Advertisment

ଚାଷୀ ପୁଅକୁ ବାହା ହେଲେ ମିଳିବ ୨ ଲକ୍ଷ ଟଙ୍କା, କିଏ କଲା ଘୋଷଣା

ଏଚଡି କୁମାର ସ୍ୱାମୀ କହିଛନ୍ତି ଯେ, କୃଷକ ପୁଅଙ୍କୁ ବିବାହ କରୁଥିବା ମହିଳାଙ୍କୁ ତାଙ୍କ ଦଳ କ୍ଷମତାକୁ ଆସିଲେ ଦୁଇ ଲକ୍ଷ ଟଙ୍କା ଦେବ।

marrige

marrige

Advertisment

ଚାଷୀ ପରିବାର ପୁଅକୁ ବାହା ହେଲେ ମିଳିବ ୨ ଲକ୍ଷ ଟଙ୍କା। ଯେଉଁ ଯୁବତୀ ଚାଷୀ ପରିବାର ପୁଅକୁ ବିବାହ ପାଇଁ ରାଜି ହେବେ ଏହି ସହାୟତା ମଳିବ। କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି (ଏସ) ନେତା ଏଚଡି କୁମାରସ୍ୱାମୀ ସୋମବାର ଏହା ଘୋଷଣା କରିଛନ୍ତି। ନିଜ ନିର୍ବାଚନୀ ଇସ୍ତାହାରରେ ଏହି ଅଫରକୁ ସାମିଲ କରି ଏଚଡି କୁମାର ସ୍ୱାମୀ କହିଛନ୍ତି ଯେ, କୃଷକ ପୁଅଙ୍କୁ ବିବାହ କରୁଥିବା ମହିଳାଙ୍କୁ ତାଙ୍କ ଦଳ କ୍ଷମତାକୁ ଆସିଲେ ଦୁଇ ଲକ୍ଷ ଟଙ୍କା ଦେବ।

Advertisment

କୋଲାରରେ ଅନୁଷ୍ଠିତ 'ପଞ୍ଚାରାଥନା' ସମାବେଶକୁ ସମ୍ବୋଧିତ କରି ଏହା କହିଛନ୍ତି ଏଚଡି କୁମାରସ୍ୱାମୀ। ଚାଷୀ ପରିବାରକୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବାରେ ଏହା ସାହାୟକ ହେବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଜାଣିବାକୁ ପାଉଛି କୃଷି ତଥା ଗରିବ ଘରର ପୁଅଙ୍କୁ ବିବାହ କରିବା ପାଇଁ ଝିଅମାନେ ରାଜି ହେଉନାହାନ୍ତି। କୃଷକଙ୍କ ପିଲାମାନଙ୍କ ବିବାହକୁ ଉତ୍ସାହିତ କରିବା ପାଇଁ ସରକାର ଝିଅମାନଙ୍କୁ ଦୁଇ ଲକ୍ଷ ଟଙ୍କା ଦେବା ଉଚିତ୍।

ସାମାଜିକ ସୁରକ୍ଷା ପାଇଁ କାର୍ଯ୍ୟକାରୀ ହେଥିବା ଯୋଜନା ମଧ୍ୟରେ ଏହା ଅନ୍ୟତମ ହୋଇପାରିବ। ସୂଚନା ଅନୁଯାୟୀ, ଆସନ୍ତା ମେ ୧୦ କର୍ଣ୍ଣାଟକରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ମତଦାନ ହେବ। ଫଳାଫଳ ୧୩ମେରେ ଘୋଷଣା କରାଯିବ। ୨୨୪ସଦସ୍ୟ ବିଶିଷ୍ଟ ବିଧାନସଭାରେ ଅତି କମରେ ୧୨୩ ଟି ସିଟ୍ ଜିତିବାର ଲକ୍ଷ୍ୟ ରଖିଛି ଜେଡି (ଏସ୍)।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe