Advertisment

ଏଣିକି ଜେଏନୟୁରେ ଧାରଣା ଦେଲେ ୨୦,୦୦୦ ଟଙ୍କା ଫାଇନ୍

ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ କଲେ ଗଣିବାକୁ ପଡ଼ିବ ତଣ୍ଡ।

jnu

jnu

Advertisment

ଦେଶର ପ୍ରତିଷ୍ଟିତ ତଥା ଚର୍ଚ୍ଚିତ ବିଶ୍ୱବିଦ୍ୟାଳୟ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଏଣିକି ଧାରଣା ମନା। ଆନ୍ଦୋଳନ, ଧାରଣା ଓ ବିକ୍ଷୋଭ କଲେ ଗଣିବାକୁ ପଡ଼ିବ ତଣ୍ଡ। ଧାରଣା ଦେଲେ ପିଲାଙ୍କୁ ୨୦,୦୦୦ ଟଙ୍କା ଜରିମାନା ସହ ଆଡମିଶନ ମଧ୍ୟ ବାତିଲ କରାଯାଇପାରେ। ସେହିପରି ହିଂସାକାଣ୍ଡ ଘଟାଇଲେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଜେଏନୟୁରେ ବାରମ୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଧାରଣା ଓ ଆନ୍ଦୋଳନ କରାଯାଉଥିବାରୁ ଏହାକୁ ରୋକିବା ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏମିତି କଠୋର ନିୟମ ଆଣିଛନ୍ତି। ଯାହାକୁ ନେଇ ବିବାଦ ମଧ୍ୟ ଉପୁଜିଛି। କଲେଜରେ ଶୃଙ୍ଖଳା ଏବଂ ଅନୁଶାସନ ଏବଂ ଛାତ୍ରଛାତ୍ରୀଙ୍କର ସଠିକ୍‌ ଆଚରଣ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୦ ପୃଷ୍ଟାର ଅନୁଶାସନ ନିୟମ ପ୍ରଣୟନ କରାଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥିର ହୋଇଥିବା ନିୟମକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

Advertisment

ମୁଖ୍ୟତଃ ବିଶୃଙ୍ଖଳା ଆଚରଣ ବିକ୍ଷୋଭ, ଜାଲିଆତି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହି ନିୟମ ନୂଆ ନିୟମ ଫେବୃଆରୀ ୩ରୁ ଲାଗୁ କରାଯାଛି। ଏଥିରେ ଦର୍ଶାଯାଇଛି ଯେ ଉକ୍ତ ନିୟମକୁ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରାଯାଇଛି। ବିବିସି ପ୍ରସ୍ତୁତକାରୀ ବିବାଦୀୟ ଫିଲ୍ମକୁ ନେଇ ବିଶ୍ୱବିଦ୍ୟାଳୟରେ ହଙ୍ଗମା ହେବା ପରେ ଏମିତି ଏକ ନିୟମ ଆସିଥିବା କୁହାଯାଉଛି। ବିଶ୍ୱିବଦ୍ୟାଳୟର ଏହି ନୂଆ ନିୟମକୁ ଏବିଭିପି ସ୍ୱାଗତ କରିଛି।

ଅନୁଶାସନ ନିୟମରେ ଦର୍ଶାଯାଇଛି ଯେ ପାର୍ଟ ଟାଇମ୍ ଛାତ୍ରଙ୍କ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଙ୍କ ପାଇଁ ଏହି ନିୟମ ଲାଗୁ ହେବ। ଅବରୋଧ, ଜୁଆ ଖେଳ, ହଷ୍ଟେଲ ରୁମକୁ ଅନଧିକୃତ ଦଖଲ, ଅପମାନଜନକ ଭାଷା ବ୍ୟବହାର ଏବଂ ଜାଲିଆତି ଭଳି ୧୭ ଟି ଅପରାଧ ପାଇଁ ଦଣ୍ଡ ତାଲିକାଭୁକ୍ତ କରାଯାଇଛି। ଏହି ନିୟମରେ ଉଲ୍ଲେଖ କରାଯାଇଛି ଯେ, ଅଭିଯୋଗର ଏକ ନକଲ ଅଭିଭାବକୁଙ୍କୁ ପଠାଯିବ। ସେହିପରି ଶୋଷଣ, ଅସଦାରଣ, ରାଗିଂ ଏବଂ ସାମ୍ପ୍ରଦାୟିକ ଅସ୍ଥିରତା ନେଇ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Advertisment
JNU
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe