ୍ତି। 

Advertisment

ବେଆଇନ ଜମି କାରବାରରେ ସାମିଲ ଥିବା ଅଭିଯୋଗ ପରେ ନୂପୁରଙ୍କୁ ୬ ମାସ ହେଲା ଭିଜିଲାନ୍ସ ସେଲ ନିଜ ସ୍କାନରେ ରଖିଥିଲା। ଶେଷରେ ସୋମବାର ରେଡ କରି ଟଙ୍କା ଓ ଅଳଙ୍କାର ଜବତ ହୋଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କହିବା କଥା ଯେ ବାରପେଟ ଜିଲ୍ଲାରେ ସର୍କଲ ଅଫିସର ଭାବେ କାମ କରିବା ବେଳେ ନୂପୁର ବୋରା ବେଆଇନ ଭାବେ ସରକାରୀ ଜମିକୁ ସନ୍ଦିଗ୍ଧ ଅନୁପ୍ରବେଶଙ୍କ ନାଁରେ ପଞ୍ଜିକରଣ କରାଇଥିଲେ।

ବେଆଇନ ଭାବେ ଆଶ୍ରୟ ନେଇଥିବା ଲୋକଙ୍କୁ ଆସାମରେ ସାଧାରଣତଃ ମିଆଁ କୁହାଯାଏ। ସେମାନଙ୍କ ଠାରୁ ଟଙ୍କା ନେଇ ନୂପୁର ଶର୍ମା ସରକାରୀ ଜମିକୁ ସେମାନଙ୍କ ନାଁ କରି ଦେଉଥିଲେ ବୋଲି କୁହାଯାଉଛି। ତଥାପି ଏହାର ତଦନ୍ତ ଚାଲିଥିବା ଶ୍ରୀ ବିଶ୍ୱଶର୍ମା କହିଛନ୍ତି।

ବାସ୍ତବରେ ନୂପୁର ବୋରାଙ୍କ ଠିକଣାରେ ରବିବାର ରାତିରେ ରେଡ ହେବାର ଥିଲା। ହେଲେ ରବିବାର ରାତିରେ ନୂପୁର ନିଜ ଘର ବଦଳରେ ଗେଷ୍ଟ ହାଉସରେ ଥିବା ଜଣାପଡ଼ିଥିଲା। ସୋମବାର ସକାଳୁ ସେ ଘରକୁ ଫେରିବା ପରେ ଭିଜିଲାନ୍ସ ସେଲ ରେଡ ଆରମ୍ଭ କରିଥିଲା। ଗୁହାଟୀ ସମେତ ନୂପୁରଙ୍କ ଆଉ ୩ଟି ଠିକଣାରେ ମଧ୍ୟ ରେଡ କରାଯାଇଛି।

ସିବସାଗର ବିଧାୟକ ଅଖିଲ ଗୋଗୋଇଙ୍କ ନେତୃତ୍ୱରେ ଗୋଟିଏ ସଂଗଠନ ମଧ୍ୟ ନୁପୂର ବୋରାଙ୍କ ବିରୋଧରେ ଅଭିଯୋଗ କରିଥିଲା। ଏଥିରେ ଅଭିଯୋଗ କରାଯାଇଥିଲା ଯେ ବିଭିନ୍ନ ଜମି ସଂକ୍ରାନ୍ତ ସେବା ପାଇଁ ନୂପୁର ଶର୍ମା ସ୍ୱତନ୍ତ୍ର ଭାବେ ରେଟ କାର୍ଡ ପ୍ରସ୍ତୁତ କରିଥିଲେ। ଜମି ମ୍ୟାପ ପାଇଁ ୧୫ ଶହ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ନାଁ ଯୋଡ଼ିବା କିମ୍ବା ହଟାଇବା ପାଇଁ ୨ ଲକ୍ଷ ଯାଏ ଚାର୍ଜ କରାଯାଉଥିଲା।

ନୂପୁର ବୋରାଙ୍କ ବିରୋଧରେ ଅଭିଯୋଗ

୬ ବର୍ଷ ହେଲା ସରକାରୀ ଚାକିରି କରିଥିଲେ ହେଁ ନୂପୁର ବର୍ମା ନିଜର ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିଲେ। ଏକାଧିମ ସମ୍ପତ୍ତିର ମାଲିକାନା ତାଙ୍କ ପାଖରେ ରହିଥିଲା। ସାଧାରଣ ଦରମାରେ ଏହା ସମ୍ଭବ ନୁହେଁ ବୋଲି ସନ୍ଦେହ ପ୍ରକାଶ ପାଇଥିଲା। ସ୍ପେଶାଲ ଭିଜିଲାନ୍ସ ସେଲ ପକ୍ଷରୁ ନୂପୁରଙ୍କ ସହଯୋଗୀ ମଣ୍ଡଳ ସୁରଜିତ ଡେକାଙ୍କ ଘରେ ମଧ୍ୟ ରେଡ କରାଯାଇଥିଲା।

ବାରପେଟା ରାଜସ୍ୱ ସର୍କଲ ଅଫିସର ଜଣେ କର୍ମଚାରୀ ହେଉଛନ୍ତି ସୁରଜିତ। ନୂପୁରଙ୍କ ସହାୟତାରେ ସେ ଏକାଧିମ ଜମି ବାରପେଟରେ କିଣିଥିବା ଅଭିଯୋଗ ହୋଇଛି। ନୂପୁର ବାରପେଟର ସର୍କଲ ଅଫିସର ଥିବା ବେଳେ ଏପରି କାରବାର ହୋଇଥିବା ଜଣାପଡ଼ିଛି।

ନୂପୁର ବୋରା କିଏ?

ନୂପୁର ବୋରା ଜଣେ ଏସିଏସ୍‌ ଅଫିସର। ୧୯୮୯ ମସିହା ମାର୍ଚ୍ଚ ୩୧ରେ ଜନ୍ମ ଗ୍ରହଣ କରିଥିବା ନୁପୂର ୨୦୧୯ରେ ସରକାରୀ ସେବାରେ ଯୋଗ ଦେଇଥିଲେ। ପ୍ରଥମେ ବାରପେଟା ପରେ ସେ ଗୋରୋଇମାରିର ସର୍କଲ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

ଗୁହାଟୀ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଲିଟ୍ରେଚରରେ ଡିଗ୍ରୀ ହାସଲ କରିଥିବା ନୁପୂର ପରବର୍ତ୍ତୀ ସମୟରେ କଟନ କଲେଜରେ ପଢ଼ିଥିଲେ। ପ୍ରଶାସନିକ ସେବାରେ ଯୋଗ ଦେବା ପୂର୍ବରୁ ସେ ଡିଷ୍ଟ୍ରିକ୍ଟ ଇନଷ୍ଟିଚ୍ୟୁଟ ଅଫ ଏଡୁକେସନ ଓ ଟ୍ରେନିଂ (ଡିଆଇଇଟି)ରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ।

ତାଙ୍କର ପ୍ରଶାସନିକ କ୍ୟାରିୟର କାର୍ବି ଆଙ୍ଗଲଙ୍ଗର ଅତିରିକ୍ତ କମିଶନର ଭାବେ ଆରମ୍ଭ ହୋଇଥିଲା। ଏହି ପଦରେ ସେ ୨୦୧୯ ମାର୍ଚ୍ଚରୁ ୨୦୨୩ ଜୁନ ଯାଏ ରହିଥିଲେ। ଏହାପରେ ତାଙ୍କୁ ବାରପେଟାର ସର୍କଲ ଅଫିସର ଭାବେ ନିଯୁକ୍ତି ମିଳିଥିଲା। କିଛି ମାସ ହେଲା ତାଙ୍କର ବଦଳି କାମରୁପକୁ ହୋଇଥିଲା।

Assam nupur-bora